ଭାଜପାରେ ଫାଟ: ଜୟନାରାୟଣ ମିଶ୍ରଙ୍କୁ ଜିଲା ସଭାପତିଙ୍କ ଚ୍ୟାଲେଞ୍ଜ

ସମ୍ବଲପୁର,୨୨ା୭(ଭବାନୀ ଶଙ୍କର ଭୋଇ ):ସମ୍ବଲପୁର ଭାଜପା ଜିଲା ସଭାପତି ଗିରୀଶ ପଟେଲଙ୍କ ଜନ୍ମଦିନ ଅବସରରେ ରବିବାର ନୟାପଡାରେ ଉଦ୍‌ଘାଟିତ ହୋଇଛି ଜିଲା ସଭାପତିଙ୍କ ଦଳୀୟ କାର୍ଯ୍ୟାଳୟ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାନ ସଭା କ୍ଷେତ୍ର ଅଧୀନ ବହୁ ପଦାଧିକାରୀ ଓ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଗତ ସାଧାରଣ ନିର୍ବାଚନରେ ଜିଲା ସଭାପତି ପଟେଲ ଦଳବିରୋଧୀ କାର୍ଯ୍ୟ କରୁଥିବା ନେଇ ଜୟନାରାୟଣ ମିଶ୍ରଙ୍କ ସମର୍ଥକ ଅଭିଯୋଗ କରିଥିଲେ। ଏପରିକି କଚେରୀ ରୋଡସ୍ଥିତ ଭାଜପା କାର୍ଯ୍ୟାଳୟରେ ଥିବା ଜିଲା ସଭାପତିଙ୍କ କେଠାରିରେ ସେମାନେ ତାଲା ପକାଇ ଦେଇଥିଲେ। ତେବେ ଏବେ ଜିଲା ସଭାପତି ପଟେଲ ନୂଆ ଦଳୀୟ କାର୍ଯ୍ୟାଳୟ ଖୋଲିବାକୁ ନେଇ ଭାଜପା ରାଜନୀତି ଗୋଳମାଳିଆ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ରବିବାର ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଖୋଲିବା କାର୍ଯ୍ୟକ୍ରମରେ ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ ଘଡେଇ, ବୀର ବିର୍ସାମୁଣ୍ଡା ମଣ୍ଡଳ ସଭାପତି ଗିରିଜାଶଙ୍କର ସାହୁ, ବୁର୍ଲା ମଣ୍ଡଳ ସଭାପତି ଜୟନ୍ତ ଦାଶ, ହୀରାକୁଦ ମଣ୍ଡଳ ସଭାପତି ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଜିଲା ସଭାପତି ପଟେଲ ସମସ୍ତଙ୍କୁ ମିଠା ଖୁଆଇଥିଲେ।
କିଛିଦିନ ପୂର୍ବରୁ କଚେରି ରୋଡ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ଜୟନାରାୟଣ ମିଶ୍ରଙ୍କ ସମର୍ଥକ ଜିଲା ସଭାପତିଙ୍କ କେଠାରିରେ ତାଲା ପକାଇବା ପରେ ଭାଜପାରେ ସବୁକିଛି ଠିକ୍‌ଠାକ ଚାଲି ନ ଥିବା ଜଣାପଡିଥିଲା। ଜିଲା ସଭାପତି ଗତ ସାଧାରଣ ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ଜୟନାରାୟଣଙ୍କ ସମର୍ଥକମାନେ ତାଙ୍କୁ ପଦରୁ ହଟାଇବା ପାଇଁ ରାଜ୍ୟ ସଭାପତିଙ୍କୁ ଲିଖିତଭାବେ ଜଣାଇଥିଲେ। ଏହାପରେ ବି ଜିଲା ସଭାପତି ପଟେଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଅନ୍ୟପକ୍ଷରେ ଜୟନାରାୟଣଙ୍କ ଅନେକ ସମର୍ଥକ ରବିବାର ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ ଉତ୍ସବରେ ସାମିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଜିଲା ସଭାପତି ଏବଂ ସମ୍ବଲପୁର ବିଧାୟକଙ୍କ ମଧ୍ୟରେ ଫାଟ ଜଳଜଳ ଦିଶୁଥିବା ବେଳେ ରାଜ୍ୟ ନେତୃତ୍ୱ ଚୁପ୍‌ ରହିବା ଆଗାମୀ ଦିନରେ ଏଠାରେ ଭାଜପାର ସ୍ଥିତିକୁ ଦୁର୍ବଳ କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?