Posted inଖେଳ

ଇଞ୍ଜିନିୟରରୁ କ୍ରିକେଟର ହୋଇଥିବା ଏହି ନୂଆ ସ୍ପିନରଙ୍କ ପ୍ରଶଂସାରେ ଶତମୁଖ ହେଲେ ଲକ୍ଷ୍ମଣ: କହିଲେ ତାଙ୍କ ପାଖରେ ରହିଛି ‘ଏକ୍ସ-ଫ୍ୟାକ୍ଟର’

ନୂଆଦିଲ୍ଲୀ,୨୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। ରବିବାର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ଭାରତ ୩୮ ରନ୍‌ରେ ବିଜୟୀ ହୋଇଥିଲା। ମ୍ୟାଚ୍‌ରେ ଦୁଇ ଖେଳାଳି ପୃଥ୍ବୀ ଶ’ ଏବଂ ବରୁଣ ଚକ୍ରବର୍ତ୍ତୀ ଭାରତ ପାଇଁ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ପୃଥ୍ବୀ ତାଙ୍କର ପ୍ରଥମ ମ୍ୟାଚ୍‌ରେ କୌଣସି ରନ୍‌ କରିପାରି ନ ଥିଲେ। ସେହିଭଳି ସ୍ପିନର ଚକ୍ରବର୍ତ୍ତୀ ୨୮ ରନ୍‌ ଦେଇ ଗୋଟିଏ ଉଇକେଟ ନେଇଥିଲେ।

ଜଣେ ଇଞ୍ଜିନିୟରରୁ କ୍ରିକେଟର ପାଲଟିଥିବା ବରୁଣଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଆସିବାର ସୁଯୋଗ ମିଳିଥିଲା। ହେଲେ ଆହତ କାରଣରୁ ସେ ଏହି ସୁଯୋଗ ହରାଇଥିଲେ। ଏହାପରେ ଫିଟ୍‌ନେସ୍‌ ସମସ୍ୟା କାରଣରୁ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିବାକୁ ବାରଣ କରାଯାଇଥିଲା। ହେଲେ ଚଳିତ ଥର ଶ୍ରୀଲଙ୍କା ବିପକ୍ଷରେ ଅବସର ମିଳିବା ପରେ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିଲେ। ସେ ୨୮ ରନ୍‌ ଦେଇ ଗୋଟିଏ ଉଇକେଟ ନେଇଥିଲେ।

ଏବେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ବରୁଣଙ୍କ ବୋଲିଂ କରିବାର କ୍ଷମତାକୁ ନେଇ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ଦ୍ୱିତୀୟ ଟି୨୦ ପୂର୍ବରୁ ସେ ଏହି ମିଷ୍ଟ୍ରି ସ୍ପିନରଙ୍କ ପ୍ରଶଂସା କରିଛନ୍ତି। ସେ ବରୁଣଙ୍କ ଭିତରେ ‘ଏକ୍ସ ଫ୍ୟାକ୍ଟର’ ଦେଖନ୍ତି ବୋଲି ସେ କହିଛନ୍ତି।

ଷ୍ଟାରସ୍ପୋଟ୍ସର ଶୋ’ ଗେମ୍‌ ପ୍ଲାନ୍‌ରେ ଲକ୍ଷ୍ମଣ କହିଛନ୍ତି, ସର୍ବପ୍ରଥମେ ବରୁଣ ଡେବ୍ୟୁ କରିବାର ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି। ସେ ପୂର୍ବରୁ ଦୁଇଥର ମନୋନୀତ ହୋଇଥିଲେ ମଧ୍ୟ ଫିଟନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ ଥିବାରୁ ଦଳର ଅଂଶ ହୋଇପାରି ନ ଥିଲେ। ସନରାଇଜର୍ସ ବ୍ୟାଟ୍ସମ୍ୟାନ୍‌ଙ୍କ ସହ କଥାବାର୍ତ୍ତା ହେବା ବେଳେ ବରୁଣଙ୍କ ବୋଲିଂକୁ ସେମାନେ ପ୍ରଶଂସା କରିଥିଲେ। ସେ ନୂଆ ବଲ୍‌ରେ ଭଲ ବୋଲିଂ କରିପାରିବେ। ଯେତେବେଳେ ଅଧିନାୟକ ଏବଂ ଦଳ ଏକ ଭାଗିଦାରୀକୁ ଭାଙ୍ଗିବାକୁ ଚାହାନ୍ତି, ସେତେବେଳେ ସେ ଉଇକେଟ ନେଇପାରିବେ। ଏହାର ଅର୍ଥ ତାଙ୍କ ପାଖରେ ଏକ୍ସ-ଫ୍ୟାକ୍ଟର ଅଛି। ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଅଭିଜ୍ଞତା ହାସଲ କରନ୍ତୁ। ଏଭଳି କରିବାରେ ଏକମାତ୍ର ଉପାୟ ହେଉଛି ଖେଳିବା। ଗୋଟିଏ ମ୍ୟାଚ୍‌ରୁ ଚମତ୍କାର ଆଶା କରନାହିଁ। ଜଣେ ଖେଳାଳିଙ୍କ ଉପରେ ଧୌର୍ଯ୍ୟ ଏବଂ ବିଶ୍ୱାସ ଦେଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଲକ୍ଷ୍ମଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ ସବୁ ବିଗାଡ଼ି ଦେଇଛନ୍ତି….CSK ବିଦା ପରେ କାହିଁକି ଏମିତି କହିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୨।୫: ଚେନ୍ନାଇ ସୁପର କିଙ୍ଗ୍ସ ପୁଣିଥରେ IPLରୁ ଖାଲି ହାତରେ ଫେରିଛି। IPL ଇତିହାସର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ତଥା ପାଞ୍ଚ ଥର ଚାମ୍ପିଅନ…

ନବ ନିର୍ମିିତ ବର୍ହିଚିକିତ୍ସା, ଅର୍ନ୍ତଚିକିତ୍ସା ବିଭାଗ ଗୃହର ଶୁଭ ଉଦ୍‌ଘାଟନ କଲେ ସାଂସଦ-ବିଧାୟକ

ଗଞ୍ଜାମ,୨୨।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ନବନିର୍ମିିତ ବର୍ହିଚିକିତ୍ସା ଓ ଅର୍ନ୍ତଚିକିତ୍ସା ବିଭାଗ ଗୃହକୁ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ…

ପ୍ରେମିକା ପାଇଁ ଝୁଲିପଡିଲେ ପ୍ରେମିକ, ଏହି କଥାକୁ ନେଇ ଝଗଡ଼ା ହେବାରୁ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମିରିଖୋଜି ପଞ୍ଚାୟତ ଅନ୍ତର୍ଗତ ଭାଲିଆଡାଳ ଗ୍ରାମର ଚକ୍ରଧର ସାହୁଙ୍କ ପୁଅ ଜିତେନ୍ଦ୍ର ସାହୁ (୧୮) ଶୁକ୍ରବର ଘର…

OBC ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ: ଯଦି ମାତାପିତା ଆଇଏଏସ ଅଧିକାରୀ ତେବେ…

ନୂଆଦିଲ୍ଲୀ,୨୨।୫: ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କରିଛନ୍ତି। କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଯଦି ମାତାପିତା ଆଇଏଏସ ଅଧିକାରୀ, ତେବେ ସେମାନେ…

ପନିର ଖାଇ ICUରେ ୭ ଛାତ୍ର! NCC ଶିବିରରେ ଆତଙ୍କ

ଜବଲପୁର,୨୨।୫: ମଧ୍ୟ ପ୍ରଦେଶର ଜବଲପୁରର ଡୁମନାରେ IIITDM କ୍ୟାମ୍ପସ ମଧ୍ୟରେ ଚାଲିଥିବା NCC ଶିବିରରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ରୀଭୋଜନ ପରେ ହଠାତ୍‌ ୫୦ରୁ ଅଧିକ କ୍ୟାଡେଟଙ୍କ…

ଖଣ୍ଡଦେଉଳି ଗ୍ରାମର ମୃତ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ, ନିଜସ୍ବ ପାଣ୍ଠିରୁ ଦେଲେ ଆର୍ଥିକ ସହାୟତା

ଗଞ୍ଜାମ,୨୨। ୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଏହି ଗ୍ରାମର ବାସିନ୍ଦା ପୂର୍ଣ୍ଣ…

୧୯ ବର୍ଷୀୟା ବଧୂ, ୪୦ ବର୍ଷୀୟ ବର: ବରମାଳା ପୂର୍ବରୁ ଧରାପଡିଲେ ନକଲି ବର, ଗାଁ ଲୋକେ କାବୁ କରି ….

ପାଟନା,୨୨ା୫: ବିହାରର ମୁଜାଫରପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦମ୍ପତି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ରାଜସ୍ଥାନର…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା ଅନୁଷ୍ଠିତ: ଏକର ପିଛା ଏତେ କୋଟି ଦାବି କଲେ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଯମୁନାପଶୀ ଓ ଚେମେଣା ପଞ୍ଚାୟତରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଶୁକ୍ରବାର ଯମୁନାପଶି ପଞ୍ଚାୟତ ଗୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri