ଭଦ୍ରକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ

ଭଦ୍ରକ ଅଫିସ,୧୫।୯-ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ସୋମବାର ରାତିଠାରୁ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଭଦ୍ରକ ସହରର ତଳି ଓ ଖାଲୁଆ ଅଞ୍ଚଳ ଲୋକଙ୍କ ଘରେ ବର୍ଷାପାଣି ପଶିଛି। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପିରିପୁର ଗଁାରେ ବର୍ଷାଜଳ ଘରେ ପଶିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଉକ୍ତ ଗ୍ରାମର ୨୦ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ପିଲାଛୁଆଙ୍କୁ ଧରି ରାତି ଅନିଦ୍ରା ହୋଇ ଭୋକ ଉପାସରେ ପଡ଼ି ରହିଛନ୍ତି।
ମୋଟ ଜିଲାରେ ୪୫୬ ମି.ମି. ବର୍ଷା ହୋଇଥିବା ବେଳେ ଭଦ୍ରକ ବ୍ଲକରେ ୮୪ ମି.ମି., ଭଣ୍ଡାରିପୋଖରୀରେ ୫୮ ମି.ମି., ବାସୁଦେବପୁରରେ ୫୫, ବନ୍ତରେ ୭୮, ଚାନ୍ଦବାଲିରେ ୭୮, ଧାମନଗରରେ ୭୬ ଓ ତିହିଡ଼ିରେ ୩୪ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଖୁଆପଦାଠାରେ ବୈତରଣୀ ଜଳସ୍ତର ବଢୁଥିବାରୁ ତଳିଆ ଅଞ୍ଚଳ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ବୈତରଣୀରେ ୩ ଏସ୍‌କେପ୍‌ ଦେଇ ବନ୍ୟାଜଳ ଜନବସତି ଓ ଚାଷଜମିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ସମସ୍ତ ବ୍ଲକରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଜିଲା ପ୍ରଶାସନ ସଜାଗ ରହିଛି। ଆବଶ୍ୟକ ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜିଲାପାଳ ତ୍ରିଲୋଚନ ମାଝି ସୂଚନା ଦେଇଛନ୍ତି। ଦୁଇଟି ଏନ୍‌ଡିଆର୍‌ଏଫ୍‌ ଓ ଗୋଟିଏ ଓଡ୍ରାଫ୍‌ ଟିମ୍‌ ପାଇଁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟକୁ ଅନୁରୋଧ କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକର ୬ ପଞ୍ଚାୟତ, ଧାମନଗରର ୮, ତିହିଡ଼ି ଓ ଚାନ୍ଦବାଲି ବ୍ଲକ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

କାହିଁକି ଆତ୍ମହତ୍ୟା କଲେ IIC: ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ସିପି

କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ  ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ଖୋଲିଲା ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍: ନିଷ୍କାସିତ ହେଲା ବର୍ଷାଜଳ

ଲମତାପୁଟ, ୪।୭: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ହୋଇପାରୁନି ସରକାର-ଡାକ୍ତରଙ୍କ ସହ ବୁଝାମଣା: ୪ PHC ସମ୍ପୂର୍ଣ୍ଣ ଠପ୍‌, CHC ଭରସା ମାତ୍ର ଜଣେ ଡାକ୍ତର

ଜଗନ୍ନାଥ ପ୍ରସାଦ ,୪।୭(ବିଭୁ ପ୍ରସାଦ ପଟ୍ଟନାୟକ): ରାଜ୍ୟରେ ସରକାର ଏବଂ ଆନ୍ଦୋଳନରତ ଡାକ୍ତରମାନଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ…

ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ: ମୃତକଙ୍କ ପରିଚୟ ମିଳୁନି

ବାଲିଗୁଡା,୪।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri