Posted inଜାତୀୟ

ଚାଉଳ ଚୋରି କରି ଗିରଫ ହେଲେ ଭାଜପା ନେତା

ବେଙ୍ଗାଲୁରୁ,୧୭।୭: ଚାଉଳ ଚୋରି ମାମଲାରେ କର୍ନାଟକ ଭାଜପା ନେତା ମଣିକାନ୍ତ ରାଠୋଡଙ୍କୁ ଗିରଫ କରାଯାଇଛି। ଏହି ବିଷୟ କର୍ନାଟକ ସରକାରଙ୍କ ଅନ୍ନ ଭାଗ୍ୟ ଯୋଜନା ସହିତ ଜଡିତ। ପୋଲିସ କାଲାବୁରାଗି ଶାହାପୁରରେ ଥିବା ତାଙ୍କ ବାସଭବନରୁ ମଣିକାନ୍ତଙ୍କୁ ଗିରଫ କରିଛି। ପଚରାଉଚରା ପାଇଁ ପୋଲିସ ପୂର୍ବରୁ ମଣିକାନ୍ତଙ୍କୁ ଡକାଇଥିଲା, କିନ୍ତୁ ସେ ପଚରାଉଚରା ପାଇଁ ପୋଲିସ ସମ୍ମୁଖରେ ହାଜର ହୋଇ ନ ଥିଲେ।
୬୦୭୭ କ୍ୱିଣ୍ଟାଲ ଚାଉଳ ଚୋରି ମାମଲାରେ ମଣିକାନ୍ତଙ୍କୁ ଗିରଫ କରାଯାଇଛି। ଚୋରି ହୋଇଥିବା ଚାଉଳର ମୂଲ୍ୟ ୨ କୋଟିରୁ ଅଧିକ ଥିଲା। ଏହି ଚାଉଳ ଯାଦଗିର ଜିଲାର ଏକ ସରକାରୀ ଗୋଦାମରୁ ଉଭାନ୍‌ ହୋଇଯାଇଥିଲା। ରାଥୋଡ ୨୦୨୩ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟାଙ୍କ ଖାର୍ଗେଙ୍କ ବିରୋଧରେ ଭାଜପା ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯଦିଓ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଅନ୍ନ ଭାଗ୍ୟ ଯୋଜନା ଅଧୀନରେ କର୍ନାଟକ ସରକାର ପ୍ରତ୍ୟେକ ଗରିବ ପରିବାରକୁ ୧୦ କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ୪୨ ଦେଶ ବୁଲିପାରୁଛନ୍ତି ହେଲେ ମଣିପୁର ଯାଇପାରୁ ନାହାଁନ୍ତି, ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୧୯।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର କର୍ନାଟକର ମୈସୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ...

ଦିଗପହଣ୍ଡି ପାଇଁ ଏମ.ପି ପ୍ରତିନିଧି ହେଲେ ଭବାନୀ

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଭାଜପା ଯୁବନେତା ଭବାନୀ ଶଙ୍କର ପଣ୍ଡାଙ୍କୁ ଦିଗପହଣ୍ଡି ଏନଏସି ପାଇଁ ବ୍ରହ୍ମପୁର ଏମପିଙ୍କ ପ୍ରତିନିଧି ଭାବେ...

୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା ଟିକା ନୁହେଁ, ଭୁତାଣୁ ଜନିତ ଜ୍ୱର

ଦାରିଙ୍ଗବାଡ଼ି,୧୯ା୭ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କିରିକୁଟି ପଞ୍ଚାୟତ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ୬ଜଣ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ରାଜ୍ୟ ସରକାର ତଦନ୍ତ...

କିଛି ଦିନର ପ୍ରେମ ସମ୍ପର୍କ ପରେ ନାବାଳିକାଙ୍କ ଘରେ ପଶି ବଳାତ୍କାର କଲେ ନାବଳକ, ପରେ ଉଠାଇ ନେଇ….

ଦିଗପହଣ୍ଡି/ପାଟପୁର,୧୯।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।...

ପ୍ରଫେସର ଦେଉଥିଲେ ନିର୍ଯାତନା ସହି ନ ପାରି ଏମିତି ନୋଟ ଲେଖି ଚରମ ନିଷ୍ପତ୍ତି ନେଲେ ଡାକ୍ତରୀ ଛାତ୍ରୀ

ନୂଆଦିଲ୍ଲୀ,୧୯।୭: ଗ୍ରେଟର ନୋଏଡାର ନଲେଜ ପାର୍କ ଥାନା ଅଞ୍ଚଳରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଏବେ ଶିକ୍ଷକ-ଛାତ୍ରୀଙ୍କ ସମ୍ପର୍କକୁ...

ପାଟି ଚାପି ବିଲ ଭିତରକୁ ଟାଣିନେଇ ନାବାଳିକାଙ୍କୁ କରିଥିଲେ ବଳାତ୍କାର: ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଶନିବାର ଏକ ନାବାଳାଳିକା ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ...

ସେକ୍ସ ଓ୍ବାର୍କର ପାଇଁ ମନା କରିବାରୁ ପ୍ରେମିକାଙ୍କୁ ମା’ ଭାଇଙ୍କ ସାମ୍ନାରେ ଏମିତି କଲେ ପ୍ରେମିକ

ବିଜୟଓ୍ବାଡା,୧୯।୭: ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଏକ ଲୋମଟାଙ୍କୁରା ଖବର ଆସିଛି, ଯେଉଁଠାରେ ଜଣେ ପୁରୁଷ ତାଙ୍କ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା କରିଛନ୍ତି। କୁହାଯାଉଛି ଯେ ମହିଳା ପାର୍ଟନର...

ବଜ୍ରପାତ ନେଲା ୫ ଛେଳିର ଜୀବନ

ଦାରିଙ୍ଗବାଡ଼ି,୧୯ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁଇଦିନ ହେଲା ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଛି। ଶନିବାର ଉକ୍ତ ବ୍ଲକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri