ଘରର ବାଲ୍‌କୋନି ପାଇଁ ବାସ୍ତୁ

ବାଲ୍‌କୋନି ହେଉଛି ଘରର ଏମିତି ଏକ ସ୍ଥାନ, ଯେଉଁଠାରେ ଟିକେ ବସି ବାହାରର ଦୃଶ୍ୟ ଦେଖିଦେଲେ ମନକୁ ବେଶ୍‌ ହାଲ୍‌କା ଲାଗେ। ତେବେ ଏହି ବାଲ୍‌କୋନିକୁ ନେଇ ମଧ୍ୟ ରହିଛି କେତୋଟି ନିୟମ; ଯାହାକୁ ମାନିଲେ ସୁଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି…

* ଘରର ଉତ୍ତର-ପୂର୍ବ ଦିଗରେ ବାଲ୍‌କୋନି ରହିବା ସବୁଠାରୁ ଉତ୍ତମ। କାରଣ ଏହି ଦିଗରେ ସୂର୍ଯ୍ୟଙ୍କର ସବୁଠୁ ଅଧିକ ପ୍ରକାଶ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।

* ଉତ୍ତର ଦିଗରେ ମଧ୍ୟ ବାଲ୍‌କୋନି ରଖିପାରିବେ। କିନ୍ତୁ ଦକ୍ଷିଣ ଓ ପଶ୍ଚିମ ଦିଗରେ ବାଲ୍‌କୋନି ରହିବା ଆଦୌ ଶୁଭପ୍ରଦ ନୁହେଁ।

* ବାଲ୍‌କୋନିର ଚଟାଣକୁ ଘରର ଚଟାଣ ସାଙ୍ଗେ ସମାନ ନ କରି ଟିକେ ତଳକୁ କରିବା ଉତ୍ତମ।

* ବାଲ୍‌କୋନିରେ ହାଲ୍‌କା ଓଜନର ଫର୍ନିଚର ପକାଇବା ଭଲ। ଏଥିପାଇଁ ବେତର ଫର୍ନିଚର ହେଉ ଅବା ବିନ୍‌ ବ୍ୟାଗ୍‌ ବେଷ୍ଟ ଅପ୍ସନ।

* ବାଲ୍‌କୋନିରେ ଝୁଲା ଲଗାଇବା ପାଇଁ ଉତ୍ତର କିମ୍ବା ଦକ୍ଷିଣ ଦିଗ ହେଉଛି ସବୁଠୁ ଉତ୍ତମ।

* ଧ୍ୟାନଦେବେ, ବାଲ୍‌କୋନି ଛାତର ଉଚ୍ଚତା ଯେମିତି ଘରର ଉଚ୍ଚତାଠାରୁ ଟିକେ ତଳକୁ ରହୁଥିବ।

* ବାଲ୍‌କୋନିରେ ଛୋଟ ଛୋଟ ଗଛ ଲଗାଇବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। କିନ୍ତୁ ଏଠାରେ ଲତା ଜାତୀୟ ଗଛ ଲଗାଇବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ବାଲ୍‌କୋନି କବାଟର ରଙ୍ଗ ଯେତେ ହାଲ୍‌କା ହେବ ସେତେ ଭଲ। ଧଳା, ହାଲ୍‌କା ସବୁଜ, ହାଲ୍‌କା ନୀଳ, ଗୋଲାପୀ ରଙ୍ଗ ଏଥିପାଇଁ ବେଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

୨୯ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଏହି ରାଶିରେ ହେବ ଧନ ବର୍ଷା, ମିଳିବ ସଫଳତା

ଶ୍ରାବଣ ମାସ ଜୁଲାଇ ୩୦ରେ ଆରମ୍ଭ ହେବ । ଏହି ମାସ ଭଗବାନ ଶିବଙ୍କ ପ୍ରତି ଭକ୍ତି ପାଇଁ ଉତ୍ସର୍ଗୀକୃତ । ଏହି ସମୟ ମଧ୍ୟରେ ଭକ୍ତମାନେ…

ଓଜନ ବଢ଼ିବାର କାରଣ କହିଲେ ବିଶେଷଜ୍ଞ, ଆବଶ୍ୟକତାଠାରୁ ଅଧିକ…

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ସାଧାରଣତଃ ଅଧିକ ଖାଇବା ଓ କୌଣସି କାମ ନ କରିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ।…

ଅଧିକ ଶୋଉଥିଲେ ହୋଇପାରେ ଏହି ରୋଗ, ବିଶେଷଜ୍ଞ କୁହନ୍ତି…

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ନିହାତି ଦରକାର। କେତେକ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇବାକୁ ଯାଆନ୍ତି ଆଉ ଡେରିରେ ବିଛଣା ତ୍ୟାଗ କରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri