ଭାଲେଣ୍ଟାଇନ୍‌ @ ୭୪

ପ୍ରେମୀଯୁଗଳଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କଟକର ବାଳକୃଷ୍ଣ ମାଝୀ ଓ ଆଲୋଚନା ଦେବୀ। ବିବାହର ୭୪ ବର୍ଷ ପରେ ମଧ୍ୟ ଉଭୟଙ୍କ ପରସ୍ପର ପ୍ରତି ଭଲପାଇବା କମିନାହିଁ। ବାରଙ୍ଗ ବ୍ଲକ ଅଧୀନ କେନ୍ଦୁପାଟଣା ଗ୍ରାମରେ ଉଭୟ ଜନ୍ମଗ୍ରହଣ କରିଥିଲେ। ଆଲୋଚନାଙ୍କ ବାପା ଜୟରାମ ଦାସ ଜମିଦାର ଥିଲେ। ଗ୍ରାମର ପ୍ରଥମ ଗ୍ରାଜୁଏଟ୍‌ ବାଳକୃଷ୍ଣଙ୍କୁ ନିଜ ଜାମାତା କରିବେ ବୋଲି ଜୟରାମ କହିଥିଲେ। ଅପରପକ୍ଷେ ଅନ୍ୟ ସ୍ଥାନରେ ବାଳକୃଷ୍ଣଙ୍କର ପୂର୍ବରୁ ନିର୍ବନ୍ଧ ସରିଥିଲେ ମଧ୍ୟ କୌଣସି କାରଣରୁ ବାହାଘର ଭାଙ୍ଗି ଯାଇଥିଲା। ଏହାପରେ ୧୯୪୮ ଜୁନ୍‌ରେ ବାଳକୃଷ୍ଣ ଓ ଆଲୋଚନାଙ୍କର ବିବାହ ହୋଇଥିଲା। ବିବାହ ବେଳକୁ ବାଳକୃଷ୍ଣଙ୍କୁ ୨୫ ବର୍ଷ ଓ ଆଲୋଚନାଙ୍କୁ ୧୭ ବର୍ଷ ହୋଇଥିଲା। ବିବାହର ୧୫ ଦିନ ପରେ ରାଜକନିକା ହାଇସ୍କୁଲରେ ଶିକ୍ଷକ ଭାବରେ ଯୋଗ ଦେଇଥିଲେ ବାଳକୃଷ୍ଣ। ପରେ ସେଠାରୁ ଆସି ୧୯୪୯ରେ ସଚିବାଳୟରେ ଚାକିରି କରିଥିଲେ। ହେଲେ ସେଠାରେ ତାଙ୍କୁ ଆମତ୍ସନ୍ତୋଷ ନ ମିଳିବାରୁ ଦୁଇବର୍ଷ ପରେ ଚାକିରି ଛାଡି ଗାଁକୁ ଚାଲିଆସିଥିଲେ। ବାଲ୍ୟକାଳ ଅଭାବ ଅନଟନରେ ବିତିଥିବାରୁ ଶିକ୍ଷା ଲାଭ ପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ସେଥିଲାଗି ଗ୍ରାମରେ ପିଲାମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବାକୁ ସେ ସ୍ବପ୍ନ ଦେଖିଥିଲେ। ସେ ନିଜ ଗ୍ରାମରେ ଉତ୍କଳମଣି ମଧ୍ୟ ଇଂରାଜୀ ଉଚ୍ଚବିଦ୍ୟାଳୟ, ଉତ୍କଳମଣି ବାଳିକା ଉଚ୍ଚବିଦ୍ୟାଳୟ ଓ କୁଞ୍ଜବିହାରୀ ମହାବିଦ୍ୟାଳୟ(ବାରଙ୍ଗ କଲେଜ) ଅନେକ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥତ୍କ ସହାୟତାରେ ପ୍ରତିଷ୍ଠା କରିଥିଲେ। ତେବେ ରାଣୀହାଟ ହାଇସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ ସେ। ସମାଜ ପାଇଁ କିଛି କରିବା ଜିଦ୍‌ରେ ତାଙ୍କ ପରିବାର, ୩ପୁଅ ଓ ୫ଝିଅଙ୍କୁ ସମ୍ଭାଳିଥାନ୍ତି ଆଲୋଚନା। ଉଭୟଙ୍କ ସମ୍ପର୍କକୁ ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ପରସ୍ପର ପ୍ରତି ଭଲପାଇବା ତିଳେମାତ୍ର କମିନାହିଁ ବୋଲି ଆଲୋଚନା କହିଛନ୍ତି। ସେହିପରି ବାଳକୃଷ୍ଣ କହିଛନ୍ତି, ଜୀବନରେ ଆଲୋଚନା ସାଥିରେ ଥିବାରୁ କିପରି ଏତେ ବର୍ଷ ବିତିଯାଇଛି ସେ ଜାଣି ପାରିନାହାନ୍ତି। କାରଣ ସେ ମୋ ପାଇଁ ଆଉ ମୁଁ ତାଙ୍କ ପାଇଁ।
– ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri