Posted inଜାତୀୟ

ସଂସ୍କୃତ ସହର ହେବ ବାରାଣସୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀ ‘ସଂସ୍କୃତ ସହର’ ଭାବେ ପରିଚିତ ହେବ। ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବାରାଣସୀରେ ୧୧୦ରୁ ଊର୍ଦ୍ଧ୍ୱ ସଂସ୍କୃତ ବିଦ୍ୟାଳୟ ଥିବାବେଳେ ସର୍ବାଧିକ ଛାତ୍ରୀଛାତ୍ର ସଂସ୍କୃତ ଅଧ୍ୟୟନ କରୁଛନ୍ତି। ଆଉ ୨ଟି ସଂସ୍କୃତ ବିଦ୍ୟାଳୟ ସ୍ଥାପନ ହେବାକୁ ଥିବାବେଳେ ଯୋଗୀ ସରକାର ରାଜ୍ୟରେ ୧୩ ନୂଆ ସ୍କୁଲ ନିର୍ମାଣ କରିବାକୁ ଯାଉଛନ୍ତି। ଏହାସହ ଖୁବ୍‌ଶୀଘ୍ର ଏକ ସଂସ୍କୃତ ନିର୍ଦ୍ଦେଶାଳୟ ଖୋଲାଯିବ। ଏତତ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ସରକାରୀ ବିଜ୍ଞପ୍ତିଗୁଡ଼ିକ ସଂସ୍କୃତରେ ଛାପିବା ଆରମ୍ଭ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ଟୁଇଟର ଆକାଉଣ୍ଟରୁ ସେ ସଂସ୍କୃତରେ ଟୁଇଟ୍‌ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା: ଉଭୟ ହେଲେ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ, ୫।୮: ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦିଆଯାଇଛି। ଜମ୍ମୁ-କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇବା ସହିତ ଧାରା ୩୭୦ ଅନୁସାରେ ଏହାର ବିଶେଷ ରାଜ୍ୟ...

୩୦ଥର ଦଣ୍ଡ ବୈଠକ କଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ,୨୧।୨: ୧୦ଟଙ୍କାର ପ୍ଲାଟଫର୍ମ ଟିକେଟକୁ ମାଗଣାରେ ନେବାକୁ ଚାହୁଁଛନ୍ତି। ଯଦି ହଁ ତେବେ ଆପଣଙ୍କୁ ଏଥିପାଇଁ କିଛି ସର୍ତ୍ତ ପୁରା କରିବାକୁ ପଡ଼ିବ। ଆଉ ଏହି...

ଡବ୍ଲୁଏଚ୍‌ଓ ମୁଖ୍ୟଙ୍କ ନୂଆ ନାମକରଣ କଲେ ମୋଦି

ଗାନ୍ଧିନଗର,୨୦।୪: ଗୁଜରାଟରେ ୩ ଦିନିଆ ବିଶ୍ୱ ଆୟୁଶ ଇନଭେଷ୍ଟମେଣ୍ଟ ଓ ଇନୋଭେସନ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଯୋଗ...

ଏଲ୍‌ଏସିର ସ୍ଥିତି ପରଖିବେ ପ୍ରତିରକ୍ଷା ମନ୍ତ୍ରୀ, ସେନାମୁଖ୍ୟ

ନୂଆଦିଲ୍ଲୀ,୧।୭: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ଭାରତୀୟ ସେନା ଖୁବ୍‌ ସଜାଗ ରହିଛି। ଚାଇନାକୁ କଡା ଜବାବ ଦେବାକୁ ସବୁ ସମୟରେ ପ୍ରସ୍ତୁତ ରହିଛି...

ମହାରାଷ୍ଟ୍ରରୁ ଦିଲ୍ଲୀ ଅଭିମୁଖେ କୃଷକଙ୍କ ପଦଯାତ୍ରା

ମୁମ୍ବାଇ,୨୪।୧: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନର ଆନ୍ଦୋଳନ ଜାରି ରହିଛି। ସାଧାରଣତନ୍ତ୍ର ଦିବସରେ କୃଷକମାନେ ଏକ ଟ୍ରାକ୍ଟର ପରେଡ କରିବା ନେଇ...

କରୋନା ପରେ ଆସୁଛି କଙ୍ଗୋ ଜ୍ୱର: ସତର୍କ ସୂଚନା ଜାରି

ସମସ୍ତ ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଛି। ଏହାରି ମଧ୍ୟରେ ଆଉ ଏକ ରୋଗ ‘କଙ୍ଗୋ ଜ୍ୱର’ ବ୍ୟାପିବା ଆଶଙ୍କାରେ ସତର୍କ ସୂଚନା...

ନାଗରିକତା ସଂଶୋଧନ ବିଲ୍‌ ନେଇ ହିଂସା: ଦିବ୍ରୁଗଡ଼ରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠି ଚାଳନା

ଦିବ୍ରୁଗଡ଼, ୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ଆସାମରେ ହିଂସାକାଣ୍ଡ ଜାରି ରହିଛି। ବୁଧବାର ଉତ୍ୟକ୍ତ ବିକ୍ଷୋଭକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା...

‘ପଚାରିବାର ଅଛି ତ ପାକିସ୍ତାନକୁ ପଚାର’

ନୂଆଦିଲ୍ଲୀ,୧୪।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦାବି ଉପରେ ରାଜନୀତି ଜୋର ଧରିଛି। କେସିଆର୍‌ଙ୍କ ଉପରେ ଭାଜପା ବର୍ଷିଛି। କେନ୍ଦ୍ର...

Advertisement
Archives

Model This Week