ଭୁଲ୍‌ରେ ବି ରୋଷେଇ ଘରେ ଅବ୍ୟବସ୍ଥିତ ଭାବେ ରଖନ୍ତୁ ନାହିଁ ଏସବୁ ସାମଗ୍ରୀ, ହୋଇଯିବେ ବରବାଦ୍‌…

ହଠାତ ଯଦି ଆପଣଙ୍କ ପରିବାରରେ ସମସ୍ୟା ବଢ଼ୁଛି। ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି କିମ୍ବା ଘରେ କେହି ନା କେହି ରୋଗରେ ପଡ଼ୁଛନ୍ତି,ତେବେ ଆପଣ ରୋଷେଇ ଘରକୁ ଦେଖନ୍ତୁ। କାରଣ ଏହା ଏପରି ସ୍ଥାନ ଯେଉଁଠାରେ ପରିବାର ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଯଦି ଏଠାରେ କୌଣସି ଦୋଷ ଥାଏ ତେବେ ଏହାର ପ୍ରଭାବ ରୋଷେଇଠାରୁ ଆରମ୍ଭ କରି ପୁରା ପରିବାର ଉପରେ ଦେଖାଯାଏ। ଆସନ୍ତୁ ଜାଣିବା ରୋଷେଇ ଘରେ ଏପରି କ’ଣ କରିବା ଉଚିତ ଯାହାଦ୍ୱାରା ଘରେ ସୁଖଶାନ୍ତି ଫେରି ଆସିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ଅତୁଟ ରହିଥାଏ।

-ଅଗ୍ନି କୋଣରେ କରନ୍ତୁ ରୋଷେଇ ଘର: ରୋଷେଇ ଘର କରୁଥିଲେ ଏହାର ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଅଗ୍ନି କୋଣରେ ଏହାକୁ କରିବା ଶୁଭ। ଏହାଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ରହିଥାଏ। ସ୍ବାସ୍ଥ୍ୟ ଠିକ୍‌ ରହିଥାଏ। ଏହାଛଡ଼ା ଅନ୍ୟ କୌଣସି ଦିଗରେ ରୋଷେଇ ଘର କଲେ ଦେବାଳିଆ ଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ।

-ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ ଗ୍ୟାସ-ଚୁଲି:
ଖାଇବା ରାନ୍ଧିବା ସମୟରେ ମୁହଁ ପୂର୍ବ ଦିଗରେ ରହିବା ଉଚିତ। ଗ୍ୟାସ-ଚୁଲି ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ। ଚୁଲି ଯଦି ଉତ୍ତର ଦିଗରେ ରଖାଯାଏ ତେବେ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିସହ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ। ଯଦି ଦକ୍ଷିଣ ପୂର୍ବ ଦିଗରେ ଚୁଲି ରଖିବା ଅସମ୍ଭବ ତେବେ ଏହି ଦିଗରେ ବିଘ୍ନହର୍ତ୍ତା ଭଗବାନ ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ।

-ଉତ୍ତର-ପୂର୍ବ ଦିଗରେ ପାଣିର ସ୍ରୋତ: ରୋଷେଇ ଘରେ ପାଣିର ଟ୍ୟାପ୍‌ ସର୍ବଦା ଉତ୍ତରପୂର୍ବ ଦିଗରେ ରଖନ୍ତୁ। ଏଥିସହ ଓ୍ବାଶ୍‌ ମେଶିନ ମଧ୍ୟ ଏହି ଦିଗରେ କରନ୍ତୁ। ଭୁଲ୍‌ରେ ବି ଅଗ୍ନି କୋଣରେ ପାଣି ଟ୍ୟାପ୍‌ ରଖନ୍ତୁ ନାହିଁ। ଏପରି କlଲେ ଆପଣଙ୍କୁ ଟଙ୍କା ପଇସାର ଅଭାବର ସାମ୍ନା କରିବାକୁ ପଡ଼ିପାରେ।

-ରୋଷେଇ ସାରି ଖାଦ୍ୟ ସାମଗ୍ରୀ ଏହି ଦିଗରେ ରଖନ୍ତୁ:
ଖାଦ୍ୟ ରୋଷେଇ କରିବା ପରେ ଗ୍ୟାସ ଚୁଲାର ଡାହାଣ ପଟେ ରଖନ୍ତୁ। ଏହି ଦିଗରେ ମା’ ଅନ୍ନପୂର୍ଣ୍ଣାଙ୍କ ବାସ ଥାଏ। ଏହି ଦିଗରେ ଭୋଜନ ରଖିଲେ ମା’ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ପରିବାର ଉପରେ ସର୍ବଦା ରହିଥାଏ। କେବେ କୌଣସି ଜିନିଷର ଅଭାବ ପରିଲକ୍ଷିତ ହୋଇ ନ ଥାଏ।

-ସଜାଇ ରଖନ୍ତୁ ପ୍ରତ୍ୟେକ ସାମଗ୍ରୀ: ରୋଷେଇ ଘରେ ଥିବା ପ୍ର୍ରତ୍ୟେକଟି ଜିନିଷକୁ ବ୍ୟବସ୍ଥିତ ଢ଼ଙ୍ଗରେ ରଖନ୍ତୁ। ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ।

-କାନ୍ଥର ରଙ୍ଗ ଉପରେ ରଖନ୍ତୁ ଧ୍ୟାନ: ରୋଷେଇ ଘରେ ରଙ୍ଗ ଉପରେ ବିଶେଷ ଧ୍ୟାନ ରଖନ୍ତୁ। ଏହି ଘର କାନ୍ଥରେ ଧଳା, ହଳଦିଆ ତଥା ନାରଙ୍ଗି ରଙ୍ଗ ଲଗାଇବା ସବୁଠାରୁ ଶୁଭ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri