ଦୁଃଖ କଷ୍ଟରେ ମୋ ଦିନ କଟୁଛି, କାହିଁକି ଏମିତି କହିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ୍‌,୧୮।୩: କିଛିଦିନର ନୀରବତା ପରେ ପୁଣି ଶାଶୁଘର ଲୋକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶାଶୁଘର ଲୋକେ ଜାଣିଶୁଣି ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏମ୍‌ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ବର୍ଷା କହିଛନ୍ତି ପାଣି, ବିଦ୍ୟୁତ ପରି ମୌଳିକ ସୁବିଧାରୁ ତାଙ୍କୁ ବଞ୍ଚିତ କରାଯାଉଛି। ବେଡ୍‌ ରୁମ୍‌ର ଏସି, ଇନ୍‌ଭର୍ଟର ଜାଣିଶୁଣି ଠିକ୍‌ କରୁନାହାନ୍ତି। ରୋଷେଇ ଘର ଆକ୍ୱାଗାର୍ଡକୁ ବନ୍ଦ କରିଦେଉଛନ୍ତି। ରୁମ୍‌ରୁ ଟିଭି କାଢି ନେଇଛନ୍ତି। ୬ ମାସ ହେଲା ମୋ ଘର ଲୋକେ ଖାଇବା ପଠାଉଛନ୍ତି, ଦୁଃଖ କଷ୍ଟରେ ମୋ ଦିନ କଟୁଛି। ମୋ ଦୁଃଖ ଅବର୍ଣ୍ଣନୀୟ ବୋଲି ସେ କହିଛନ୍ତି। ଏହାପୂର୍ବରୁ ୪ଥର ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା।
ସୂଚନାଯୋଗ୍ୟ, ଅନୁଭବଙ୍କ ବିରୋଧରେ ବର୍ଷା ଅଭିଯୋଗ ଆଣି କଟକ ଏସଡିଜେଏମ କୋର୍ଟରେ ଆଶ୍ରୟ ନେଇଥିଲେ। ସେପଟେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ ବର୍ଷାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ବର୍ଷା ସୁପ୍ରିମକୋର୍ଟ ଯାଇଥିଲେ। ଅନୁଭବ କରିଥିବା ମାମଲା ଦିଲ୍ଲୀରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ ବର୍ଷା। ଯାହାର ଶୁଣାଣି କରିି ସୁପ୍ରିମକୋର୍ଟ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ରାୟ। ପଟିଆଲା ହାଉସ କୋର୍ଟ ନୁହେଁ, କଟକ ଫ୍ୟାମିଲି କୋର୍ଟରେ ମାମଲା ଚାଲିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାମଲା ସ୍ଥାନାନ୍ତର ନେଇ ବର୍ଷାଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକିନୀ ପିନ୍ଧି ଚର୍ଚ୍ଚାରେ ସୁପର ମଡେଲ: ଯାହାଙ୍କ ନାମ ବଲିଉଡ୍‌ର ଦୁଇ ଅଭିନେତ୍ରୀଙ୍କ ନାମ ଅନୁସାରେ ହୋଇଛି

ମୁମ୍ବାଇ: ବିହାରରେ ରହୁଥିବା ଏକ ଦମ୍ପତି ବଲିଉଡ୍‌ର ଦୁଇ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଏତେ ଭଲ ପାଉଥିଲେ ଯେ, ଏହି ଦୁଇ ଅଭିନେତ୍ରୀଙ୍କ ନାମକୁ ମିଶାଇ ତାଙ୍କ...

ସନାୟାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର ବଲିଉଡ୍‌ରେ ଏଣ୍ଟ୍ରି କରିବା ପାଇଁ ଏବେଠାରୁ କସରତ ଆରମ୍ଭ କରି ସାରିଛନ୍ତି । ନିକଟରେ...

ବିଚ୍ଛେଦ ପୂର୍ବରୁ ନାଗାଙ୍କ ସହ ରହୁଥିବା ଘର କିଣିଲେ ସାମନ୍ଥା, ଦାମ୍‌ ଜାଣିଲେ…

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା...

ଖୁବ୍‌ଶୀଘ୍ର ହାତକୁ ଦୁଇହାତ ହେବାକୁ ଯାଉଛନ୍ତି ଏହି ଅଭିନେତା, ସରିଲା ନିର୍ବନ୍ଧ-ମେହେନ୍ଦି

ବମ୍ବେ: ହାତକୁ ଦୁଇହାତ ହେବେ ‘ୟେ ହେ ମୋହବତେ’ ଫ୍ରେମ୍‌ ଅଭିନେତା ଅଭିଷେକ ମଲିକ। ପ୍ରେମିକା ସୁହାନୀ ଚୌଧୁରୀଙ୍କୁ ବିବାହ କରିବେ ସେ। ଉତ୍ସବକୁ ନେଇ...

ଲୋକଙ୍କୁ ସାହାଯ୍ୟ କରି ‘ଡ. ଆମ୍ବେଦକର ପୁରସ୍କାର’ରେ ସମ୍ମାନିତ ହେଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କୁ ‘ଭାରତ ରତ୍ନ ଡ. ଆମ୍ବେଦକର ପୁରସ୍କାର’ରେ ସମ୍ମାନିତ କରାଯାଇଛି। କରୋନା ସମୟରେ ସେ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏ ନେଇ...

ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ଭାଇଜାନ!

ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ସାଉଥ ଅଭିନେତ୍ରୀଙ୍କ ପ୍ରେମରେ। ଉଭୟଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ମଧ୍ୟ ଦେଖିବାକୁ ମିଳିଛି। ଏପରି କିଛି ବାସ୍ତବ ଜୀବନରେ ନୁହଁ...

ଡରୁଛନ୍ତି ରଣବୀର

ବଲିଉଡର ରୋମାଣ୍ଟିକ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ମାତାପିତା ହୋଇଛନ୍ତି। ନିକଟରେ ଆଲିଆ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାପରେ ରଣବୀର-ଆଲିଆଙ୍କ...

ଅମିତାଭ ହେଲେ ଭାବୁକ: ମନେ ପକାଇଲେ ବାସଭବନର ନାମକରଣ ସ୍ମୃତି

ମୁମ୍ବାଇ, ୫।୭: ବିଗ୍‌ ବି ଅମିତାଭ ବଚ୍ଚନ ଭାବୁକ ହୋଇ ନିଜ ବ୍ଲଗ୍‌ରେ ଏକ କବିତା ଲେଖିଛନ୍ତି। ଏଥିରେ ତାଙ୍କ ବାସଭବନ ପ୍ରତୀକ୍ଷାରେ ୪୩ ବର୍ଷ...

Advertisement
Archives

Model This Week