Posted inଫୁରସତ

ଜିଲ୍‌ଙ୍କ ମୁହଁରୁ ହଁ ଶୁଣିବା ଲାଗି ୫ ଥର ପ୍ରପୋଜ୍‌ କରିଥିଲେ ବାଇଡେନ୍‌…ପଢ଼ନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରେମକାହାଣୀ

ଆରମ୍ଭ ହୋଇଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହି ସମୟରେ ଅନେକେ ନିଜର ସାଥୀଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ପ୍ରଥମ ଦିନ ରୋଜ୍‌ ଡେ’ ଶେଷ ହୋଇଥିବା ବେଳେ ଆଜି(ଗୁରୁବାର) ହେଉଛି ପ୍ରପୋଜ୍‌ ଡେ’। ଏହି ସ୍ବତନ୍ତ୍ର ଦିନରେ ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ପ୍ରେମକାହାଣୀ ବିଷୟରେ ଆମେ ଆପଣଙ୍କୁ କହିବୁ। ସେଇଟି ହେଲା ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର।

ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାର ୪୬ତମ ରାଷ୍ଟ୍ରପତି ହେଉଛନ୍ତି ବାଇଡେନ୍‌। ଫାଷ୍ଟଲେଡି ଜିଲ୍‌ ବାଇଡେନ୍‌ଙ୍କ ସହ ତାଙ୍କର ପ୍ରେମ ଫିଲ୍ମର କାହାଣୀଠାରୁ କମ୍‌ ନୁହେଁ। ଆଜି ସେ ଦୁନିଆର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଆସନରେ ବିରାଜମାନ ହୋଇଛନ୍ତି ସତ, ହେଲେ ଜିଲଙ୍କ ହୃଦୟ ଜିତିବା ଲାଗି ତାଙ୍କୁ ଥରେ କି ଦୁଇଥର ନୁହେଁ , ୫ ଥର ପ୍ରପୋଜ୍‌ କରିବାକୁ ପଡ଼ିଥିଲା।

୧୯୭୫ରେ ଜିଲଙ୍କୁ ଭେଟିଥିଲେ ବାଇଡେନ୍‌। ପ୍ରଥମ ଦେଖା ପରେ ଉଭୟଙ୍କ ସମ୍ପର୍କ ପ୍ରେମରେ ପରିଣତ ହେବ ବୋଲି କେହି ଚିନ୍ତା କରି ନ ଥିଲେ। ନ୍ୟୁୟର୍କର ଲୋଟସ୍‌ କ୍ଲବରେ ଜିଲ୍‌ ବାଇଡେନ୍‌ଙ୍କୁ ନିଜ ବିଷୟରେ କହିଥିଲେ। ପରେ ଦୁହେଁ ଡେଟ୍‌ କରିବା ଆରମ୍ଭ କରିଥିଲେ।

ରାଷ୍ଟ୍ରପତି ବାଇଡେନ୍‌ ଜିଲ୍‌ଙ୍କୁ ନେଇ ବାହାରକୁ ନେଇ ବୁଲି ଯାଉଥିବା ବେଳେ ତାଙ୍କୁ ପ୍ରେମିକା ବୋଲି ମାନି ସାରିଥିଲେ। ସେତେବେଳେ ଏକାକି ଥିବାରୁ ତାଙ୍କୁ ପିଲାମାନେ ପ୍ରପୋଜ୍‌ କରିବାକୁ କହିଥିଲେ। ଏହାପରେ ବାଇଡେନ୍‌ ଜିଲ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପୂର୍ବରୁ ବୈବାହିକ ବିଚ୍ଛେଦ ପାଇଥିବା ଜିଲ୍‌ ପ୍ରେମରୁ ବିଶ୍ୱାସ ହରାଇଥିଲେ। ଏଣୁ ବାଇଡେନ୍‌ଙ୍କୁ ପାଞ୍ଚଥର ତାଙ୍କୁ ପ୍ରପୋଜ କରିବାକୁ ପଡ଼ିଥିଲା। ୧୯୭୭ରେ ହଁ ଭରିବା ପରେ ଦୁହେଁ ବିବାହ କରିଥିଲେ। ୧୯୮୧ରେ ଉଭୟଙ୍କ ଝିଅ ଜନ୍ମ ହୋଇଥିଲା।

ତେବେ ବାଇଡେନ୍‌ ଜିଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ନିଲିୟା ଥିଲା। ୧୯୭୨ରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ବର୍ଷକର ଝିଅ ନାଓମି ମଧ୍ୟ ପ୍ରାଣ ହରାଇଥିଲେ। ଏହାପରେ ସେ ଏକାକି ଦୁଇ ପୁଅଙ୍କ ଲାଳନପାଳନ କରୁଥିଲେ। ଜିଲ୍‌ ତାଙ୍କ ଜୀବନକୁ ଆସିବା ପରେ ସେ ପୁଣିଥରେ ପ୍ରେମରେ ପଡ଼ିଥିଲେ।

ଜୀବନର ଉତ୍‌ଥାନ ପତନରେ ସର୍ବଦା ସ୍ବାମୀ ବାଇଡେନଙ୍କ ସହ ଛିଡ଼ା ହୋଇଆସିଛନ୍ତି ଜିଲ୍‌। ୨୦୧୫ରେ ଦୁହିଁଙ୍କ ପୁଅ ବ୍ୟୁ କ୍ୟାନ୍‌ସରରେ ପ୍ରାଣ ହରାଇଥିଲେ। ଏହାପରେ ସେମାନଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଥିଲା। ମାତ୍ର ସବୁ ସମୟରେ ଜିଲ୍‌ ବାଇଡେନ୍‌ଙ୍କ ସହ ରହି ତାଙ୍କର ରାଜନୈତିକ କ୍ୟାରିୟରକୁ ଆଗକୁ ବଢ଼ାଇବାରେ ସହାୟତା କରିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

ଗ୍ରାମରେ ପଶିଗଲା ଗୋଠଛଡ଼ା ଦନ୍ତା: ଘର ଭାଙ୍ଗି ଚାଉଳ ଖାଇଲା, ଜଙ୍ଗଲରେ ୩ ହାତୀଙ୍କୁ ନେଇ ଆତଙ୍କ!

ବଣାଇଁ,୧୭।୯(ପ୍ରଦୀପ ତ୍ରିପାଠୀ): ବୁଧବାର ସନ୍ଧ୍ୟାରେ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ବଡ଼ପୋଷ ଗ୍ରାମରେ ଏକ ଗୋଠଛଡା ଦନ୍ତା ହଠାତ୍ ଘରେ ପଶି ଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଘୂରିବୁଲୁଥିବା…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

UPI AutoPay ମାଧ୍ୟମରେ SIP ଏବଂ Insurance ଭରୁଛନ୍ତି କି? ଜାଣନ୍ତୁ ୧୫ ଅକ୍ଟୋବରରୁ କ’ଣ ବଦଳିବ…

ନୂଆଦିଲ୍ଲୀ,୧୭।୯: ଯଦି ଆପଣ ପ୍ରତିମାସରେ Mutual Fund SIP, ଇନ୍ସୁରାନ୍ସ ପ୍ରିମିୟମ୍, OTT ସବସ୍କ୍ରିପସନ୍ କିମ୍ବା ବିଜୁଳି-ମୋବାଇଲ୍ ବିଲ୍ ପରିଶୋଧ ପାଇଁ UPI AutoPay ବ୍ୟବହାର କରୁଛନ୍ତି,…

ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

ମୋହନା,୧୭।୯(ମନ୍ମଥ ମିଶ୍ର): ସ୍କୁଟିରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ । ପୋଲିସ ଚେକିଂ ବେଳେ ଧରାପଡ଼ିଲା ଚାଲାଣକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ,…

ସେମିକନ୍ ଇଣ୍ଡିଆରେ ବଡ଼ କଥା କହିଦେଲେ ମୋଦି, ଭାରତ ଉପରେ ସାରା ବିଶ୍ବର…

ନୂଆଦିଲ୍ଲୀ,୧୭।୯: ଭାରତର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?