Advertisement

ସାଇକେଲରେ ବୁଲି ଏକତା ବାର୍ତ୍ତା ବାଣ୍ଟୁଛନ୍ତି ଭାସ୍କର

ପଟ୍ଟାଙ୍ଗୀ,୨୪ା୧୦(ଡି.ଏନ.ଏ.):ସମାଜରେ ଏମିତି କିଛି ଖିଆଲି ମଣିଷ ଥାନ୍ତି ସେମାନେ ନିଜ ଅପେକ୍ଷା ଅନ୍ୟମାନଙ୍କ ଚିନ୍ତା କରିଥାନ୍ତି। ସମାଜର, ପାରିପାର୍ଶ୍ୱିକ ପରିବେଶ ସ୍ଥିତି ନେଇ ସେମାନେ ନିଜ ମନକଥାକୁ ବିଭିନ୍ନ ମାଧ୍ୟମରେ ଅନ୍ୟମାନଙ୍କୁ ଜଣାଇଥାନ୍ତି। ସେହିପରି ଜରେ ଯୁବକ ହେଲେ ଭାସ୍କର ଭଣ୍ଡାରୀ। ନିଜ ପରିବାର ଛାଡ଼ି ସେ ଦୀର୍ଘ ୧୦ମାସ ହେଲା ଘରୁ ବାହାରିଆସି ସାଇକେଲରେ ବିଭିନ୍ନ ରାଜ୍ୟ ବୁଲିବୁଲି ଏକତାର ବାର୍ତ୍ତା ବାଣ୍ଟୁଛନ୍ତି।
ଉତ୍ତରାଖଣ୍ଡ ଭାଗେଶ୍ୱର ଅଞ୍ଚଳର ଭାସ୍କର ଗତ ଜାନୁଆରୀ ୫ରୁ ନିଜ ଘରୁ ଏକ ସାଇକେଲରେ ବାହାରି ଦୀର୍ଘ ୧୦ ମାସ ହେଲା ନିଜ ରାଜ୍ୟ ସହ ଅନ୍ୟରାଜ୍ୟ ବୁଲି ଏକତା ମନ୍ତ୍ର ବାଣ୍ଟୁଛନ୍ତି। ଇତି ମଧ୍ୟରେ ସେ ଉତ୍ତର ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, କେରଳ, ଗୋଆ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ବୁଲି ନିଜ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିଛନ୍ତି। ଏବେ ସେ ଓଡିଶାର କୋରାପୁଟ ଜିଲାର ପଟ୍ଟାଙ୍ଗୀରେ ପହଞ୍ଚତ୍ଛନ୍ତି। ପଡାଲଗୁଡା ଛକ ନିକଟରେ ଥିବା ଭଗବାନ ପଡାଲଙ୍କ ଢାବାରେ ଶନିବାର ରାତ୍ରିଯାପନ କରିଥିଲେ। ପୁଣି ରବିବାର ସକାଳୁ
ନିଜ ଲକ୍ଷ୍ୟ ଅଭିମୁଖେ ବାହାରିବା ସମୟରେ ଭାରତବର୍ଷର ସମସ୍ତ ଲୋକଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି କରିବା ଏବଂ ସମସ୍ତଙ୍କ ସଂସ୍କୃତି ପରମ୍ପରାକୁ ସମ୍ମାନ ଦେବା ହେଉଛି ତାଙ୍କର ଏହି ଯାତ୍ରାର ଲକ୍ଷ୍ୟ ବୋଲି ଭାସ୍କର କହିଥିଲେ। ସାଇକେଲରେ ଯାତ୍ରା କରୁଥିବା ଭାସ୍କର ଯେଉଁଠି ରାତି ହେଉଛି ସେଇଠି ଆଶ୍ରୟ ନେଇ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରି ବିଶ୍ରାମ ନେଇ ପୁଣି ତା ପରଦିନ ସକାଳୁ ନିଜ ଲକ୍ଷ୍ୟ ଅଭିମୁଖେ ବାହାରି ଯାଉଛନ୍ତି। ପଟ୍ଟାଙ୍ଗୀରେ ଭାସ୍କର ପହଞ୍ଚତ୍ବା ପରେ ତାଙ୍କ କାର୍ଯ୍ୟ ସମ୍ପର୍କରେ ଜାଣି ଭଗବାନ ପଡାଲ, ଯୁବ ଖବରଦାତା ଶରତ ଧଳ, ଶ୍ୱାତିକ ଚୌଧୁରୀ, ଅନୁପମ ପାଣ୍ଡେ,ଜିତେନ ଚୌଧୁରୀଙ୍କ ସହ ଗ୍ରାମବାସୀ ତାଙ୍କୁ ସ୍ବାଗତ ଜଣାଇ ସମ୍ମାନିତ କରିଥିଲେ। ସୂଚନାଯୋଗ୍ୟ, ଭାସ୍କର ଜଣେ ଉଚ୍ଚ ଶିକ୍ଷିତ ଯୁବକ। କାଶ୍ମୀର ଫାଇଲ ଏବଂ ହିନ୍ଦୁତ୍‌ଭା ଭଳି ଚଳଚିତ୍ରରେ ଅଭିନୟ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଦିଆସିଲି କାଠିରେ କଳାକୃତି

ପୁରୀ ଅଫିସ,୨୯।୮: ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅଗଷ୍ଟ ୨୯ ତାରିଖକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ସାରା ଦେଶରେ...

ଯାଜପୁରରେ ସାଧାରଣ ଲୋକଙ୍କୁ ଅଫିସ ମନା

ଯାଜପୁର ଅଫିସ, ୨୯।୬: ଗତ ଦୁଇ ଦିନରେ ଯାଜପୁର ଜିଲାରେ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଜିଲା ପ୍ରଶାସନର ଜଣେ ବରିଷ୍ଠ...

୨ ବଖରା ସହ ଜଳିଗଲା ଗୁହାଳ

ବୁଗୁଡ଼ା,୩୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଡ଼େଙ୍ଗାବାଡ଼ି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସହ ୨ଟି ଗୁହାଳ ପୋଡ଼ିଯାଇଛି। ଗୁହାଳରେ...

ଟ୍ରେନ୍‌ ଲାଇନ୍‌ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର/ରାଇସୁଆଁ,୧୨।୯(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଡ଼ାଗୋଠ ନିକଟ ଟ୍ରେନ୍‌ ଲାଇନ୍‌ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ମୃତଦେହଟି ମୁହଁମାଡ଼ି...

କରଞ୍ଜଆଡ଼ିଆ ମହାବିଦ୍ୟାଳୟର ଅଧ୍ୟାପକଙ୍କ ପରଲୋକ, କରୋନା ଟିକା ନେଇ ହୋଇଥିଲେ ଅସୁସ୍ଥ

ପଦ୍ମପୁର,୨୫।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜଆଡ଼ିଆ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପକ ଚକ୍ରଧର ମୁଦୁଲିଙ୍କ ପରଲୋକ ଘଟିଛି। ଗତ ୧୦ ଦିନ ତଳେ...

ସାପ କାମୁଡାରେ ମା’,ପୁଅ ମୃତ

ଉମରକୋଟ,୮।୬(ଡି.ଏନ.ଏ)-ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ସି ପଞ୍ଚାୟତର ମାଲପରା ଗ୍ରାମରେ ଶୁକ୍ରବାର ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ସାପ କାମୁଡାରେ ମା’ ଓ...

ପାହାଡ଼ିଆ ପନିପରିବା ପାଇ ଗ୍ରାହକ ଖୁସି, ସ୍ବାଭାବିକ ଅବସ୍ଥା ଫେରୁଛି

କେନ୍ଦୁଝର, ୧୭ା୯ (ସ୍ବ.ପ୍ର.)-କରୋନା କଟକଣା କୋହଳ ହେବା ପରେ ଏବଂ ଯାତ୍ରୀବାହୀ ଗାଡି ଚଳାଚଳ କରିବା ଫଳରେ ଜିଲାରେ ସ୍ବାଭାବିକ ଅବସ୍ଥା ଫେରୁଛି। ମଲ, ଦୋକାନବଜାର...

ଜଳ ନିଷ୍କାସନ ପଥ ଅବରୋଧ:ରାଣୀପଡ଼ା- ବିରିଡିହି ରାସ୍ତାରେ ଛୁଟୁଛି ପାଣି ସୁଅ

ଖଣ୍ଡପଡା,୨୩।୮(ସ୍ବ.ପ୍ର.)-ଗ୍ରାମର ଉଦ୍‌ବୃତ୍ତ ପାଣି ତଥା ବର୍ଷାଜଳ ନିଷ୍କାସନ ହେଉଥିବା ପଥକୁ ଜଣେ ବ୍ୟକ୍ତି ଅବରୋଧ କରିଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ବିରିଡିହି-ରାଣୀପଡା ରାସ୍ତାରେ ପାଣି...

Advertisement
Archives

Model This Week