ଜଙ୍ଗଲ ନିଆଁରେ ଉଜୁଡ଼ିଯାଉଛି ମୂଲ୍ୟବାନ୍‌ ଗଛ

ବେଗୁନିଆ,୧୨।୪(ହରପ୍ରସନ୍ନ ପଣ୍ଡା): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବାବେଳେ ଜଙ୍ଗଲରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଫଗୁଣ ଆରମ୍ଭରୁ ଦୈନିକ ଏବେ ଗ୍ରାମ୍ୟ ଜଙ୍ଗଲ ହେଉ ଅବା ଘରୋଇ କାଜୁ ବଗିଚାରେ ନିଆଁ ଲାଗିଯିବାରୁ ଏକର ଏକର କାଜୁ ଫସଲ ପୋଡ଼ି ଛାର୍‌ଖାର ହୋଇଯାଇଛି। ନିଆଁ ପ୍ରବାହରେ ବହୁ ମୂଲ୍ୟବାନ୍‌ ବଡ଼ ବଡ଼ ଗଛ ପୋଡ଼ି ନଷ୍ଟ ହୋଇଯାଉଥିବା ଦେଖିବାକୁ ମିଳିଛି। କେତେଜଣ ଅସାମାଜିକ ବ୍ୟକ୍ତି ଜାଣିଶୁଣି ଏହି ଅଗ୍ନି ସଂଯୋଗ କରୁଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ସଚେତନତା ସୃଷ୍ଟି କରାଯାଉନାହିଁ ବୋଲି ପରିବେଶବିତ୍‌ଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏଭଳି ଅଗ୍ନିକାଣ୍ଡ ଯୋଗୁ ପରିବେଶ ପ୍ରଦୂଷଣ ହେବା ସହ ଅଞ୍ଚଳ ବାସିନ୍ଦା ଅତିଷ୍ଠ ହୋଇପଡୁଛନ୍ତି। ପ୍ରକାଶ ଯେ, ବେଗୁନିଆ ବ୍ଲକ ଅଞ୍ଚଳରେ ଥିବା କେତେକ ସରକାରୀ, ବେସରକାରୀ ଜଙ୍ଗଲ ଓ କାଜୁ ବଗିଚାରେ ନିଆଁ ଲାଗିବା ଏବେ ଦୈନିକ ଘଟଣାରେ ପରିଣତ ହୋଇଛି। ଗତ ୧ ସପ୍ତାହ ମଧ୍ୟରେ ପଙ୍ଗାରସିଂହ, ଚିରାମାରୁ, ଡାଳତୋଳା, କଣ୍ଟାବାଡ଼ ଆଦି ସଂରକ୍ଷିତ କାଜୁ ବଗିଚାରେ ନିଆଁ ଲାଗିଯିବାରୁ ପ୍ରାୟ ୨ ଶହ ଏକର ପରିମିତ ଜମିରେ ଥିବା ଗଛଗୁଡ଼ିକ ନଷ୍ଟ ହୋଇଯାଇଛି। ଏଥିଯୋଗୁ କାଜୁ ଚାଷୀଙ୍କ ଆମଦାନୀରେ ପ୍ରଭାବ ପଡ଼ିଛି। ସେହିପରି ବନ ବିଭାଗ ଅଧୀନରେ ଥିବା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଯିବାରୁ ଶାଳ, ପିଆଶାଳ, ଶାଗୁଆନ, ଶିଶୁ, କରଞ୍ଜ ଆଦି ବହୁ ମୂଲ୍ୟବାନ୍‌ ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବିଭାଗ ପାଇଁ ମଧ୍ୟ କଷ୍ଟକର ହୋଇପଡୁଛି। ସଚେତନତା ଅଭାବରୁ ପୋଡୁଚାଷ ଲାଗି ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। କେତେକ ଅସାମାଜିକ ବ୍ୟକ୍ତି ଜଙ୍ଗଲରୁ ପ୍ରାଣୀ ଶିକାର ସହ ଗଛ ପୋଡ଼ିଦେଇ ଅଙ୍ଗାର ଅମଳ କରି ଚଢ଼ା ଦରରେ ବିକ୍ରି କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପରିବେଶବିତ୍‌ ରାଜ କିଶୋର ପାଣିଗ୍ରାହୀ କୁହନ୍ତି, ଗ୍ରୀଷ୍ମଋତୁରେ ଜଙ୍ଗଲ ପରିସରରେ କେତେକ ଅସାମାଜିକ ବ୍ୟକ୍ତି ଜାଣିଶୁଣି ନିଆଁ ଲଗାଇ ଦେଉଛନ୍ତି। ଏଥିଯୋଗୁ କାଜୁଫସଲ କ୍ଷତି ହେବା ସହ ପରିବେଶ ପ୍ରଦୂଷଣ ହେଉଛି। ସଚେତନତା ଅଭାବରୁ ଏଭଳି କାଣ୍ଡ ଘଟୁଛି ବୋଲି ଆଶଙ୍କା କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରେ ଗଛ ଲଗାଇ ତା’ର ଯତ୍ନ ନେଉଥିବା ଯୁବ ଏଜୁକେଟର ଦେବାଶିଷ ସାହୁ କୁହନ୍ତି, ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସଚେତନ କରାଯାଉନାହିଁ। ଅର୍ଗାନାଇଜେଶନ ଫର୍‌ ଲାଇଫ୍‌ ଆଣ୍ଡ ନେଚର ପକ୍ଷରୁ ମଧ୍ୟ ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉନାହିଁ। ଯେତିକି ଜଙ୍ଗଲ ଅଛି ତା’ର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଆବଶ୍ୟକ କର୍ମଚାରୀ ନିଯୁକ୍ତ ହେବା ଦରକାର। ପ୍ରତିବର୍ଷ ଜଙ୍ଗଲ ଓ ବଗିଚା ପରିସରରୁ ଘାସ ଏବଂ ଅନାବନା ଲତା ସଫେଇ କରାଯିବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri