ଭୁଲ୍‌ରେ ବି ରୋଷେଇ ଘରେ ଅବ୍ୟବସ୍ଥିତ ଭାବେ ରଖନ୍ତୁ ନାହିଁ ଏସବୁ ସାମଗ୍ରୀ, ହୋଇଯିବେ ବରବାଦ୍‌…

ହଠାତ ଯଦି ଆପଣଙ୍କ ପରିବାରରେ ସମସ୍ୟା ବଢ଼ୁଛି। ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି କିମ୍ବା ଘରେ କେହି ନା କେହି ରୋଗରେ ପଡ଼ୁଛନ୍ତି,ତେବେ ଆପଣ ରୋଷେଇ ଘରକୁ ଦେଖନ୍ତୁ। କାରଣ ଏହା ଏପରି ସ୍ଥାନ ଯେଉଁଠାରେ ପରିବାର ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଯଦି ଏଠାରେ କୌଣସି ଦୋଷ ଥାଏ ତେବେ ଏହାର ପ୍ରଭାବ ରୋଷେଇଠାରୁ ଆରମ୍ଭ କରି ପୁରା ପରିବାର ଉପରେ ଦେଖାଯାଏ। ଆସନ୍ତୁ ଜାଣିବା ରୋଷେଇ ଘରେ ଏପରି କ’ଣ କରିବା ଉଚିତ ଯାହାଦ୍ୱାରା ଘରେ ସୁଖଶାନ୍ତି ଫେରି ଆସିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ଅତୁଟ ରହିଥାଏ।

-ଅଗ୍ନି କୋଣରେ କରନ୍ତୁ ରୋଷେଇ ଘର: ରୋଷେଇ ଘର କରୁଥିଲେ ଏହାର ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଅଗ୍ନି କୋଣରେ ଏହାକୁ କରିବା ଶୁଭ। ଏହାଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ରହିଥାଏ। ସ୍ବାସ୍ଥ୍ୟ ଠିକ୍‌ ରହିଥାଏ। ଏହାଛଡ଼ା ଅନ୍ୟ କୌଣସି ଦିଗରେ ରୋଷେଇ ଘର କଲେ ଦେବାଳିଆ ଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ।

-ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ ଗ୍ୟାସ-ଚୁଲି:
ଖାଇବା ରାନ୍ଧିବା ସମୟରେ ମୁହଁ ପୂର୍ବ ଦିଗରେ ରହିବା ଉଚିତ। ଗ୍ୟାସ-ଚୁଲି ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ। ଚୁଲି ଯଦି ଉତ୍ତର ଦିଗରେ ରଖାଯାଏ ତେବେ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିସହ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ। ଯଦି ଦକ୍ଷିଣ ପୂର୍ବ ଦିଗରେ ଚୁଲି ରଖିବା ଅସମ୍ଭବ ତେବେ ଏହି ଦିଗରେ ବିଘ୍ନହର୍ତ୍ତା ଭଗବାନ ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ।

-ଉତ୍ତର-ପୂର୍ବ ଦିଗରେ ପାଣିର ସ୍ରୋତ: ରୋଷେଇ ଘରେ ପାଣିର ଟ୍ୟାପ୍‌ ସର୍ବଦା ଉତ୍ତରପୂର୍ବ ଦିଗରେ ରଖନ୍ତୁ। ଏଥିସହ ଓ୍ବାଶ୍‌ ମେଶିନ ମଧ୍ୟ ଏହି ଦିଗରେ କରନ୍ତୁ। ଭୁଲ୍‌ରେ ବି ଅଗ୍ନି କୋଣରେ ପାଣି ଟ୍ୟାପ୍‌ ରଖନ୍ତୁ ନାହିଁ। ଏପରି କlଲେ ଆପଣଙ୍କୁ ଟଙ୍କା ପଇସାର ଅଭାବର ସାମ୍ନା କରିବାକୁ ପଡ଼ିପାରେ।

-ରୋଷେଇ ସାରି ଖାଦ୍ୟ ସାମଗ୍ରୀ ଏହି ଦିଗରେ ରଖନ୍ତୁ:
ଖାଦ୍ୟ ରୋଷେଇ କରିବା ପରେ ଗ୍ୟାସ ଚୁଲାର ଡାହାଣ ପଟେ ରଖନ୍ତୁ। ଏହି ଦିଗରେ ମା’ ଅନ୍ନପୂର୍ଣ୍ଣାଙ୍କ ବାସ ଥାଏ। ଏହି ଦିଗରେ ଭୋଜନ ରଖିଲେ ମା’ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ପରିବାର ଉପରେ ସର୍ବଦା ରହିଥାଏ। କେବେ କୌଣସି ଜିନିଷର ଅଭାବ ପରିଲକ୍ଷିତ ହୋଇ ନ ଥାଏ।

-ସଜାଇ ରଖନ୍ତୁ ପ୍ରତ୍ୟେକ ସାମଗ୍ରୀ: ରୋଷେଇ ଘରେ ଥିବା ପ୍ର୍ରତ୍ୟେକଟି ଜିନିଷକୁ ବ୍ୟବସ୍ଥିତ ଢ଼ଙ୍ଗରେ ରଖନ୍ତୁ। ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ।

-କାନ୍ଥର ରଙ୍ଗ ଉପରେ ରଖନ୍ତୁ ଧ୍ୟାନ: ରୋଷେଇ ଘରେ ରଙ୍ଗ ଉପରେ ବିଶେଷ ଧ୍ୟାନ ରଖନ୍ତୁ। ଏହି ଘର କାନ୍ଥରେ ଧଳା, ହଳଦିଆ ତଥା ନାରଙ୍ଗି ରଙ୍ଗ ଲଗାଇବା ସବୁଠାରୁ ଶୁଭ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?