ଅବହେଳିତ ଅବସ୍ଥାରେ ୩୦୦ ବର୍ଷର ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ, ସଂରକ୍ଷଣ ପାଇଁ ଉଠିଲା ଦାବି

ତିହିଡ଼ି,୮ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଅବସ୍ଥିତ ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ ଆଜି ଅବହେଳାର ଶିକାର ହୋଇ ପଡ଼ିଛି । ପ୍ରାୟ ୩୦୦ ବର୍ଷର ଏହି ଦାଣ୍ଡ ମେଳଣ ଅଞ୍ଚଳର ପୁରାତନ କଳା, ସଂସ୍କୃତି ଓ ପରମ୍ପରା ସହ ଜଡିତ ରହିଛି । ଧାମନଗର ଅଞ୍ଚଳର ପ୍ରସିଦ୍ଧ ଲୁଣିଆ ମେଳଣ ଭାବେ ଏହାର ସ୍ୱତନ୍ତ୍ର ପରିଚୟ ରହିଥିବାବେଳେ, ବର୍ତ୍ତମାନ ଏହାର ଉନ୍ନତି ଓ ସଂରକ୍ଷଣ ନେଇ ଚିନ୍ତା ବଢ଼ିଛି।
ମେଳଣର ଭିତ୍ତିଭୂମି ସଠିକ ବିକାଶ ହୋଇପାରୁ ନାହିଁ । ପ୍ରବେଶ ପଥରେ ନିର୍ମାଣ ହୋଇଥିବା ଗେଟ୍‌ ଦୀର୍ଘଦିନ ଧରି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଏହା ସହ ମେଳଣ ପୋଖରୀର ଚାରିପାଖରେ ମାଟି ଧସିବାରୁ ପରିବେଶ ଓ ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସରକାରଙ୍କ ପକ୍ଷରୁ ପୂର୍ବରୁ କିମ୍ବା ବର୍ତ୍ତମାନ ଯେଉଁ ଅନୁଦାନ ମିଳୁଛି, ତାହା ଏହି ଐତିହ୍ୟସମ୍ପନ୍ନ ସ୍ଥାନର ସାମଗ୍ରିକ ବିକାଶ ପାଇଁ ପର୍ଯ୍ୟାପ୍ତ ନୁହେଁ।
ଧାମନଗର ବ୍ଲକର ଏକ ପ୍ରମୁଖ ମେଳଣ ହୋଇଥିବାବେଳେ ଏହି ମେଳଣ ଦୀର୍ଘ ବର୍ଷ ଧରି ଅଞ୍ଚଳର ସାଂସ୍କୃତିକ ପରିଚୟକୁ ବହନ କରିଆସୁଛି। ତେଣୁ ମଡାଗଡ଼ିଆ ଲୁଣିଆ ମେଳଣର ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ ପାଇଁ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସବୁ ମହଲରୁ ଦାବି ହେଉଛି । ବିଶେଷକରି ଧାମନଗରର ବିଧାୟକ ବର୍ତ୍ତମାନ ରାଜ୍ୟର ସଂସ୍କୃତି ବିଭାଗ ମନ୍ତ୍ରୀ ଥିବାରୁ ଏହି ପୁରାତନ ଐତିହ୍ୟର ପୁନରୁଦ୍ଧାର ଦିଗରେ ଠୋସ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

ଏହି ସମ୍ପର୍କରେ ଖପରପଦା ପଞ୍ଚାୟତର ପିଏସ୍ ସଦସ୍ୟ ବିଜୟ ଦଳାଇ କହିଛନ୍ତି ଯେ, ମଡାଗଡ଼ିଆ ଲୁଣିଆ ମେଳଣ ଅଞ୍ଚଳର ଗୌରବ ଓ ସାଂସ୍କୃତିକ ପରିଚୟ। ସଂସ୍କୃତି ମନ୍ତ୍ରୀଙ୍କ ଶୁଭଦୃଷ୍ଟି ଏହି ମେଳଣ ଉପରେ ପଡ଼ୁ ଏବଂ ସରକାର ଯେଉଁ ଅନୁଦାନ ଦେବେ, ତାହାର ସଠିକ ବ୍ୟବହାର ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବେ ବୋଲି ସେ କହିଛନ୍ତି।

ଲୁଣିଆ ମେଳଣ କମିଟିର ସମ୍ପାଦକ ପ୍ରତାପ ମହାନ୍ତି କହିଛନ୍ତି ଯେ, ପୂର୍ବ ସରକାର ସମୟରେ ଯେଉଁ ଅନୁଦାନ ଆସିଥିଲା ସେଥିରେ କିଛି ଉନ୍ନତି କାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ଯେଉଁ ଅନୁଦାନ ମଞ୍ଜୁର ହୋଇଛି, ତାହାର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଉ । ସେହିପରି ସଂସ୍କୃତି ବିଭାଗ ଏହି ଐତିହାସିକ ମେଳଣର ବିକାଶ ଉପରେ ବିଶେଷ ଦୃଷ୍ଟି ଦେଲେ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ଆଗାମୀ ପିଢ଼ି ପର୍ଯ୍ୟନ୍ତ ବଞ୍ଚି ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ସେହିପରି ଲୁଣିଆ ମେଳଣ କମିଟିର ବରିଷ୍ଠ ସଦସ୍ୟ ଦେବାଶିଷ ପଣ୍ଡା କହିଛନ୍ତି ଯେ, ମଡାଗଡ଼ିଆ ଲୁଣିଆ ମେଳଣ କେବଳ ଏକ ମେଳଣ ନୁହେଁ, ବରଂ ଏହା ଅଞ୍ଚଳର ଏକ ଐତିହାସିକ ଓ ସାଂସ୍କୃତିକ ପିଠ। ଏହାର ଉନ୍ନତି ଓ ସଂରକ୍ଷଣ ପାଇଁ ସରକାରଙ୍କ ସହ ସମାଜର ସମସ୍ତ ବର୍ଗ ଆଗେଇ ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଣ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ନାହାନ୍ତି ସୁପ୍ରିମକୋର୍ଟ; ବିରାଟ କୋହଲିଙ୍କ ନାମ ନେଇ କହିଲେ ଏମିତି

ନୂଆଦିଲ୍ଲୀ,୨୯।୧୦: ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ-ଏନସିଆର (Delhi-NCR) ରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ସେ ନାହାନ୍ତି; ବରଂ, କୋର୍ଟ ଏକ ସନ୍ତୁଳିତ ନିର୍ଦ୍ଦେଶ…

ପ୍ରତି ମାସରେ ମିଳିବ ୫,୦୦୦ ଟଙ୍କା ପେନସନ, ହେଲେ ଏହି ବ୍ୟକ୍ତିମାନେ କରିପାରିବେନି ଆବେଦନ, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ, ୨୯।୧୦: କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପ୍ରକାରର ଯୋଜନା ଚାଲୁ ରହିଛି। ଏହି ଯୋଜନାଗୁଡ଼ିକ ମାଧ୍ୟମରେ କେଉଁଠି ସବ୍ସିଡି କିମ୍ବା…

IPL 2027 ପୂର୍ବରୁ, ମୁମ୍ବାଇ ଇଣ୍ଡିଆନ୍ସ କଲା ବଡ଼ ପରିବର୍ତ୍ତନ, ମାଲିଙ୍ଗାଙ୍କ ସମେତ ୩ ପ୍ରମୁଖ ବ୍ୟକ୍ତିଙ୍କ ସହ ହଠାତ ସମ୍ପର୍କ ଛିନ୍ନ

ନୂଆଦିଲ୍ଲୀ,୨୯।୧୦: IPL 2027 ପୂର୍ବରୁ, ମୁମ୍ବାଇ ଇଣ୍ଡିଆନ୍ସ ନିଜର କୋଚିଂ ଷ୍ଟାଫରେ ପରିବର୍ତ୍ତନ କରିଛି ଏବଂ ତିନିଜଣ କୋଚଙ୍କ ସହ ସମ୍ପର୍କ ବିଚ୍ଛିନ୍ନ କରିଛି। ଏମାନଙ୍କ ମଧ୍ୟରେ…

ଲକ୍ଷ୍ମୀ ନାରାୟଣ ଯୋଗ: କେବଳ ଏହି ୩ ରାଶି ଲୋକଙ୍କ ସହ ଘଟିବ ବଡ଼ ଚମତ୍କାର! ନଭେମ୍ବର ମାସ ସାରା…

ଜ୍ୟୋତିଷ ଶାସ୍ତ୍ରରେ ଲକ୍ଷ୍ମୀ ନାରାୟଣ ଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଏହି ଯୋଗକୁ ଧନ, ସୁଖ-ସମୃଦ୍ଧି, ସଫଳତା ଏବଂ ସୌଭାଗ୍ୟ ସହ ଯୋଡ଼ି…

ଆଶୁତୋଷ ସିହ୍ନା କିଏ? ପ୍ରଧାନମନ୍ତ୍ରୀଙ୍କ ଗଡ଼ରେ ଉଡ଼ାଇଲେ ଅଖିଲେଶଙ୍କ ପତାକା

ବାରାଣସୀ,୨୯।୧୦: ଉତ୍ତର ପ୍ରଦେଶର ୧୧ଟି ବିଧାନ ପରିଷଦ ଆସନ ପାଇଁ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଜନତା ପାର୍ଟି (ଭାଜପା) ୬ଟି ଆସନ ଜିତିଥିବା ବେଳେ…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ବନ୍ୟାଞ୍ଚଳ ପରିଦର୍ଶନ କଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୨୯ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି। ଗୁରୁବାର ପୁରୁଣା ସ୍ଥାନରେ ପୁଣି ବଡ଼ ବଡ଼ ପଥର…

ବର୍ଷା ପବନରେ ଛିଡ଼ିଲା ବିଦ୍ୟୁତ୍‌ତାର, ୬ ମେଣ୍ଢା ସହ ଗୋଟିଏ ଛେଳିର ଜୀବନ ଗଲା

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡୁବୁଲି ଛକ ନିକଟରେ ଅଘଟଣ ଘଟିଛି। ବିଦ୍ୟୁତ୍‌ ଖୁଣ୍ଟ…

ଶୁକ୍ରଙ୍କ ବକ୍ରୀ ଚଳନ: ୪ ରାଶିରେ ଭାରି ଖରାପ ପ୍ରଭାବ, ପାଖରୁ ପଳେଇବେ ସବୁ ଟଙ୍କା!

ଶୁକ୍ରଦେବ ନିଜର ଅସ୍ତ ଅବସ୍ଥାରୁ ବାହାରକୁ ଆସିବାକୁ ଯାଉଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ବିବାହ, ସମ୍ପର୍କ, ସୁଖ ଏବଂ ଧନର କାରକ ବୋଲି ବିବେଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?