ମୂଲ୍ୟବାନ ସରକାରୀ ଜମିର ହେଉନି ଉପଯୋଗ, ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

କେନ୍ଦ୍ରାପଡ଼ା,୮ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗ ପୁରୁଣା ଆବାସିକ କାର୍ଯ୍ୟାଳୟ(ବାବୁହତା) ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କେନ୍ଦ୍ରାପଡା ହାଇସ୍କୁଲ ପଡିଆ ନିକଟରେ ଥିବା ପ୍ରାୟ ୧୩ ଗୁଣ୍ଠ ପରିମିତ ଜମି ଉପରେ ଥିବା ପୁରୁଣା ଆବାସିକ କାର୍ଯ୍ୟାଳୟର କବାଟ, ଝରକା ଏପରିକି କାନ୍ଥ ଓ ମୂଳଦୁଆ ସବୁ ଲୋକମାନେ ତାଡି ନେଇଯାଇ ଥିବାରୁ ଏବେ ଘରର କୌଣସି ଚିହ୍ନବର୍ଣ୍ଣ ନାହିଁ।
କୃଷି ବହୁଳ କେନ୍ଦ୍ରାପଡ଼ା ଜିଲାରେ ଜଳ ସମ୍ପଦ କାର୍ଯ୍ୟାଳୟ କରିବା ପାଇଁ ୧୯୬୪ ମସିହାରେ କଟକ ଜଳସେଚନ ଡିଭିଜନ ଅଧୀନରେ ଏହି କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ୧୯୬୮ ମସିହାରୁ ଜଳ ସମ୍ପଦ ବିଭାଗ କଟକ ଡିଭିଜନ ଅଧୀନରେ ଓ ୧୯୭୦ ମସିହାରୁ ମହାନଦୀ କେନ୍ଦ୍ରୀୟ ଡିଭିଜନ ଅଧୀନରେ ଏହି ବିଲଡିଂ ପ୍ରମୁଖ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା। ଏହା ଏକ ଆବାସିକ କାର୍ଯ୍ୟାଳୟ ଓ ଏଠାରେ ଜଳ ସମ୍ପଦ ବିଭାଗର ଏସ୍‌ଡିଓ ଅବସ୍ଥାନ କରୁଥିବାରୁ ଏହାକୁ ସ୍ଥାନୀୟ ଅଞ୍ଚଳରେ ବାବୁହତା ବୋଲି କୁହାଯାଉଥିଲା। ୧୯୭୫ ମସିହାରେ କେନ୍ଦ୍ରାପଡାକୁ ଜଳସେଚନ ଡିଭିଜନର ମାନ୍ୟତା ଦିଆଯିବା ପରେ ୨୦୦୮ ପର୍ଯ୍ୟନ୍ତ ବାବୁହତା ଜଳ ସମ୍ପଦ କୋଠିରେ କେନ୍ଦ୍ରାପଡା ସବ୍‌ ଡିଭିଜନର ଏସ୍‌ଡିଓଙ୍କ ଆବାସିକ କାର୍ଯ୍ୟାଳୟରେ ପରିଣତ କରାଯିବା ସହ ନିୟମିତଭାବେ ଅଧିକାରୀମାନେ ରହି ଆସୁଥିଲେ। ତତ୍କାଳୀନ ଏସ୍‌ଡିଓ ଇଂ. ଯୁଗଳ କିଶୋର ତ୍ରିପାଠୀଙ୍କ ପର୍ଯ୍ୟନ୍ତ ଏହା ଏକ ପ୍ରମୁଖ ସରକାରୀ କୋଠିଭାବେ କାର୍ଯ୍ୟକରି ଆସୁଥିଲା। ତାଙ୍କ ବଦଳି ପରେ ଇଂ. ପ୍ରଶାନ୍ତ ଦାସ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ଦୁଇ ସବ୍‌ଡିଭିଜନର ଦାୟିତ୍ୱରେ ରହିବା ପରେ ରଣପଡାର ଏହି ବାବୁହତା ଆବାସିକ କାର୍ଯ୍ୟାଳୟ ପଟ୍ଟାମୁଣ୍ଡାଇ ଉଠି ଯାଇଥିଲା। ଫଳରେ ଏହି ବିରାଟ କୋଠି ଦୀର୍ଘଦିନ ଧରି ପରିତ୍ୟକ୍ତ ଭାବେ ପଡ଼ି ରହିଲା। ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ କୋଠିକୁ ଭଙ୍ଗାରୁଜା କରି ମୂଲ୍ୟବାନ କାଠ ଲୁହାକଡି ସାମଗ୍ରୀ କବାଟ, ଝରକା, ଟେବୁଲ, ଥାକ, ଫ୍ୟାନ, ଆଲମିରା ପ୍ରଭୃତି ଚୋରାଇ ନେଇଗଲେ। ଏହା ସହ ଏହାର ଚତୁଃପାର୍ଶ୍ୱରେ ଥିବା ପାଚେରି ଓ ଘରର କାନ୍ଥ, ଛାତ ପ୍ରଭୃତିକୁ ଭଙ୍ଗାରୁଜା କରି ବୋହି ନେଇଗଲେ। ଅଳ୍ପ କେତେଦିନ ମଧ୍ୟରେ ଇଂରେଜଙ୍କ ସମୟର ଏହି କୋଠାକୁ ଏହାର ମୂଳଦୁଆ ସହିତ ତାଡି ନେଇଯିବା ଫଳରେ ବର୍ତ୍ତମାନ ଏହି ବିଲ୍‌ଡିଂର କୌଣସି ଚିହ୍ନବର୍ଣ୍ଣ ନାହିଁ। ଏପରିକି ଏହାର ମୁଖ୍ୟ ଫାଟକରେ ଲାଗିଥିବା ଲୁହା ଗ୍ରୀଲକୁ ଛାଡିଦେଲେ ଏହି ଅଫିସରମାନଙ୍କ ସୁସଜ୍ଜିତ ବାସଗୃହର କୌଣସି ଚିହ୍ନବର୍ଣ୍ଣ ନାହିଁ। କୋଟିକୋଟି ଟଙ୍କାର ଏହି ମୂଲ୍ୟବାନ ସରକାରୀ ଜମିର ଉପଯୋଗ କରାଯାଉ ନଥିବାରୁ ଏହାର ପରିସର ଗୋରୁଙ୍କ ଚରାଭୂଇଁ ଓ ଅସାମାଜିକଙ୍କ ଆଡ୍ଡାରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ଜିଲା ସଦର ମହକୁମାରେ ଅନେକ କାର୍ଯ୍ୟାଳୟ ଭଡା ସୂତ୍ରରେ ଚାଲୁଥିବା ବେଳେ ଏହି ସରକାରୀ ଜମି ଉପରେ ରିଜର୍ଭ ପୋଲିସ କ୍ୱାର୍ଟର୍ସ, ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଭଳି ଯେକୌଣସି ସରକାରୀ କାର୍ଯ୍ୟାଳୟ କରାଯାଇ ଏହି ମୂଲ୍ୟବାନ ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ଅଧୀକ୍ଷଣ ଯନ୍ତ୍ରୀ ଇଂ. ରାଜେଶ କୁମାର ମଲ୍ଲିକଙ୍କୁ ପଚାରିବାରୁ ଜିଲା ପ୍ରଶାସନ ପକ୍ଷରୁ କ୍ରୀଡା ବିଭାଗକୁ ଏହି ସ୍ଥାନ ପ୍ରଦାନ ପାଇଁ ନିର୍ଦ୍ଦେଶ ଆସିବା ପରେ ଏହାର ଉନ୍ନତୀକରଣ ବିଭାଗ ପକ୍ଷରୁ ହୋଇନାହିଁ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri