Posted inଖେଳ

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଆସିଲା ବଡ଼ ଖବର: ପ୍ରଶଂସକ ଶୁଣିଲେ ହୋଇଯିବେ ଖୁସି!

ନୂଆଦିଲ୍ଲୀ,୧୬।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ T20 ସିରିଜ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଦୁଇଟି ମ୍ୟାଚ ଜିତି ଟିମ ଇଣ୍ଡିଆ ସିରିଜରେ ୨-୦ର ଅଜେୟ ଅଗ୍ରଣୀ ହାସଲ କରିସାରିଛି। ଏବେ ସମସ୍ତଙ୍କ ନଜର ସେପ୍ଟେମ୍ବର ୧୭ରେ ହେବାକୁ ଥିବା ତୃତୀୟ ତଥା ଶେଷ T20 ଉପରେ। ଏହି ମ୍ୟାଚରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ କ’ଣ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ?

ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଟିମ ମ୍ୟାନେଜମେଣ୍ଟ ଓପନିଂ ଦାୟିତ୍ୱ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କୁ ଦେଇଥିଲା। ଫଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉଭୟ ମ୍ୟାଚରେ ବାହାରେ ବସିବାକୁ ପଡ଼ିଥିଲା। ପ୍ରଥମ T20ରେ ଅଭିଷେକ ଶର୍ମା ମାତ୍ର ୩୨ ବଲରେ ୮୨ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୭ଟି ଚୌକା ଓ ୭ଟି ଛକା ଥିଲା। ଭାରତ ଏହି ମ୍ୟାଚରେ ୭ ଉଇକେଟ୍‌ରେ ଜିତିଥିଲା। ଅନ୍ୟପଟେ ସଞ୍ଜୁ ସାମସନ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ। ଦ୍ୱିତୀୟ T20ରେ କିନ୍ତୁ ସଞ୍ଜୁ ସାମସନ ବ୍ୟାଟରେ ଜବରଦସ୍ତ ଜବାବ ଦେଇଥିଲେ। ସେ ମାତ୍ର ୨୨ ବଲରେ ୫୭ ରନ କରିଥିଲେ। ଏଥିରେ ୭ଟି ଚୌକା ଓ ୪ଟି ଛକା ସାମିଲ ଥିଲା।
ଅଭିଷେକଙ୍କ ସହ ମିଶି ସଞ୍ଜୁ ଭାରତକୁ ଦ୍ରୁତ ଆରମ୍ଭ ଦେଇଥିଲେ। ଭାରତ ମଧ୍ୟ ଏହି ମ୍ୟାଚକୁ ୭ ଉଇକେଟ୍‌ରେ ଜିତି ସିରିଜକୁ ୨-୦ରେ ନିଜ ନାମରେ କରିଥିଲା। ଏବେ ଅଭିଷେକ ଓ ସଞ୍ଜୁ ଉଭୟ ଭଲ ଫର୍ମରେ ଥିବାରୁ ବୈଭବଙ୍କୁ ଖେଳାଇବା ପାଇଁ ଓପନିଂ କମ୍ବିନେସନରେ ପରିବର୍ତ୍ତନ କରିବାକୁ ପଡ଼ିବ। ତେବେ ଭାରତ ସିରିଜ ଜିତିସାରିଥିବାରୁ ତୃତୀୟ ମ୍ୟାଚରେ ଟିମ ମ୍ୟାନେଜମେଣ୍ଟ କିଛି ପରୀକ୍ଷା କରିପାରେ। ଏହି କାରଣରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବାର ଆଶା ବଢ଼ିଛି। କିଛି ରିପୋର୍ଟରେ ଦାବି କରାଯାଉଛି ଯେ ତୃତୀୟ T20ରେ ବୈଭବଙ୍କୁ ଖେଳାଇବା ନେଇ ବିଚାର କରାଯାଉଛି। ଏକ ସମ୍ଭାବ୍ୟ ବିକଳ୍ପ ଭାବେ ଅଭିଷେକ ଶର୍ମାଙ୍କୁ ବିଶ୍ରାମ ଦେଇ ବୈଭବ ସୂର୍ଯ୍ୟବଂଶୀ ଓ ସଞ୍ଜୁ ସାମସନଙ୍କୁ ଓପନିଂ କରାଯାଇପାରେ। ଏପରି ହେଲେ ଭାରତକୁ ବାମହାତୀ-ଡାହାଣହାତୀ ଓପନିଂ ଯୋଡ଼ି ମଧ୍ୟ ମିଳିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଅର ଏମିତି କାରନାମା ଦେଖି ଟେନ୍‌ସନ୍‌ରେ କରୀନା

ଆଜିକାଲି କରୀନା କପୁର ଖାନ ଭାରୀ ଟେନ୍‌ସନ୍‌ରେ ଅଛନ୍ତି। କୌଣସି ଫିଲ୍ମ ପାଇଁ ନୁହେଁ, ନିଜ ପୁଅ ପାଇଁ ସେ ବେଶ୍‌ ଚିନ୍ତିତ। ସେ ତାଙ୍କ ପୁଅ…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି, ୩୦ ବର୍ଷରେ…

ଗୁଣପୁର,୧୬ା୯(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ବୁଧବାର ଶୁଭଖୁଣ୍ଟି…

ଅଳିଦାଗଦାରେ ପୂରିଛି ସିମନବାଡ଼ି, ଯାତାୟାତବେଳେ ନାକ ଟେକୁଛନ୍ତି ପର୍ଯ୍ୟଟକ, ମାସିକ ବୈଠକରେ…

ଦାରିଙ୍ଗବାଡ଼ି,୧୬ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଅନ୍ୟତମ ପର୍ଯ୍ୟଟକଙ୍କ ଯାତାୟାତ ସ୍ଥାନ ସିମନବାଡ଼ି ପଞ୍ଚାୟତ ଅଞ୍ଚଳ ଏବେ କୁଢ଼କୁଢ଼ ଅଳିଆ ଗଦାରେ ପୁତ୍ତିମୟ ଗନ୍ଧରେ ନାକ…

ଜାରି ହେଲା ICCର ନୂଆ ରାଙ୍କିଙ୍ଗ୍‌: ଉପରକୁ ଉଠିଲେ ଅଭିଷେକ, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୧୬।୯: ICC ପକ୍ଷରୁ ବୁଧବାର ନୂଆ T20 ରାଙ୍କିଂ ଜାରି କରାଯାଇଛି। ଏଥିରେ ଭାରତୀୟ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କୁ ବଡ଼ ଫାଇଦା ମିଳିଛି। ସେ T20 ବ୍ୟାଟିଂ…

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: EPF ନିୟମରେ ବଡ଼ ପରିବର୍ତ୍ତନ! ୧୫ ହଜାରରୁ ବଢି ୨୫ ହଜାର ହେବ…

ନୂଆଦିଲ୍ଲୀ,୧୬।୯: ଦେଶର ଲକ୍ଷ ଲକ୍ଷ ବେତନଭୋଗୀ କର୍ମଚାରୀଙ୍କ ପାଇଁ EPF ଓ EPS ସମ୍ପର୍କିତ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ମାସିକ ୧୫,୦୦୦ ଥିବା EPF/EPS…

୪ ପୌର ନିଗମରେ ଭାଜପା ବିଜୟୀ

ଜୟପୁର,୧୬ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ପାକିସ୍ତାନରେ ହାହାକାର: ହେବ ଲକଡାଉନ୍‌! ଜାଣନ୍ତୁ କାହିଁକି…

ଇସଲାମାବାଦ,୧୬।୯: ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇନ୍ଧନ ବ୍ୟବହାର ଓ ଯାତାୟାତ କମାଇବା ନେଇ ଅନେକ ବିକଳ୍ପ ଉପରେ…

ସାବଧାନ! ଗୋରା ହେବା ଚକ୍କରରେ ନଷ୍ଟ ହୋଇପାରେ ସୌନ୍ଦର୍ଯ୍ୟ, ପାକିସ୍ତାନର ଏହି କ୍ରିମ୍‌କୁ ବ୍ୟାନ୍‌ କଲା ଭାରତ

ନୂଆଦିଲ୍ଲୀ,୧୬ା୯: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମ୍ପ୍ରତି ପାକିସ୍ତାନରୁ ଉତ୍ପନ୍ନ ଅନଧିକୃତ କସ୍‌ମେଟିକ ଉତ୍ପାଦ ବିକ୍ରୟ ସମ୍ପର୍କରେ ଏକ ସତର୍କତା ଜାରି କରିଛି। ନୋଟିସ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?