ଅବହେଳିତ ଅବସ୍ଥାରେ ୩୦୦ ବର୍ଷର ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ, ସଂରକ୍ଷଣ ପାଇଁ ଉଠିଲା ଦାବି

ତିହିଡ଼ି,୮ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଅବସ୍ଥିତ ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ ଆଜି ଅବହେଳାର ଶିକାର ହୋଇ ପଡ଼ିଛି । ପ୍ରାୟ ୩୦୦ ବର୍ଷର ଏହି ଦାଣ୍ଡ ମେଳଣ ଅଞ୍ଚଳର ପୁରାତନ କଳା, ସଂସ୍କୃତି ଓ ପରମ୍ପରା ସହ ଜଡିତ ରହିଛି । ଧାମନଗର ଅଞ୍ଚଳର ପ୍ରସିଦ୍ଧ ଲୁଣିଆ ମେଳଣ ଭାବେ ଏହାର ସ୍ୱତନ୍ତ୍ର ପରିଚୟ ରହିଥିବାବେଳେ, ବର୍ତ୍ତମାନ ଏହାର ଉନ୍ନତି ଓ ସଂରକ୍ଷଣ ନେଇ ଚିନ୍ତା ବଢ଼ିଛି।
ମେଳଣର ଭିତ୍ତିଭୂମି ସଠିକ ବିକାଶ ହୋଇପାରୁ ନାହିଁ । ପ୍ରବେଶ ପଥରେ ନିର୍ମାଣ ହୋଇଥିବା ଗେଟ୍‌ ଦୀର୍ଘଦିନ ଧରି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଏହା ସହ ମେଳଣ ପୋଖରୀର ଚାରିପାଖରେ ମାଟି ଧସିବାରୁ ପରିବେଶ ଓ ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସରକାରଙ୍କ ପକ୍ଷରୁ ପୂର୍ବରୁ କିମ୍ବା ବର୍ତ୍ତମାନ ଯେଉଁ ଅନୁଦାନ ମିଳୁଛି, ତାହା ଏହି ଐତିହ୍ୟସମ୍ପନ୍ନ ସ୍ଥାନର ସାମଗ୍ରିକ ବିକାଶ ପାଇଁ ପର୍ଯ୍ୟାପ୍ତ ନୁହେଁ।
ଧାମନଗର ବ୍ଲକର ଏକ ପ୍ରମୁଖ ମେଳଣ ହୋଇଥିବାବେଳେ ଏହି ମେଳଣ ଦୀର୍ଘ ବର୍ଷ ଧରି ଅଞ୍ଚଳର ସାଂସ୍କୃତିକ ପରିଚୟକୁ ବହନ କରିଆସୁଛି। ତେଣୁ ମଡାଗଡ଼ିଆ ଲୁଣିଆ ମେଳଣର ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ ପାଇଁ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସବୁ ମହଲରୁ ଦାବି ହେଉଛି । ବିଶେଷକରି ଧାମନଗରର ବିଧାୟକ ବର୍ତ୍ତମାନ ରାଜ୍ୟର ସଂସ୍କୃତି ବିଭାଗ ମନ୍ତ୍ରୀ ଥିବାରୁ ଏହି ପୁରାତନ ଐତିହ୍ୟର ପୁନରୁଦ୍ଧାର ଦିଗରେ ଠୋସ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

ଏହି ସମ୍ପର୍କରେ ଖପରପଦା ପଞ୍ଚାୟତର ପିଏସ୍ ସଦସ୍ୟ ବିଜୟ ଦଳାଇ କହିଛନ୍ତି ଯେ, ମଡାଗଡ଼ିଆ ଲୁଣିଆ ମେଳଣ ଅଞ୍ଚଳର ଗୌରବ ଓ ସାଂସ୍କୃତିକ ପରିଚୟ। ସଂସ୍କୃତି ମନ୍ତ୍ରୀଙ୍କ ଶୁଭଦୃଷ୍ଟି ଏହି ମେଳଣ ଉପରେ ପଡ଼ୁ ଏବଂ ସରକାର ଯେଉଁ ଅନୁଦାନ ଦେବେ, ତାହାର ସଠିକ ବ୍ୟବହାର ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବେ ବୋଲି ସେ କହିଛନ୍ତି।

ଲୁଣିଆ ମେଳଣ କମିଟିର ସମ୍ପାଦକ ପ୍ରତାପ ମହାନ୍ତି କହିଛନ୍ତି ଯେ, ପୂର୍ବ ସରକାର ସମୟରେ ଯେଉଁ ଅନୁଦାନ ଆସିଥିଲା ସେଥିରେ କିଛି ଉନ୍ନତି କାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ଯେଉଁ ଅନୁଦାନ ମଞ୍ଜୁର ହୋଇଛି, ତାହାର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଉ । ସେହିପରି ସଂସ୍କୃତି ବିଭାଗ ଏହି ଐତିହାସିକ ମେଳଣର ବିକାଶ ଉପରେ ବିଶେଷ ଦୃଷ୍ଟି ଦେଲେ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ଆଗାମୀ ପିଢ଼ି ପର୍ଯ୍ୟନ୍ତ ବଞ୍ଚି ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ସେହିପରି ଲୁଣିଆ ମେଳଣ କମିଟିର ବରିଷ୍ଠ ସଦସ୍ୟ ଦେବାଶିଷ ପଣ୍ଡା କହିଛନ୍ତି ଯେ, ମଡାଗଡ଼ିଆ ଲୁଣିଆ ମେଳଣ କେବଳ ଏକ ମେଳଣ ନୁହେଁ, ବରଂ ଏହା ଅଞ୍ଚଳର ଏକ ଐତିହାସିକ ଓ ସାଂସ୍କୃତିକ ପିଠ। ଏହାର ଉନ୍ନତି ଓ ସଂରକ୍ଷଣ ପାଇଁ ସରକାରଙ୍କ ସହ ସମାଜର ସମସ୍ତ ବର୍ଗ ଆଗେଇ ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?