ନିର୍ବାଚନୀ ପ୍ରଭାବ, ମସ୍କଙ୍କ କମ୍ପାନୀର ବଜାର ମୂଲ୍ୟରେ ୧୩୦ ବିଲିୟନ ଡଲାର ହ୍ରାସ

ୱାଶିଂଟନ,୬।୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଫଳାଫଳ ବୈଶ୍ୱିକ ପୁଞ୍ଜି ବଜାର ଉପରେ ତ୍ୱରିତ ପରିବର୍ତ୍ତନ ଆଣିଛି। କେବଳ ବାହାର ଦେଶ ନୁହେଁ, ଆମେରିକା ଶେୟାର ଓ ପୁଞ୍ଜି ବଜାର ମଧ୍ୟ ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ଏହି ଫଳାଫଳ ବିଶ୍ୱର ସବୁଠୁ ବିତ୍ତଶାଳୀ ବ୍ୟବସାୟୀ ଏଲନ୍‌ ମସ୍କଙ୍କ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି । ନିର୍ବାଚନରେ ଡେମୋକ୍ରାଟିକ୍‌ ଦଳର ବିଜୟ ପରେ ମସ୍କଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ନିବେଶକଙ୍କ ନଜର କଡ଼ା ହୋଇଛି। ଏହାର ପ୍ରଭାବରେ ବୁଧବାର ଟେସ୍‌ଲା ଓ ‘ସ୍ପେସ-ଏକ୍ସ’ର ଶେୟାର ମୂଲ୍ୟ ଯଥାକ୍ରମେ ୩.୩ ପ୍ରତିଶତ ଓ ୩.୮ ପ୍ରତିଶତ ହ୍ରାସ ପାଇଛି। ଫଳରେ ଗୋଟିଏ ଦିନରେ ଉଭୟ କମ୍ପାନୀର ମିଳିତ ବଜାର ମୂଲ୍ୟ ପ୍ରାୟ ୧୩୦ ବିଲିୟନ ଡଲାର ହ୍ରାସ ପାଇଛି। କେବଳ ଟେକ୍ସାସ ନୁହେଁ, ସମଗ୍ର ଆମେରିକାରେ ଡେମୋକ୍ରାଟିକ୍‌ ପାର୍ଟିର ବଡ଼ ବିଜୟ ମସ୍କଙ୍କ ପାଇଁ ରାଜନୈତିକ ଓ ବ୍ୟବସାୟିକ ଚିନ୍ତା ବଢ଼ାଇଛି। କାରଣ ମସ୍କ ହେଉଛନ୍ତି ରିପବ୍ଲିକାନ ପାର୍ଟିର ଜଣେ ବଡ଼ ସମର୍ଥକ। ନିର୍ବାଚନ ପୂର୍ବରୁ ସେ ରିପବ୍ଲିକାନ୍‌ ପ୍ରାର୍ଥୀଙ୍କ ପାଇଁ ପ୍ରାୟ ୪୫୦ ନିୟୁତ ଡଲାର ଖର୍ଚ୍ଚ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିମଧ୍ୟରୁ ପ୍ରାୟ ୨୦୫ ନିୟୁତ ଡଲାର ଟେକ୍ସାସ୍‌ ନିର୍ବାଚନ ପାଇଁ ଖର୍ଚ୍ଚ ହୋଇଥିବା କୁହାଯାଇଛି। ଟେକ୍ସାସ୍‌ ରାଜ୍ୟକୁ ମସ୍କ ନିଜ ବ୍ୟବସାୟିକ ସାମ୍ରାଜ୍ୟର ମୁଖ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିଛନ୍ତି। ଟେସ୍‌ଲା ଏବଂ ‘ସ୍ପେସ-ଏକ୍ସ’ର ମୁଖ୍ୟାଳୟ ଏହି ରାଜ୍ୟରେ ରହିଛି। କିନ୍ତୁ ଡେମୋକ୍ରାଟ୍‌ଙ୍କ ବିଜୟ ପରେ ଏବେ ତାଙ୍କ କମ୍ପାନୀଗୁଡ଼ିକର କାର୍ଯ୍ୟକଳାପ ଉପରେ ରାଜନୈତିକ ଚାପ ପଡ଼ିବା ସହିତ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବିକାଶ, ଡାଟା ସେଣ୍ଟର ନିର୍ମାଣ ଏବଂ ଟେସ୍‌ଲା-‘ସ୍ପେସ୍‌ ଏକ୍ସ’ର ସମ୍ଭାବ୍ୟ ମିଶ୍ରଣ ଉପରେ ଅଧିକ ଯାଞ୍ଚ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିତ୍ୟା ରମଣ ହେଲେ ଲସ୍‌ ଆଞ୍ଜେଲସ୍‌ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….

ୱାଶିଂଟନ୍‌,୬।୧୧: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟକା ଲାଗିଛି । ଲସ୍‌ ଆଞ୍ଜେଲସ୍‌ ଓ ୱାଶିଂଟନ୍‌ ଡିସିର ମେୟର ନିର୍ବାଚନରେ…

IPLରେ ୪୦ କୋଟିର ବ୍ଲାକ୍‌ମେଲ୍‌! ମାଲିକଙ୍କ ହୋଶ୍‌ ଉଡ଼ାଇଲେ ଷ୍ଟାର ଖେଳାଳି, ଦେଉଛନି ଧମକ

ନୂଆଦିଲ୍ଲୀ,୬।୧୧: ଆଇପିଏଲ ଫ୍ରାଞ୍ଚାଇଜି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି କିଛି ଷ୍ଟାର ଖେଳାଳି। ଆଇପିଏଲ୍‌ର ଆଗାମୀ ନିଲାମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖେଳାଳିଙ୍କ ରିଟେନ୍ସନ ଫି’କୁ…

ସମ୍ପର୍କରେ ରକ୍ତର ଛିଟା, ମାମୁଁଙ୍କୁ ତେଣ୍ଟା ଭୁସି ହତ୍ୟା

ଆଳି,୬।୧୧(ବନମାଳୀ ସେନାପତି): ତେଣ୍ଟା ଭୁସି ମାମୁଁଙ୍କୁ ହତ୍ୟା କଲେ ଭଣଜା ଓ ସମ୍ପର୍କୀୟ ପୁତୁରା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି…

ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର: କ୍ରିକେଟ୍‌ ଜଗତ ଲଜ୍ଜିତ, ଇସିବି କଲା ବାସନ୍ଦ

ସିଡନୀ,୬।୧୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର କ୍ରିସ ଲିନ ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କ ଶରୀରରେ କୋକେନ ସେବନର ପ୍ରମାଣ ମିଳିବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ…

ଇତିହାସ ରଚିଲେ ମିଜୋରାମ ବ୍ୟାଟର ଚିନ୍ମୟ ସୁତାର: ଭାଙ୍ଗିଲେ ୧୦୩ ବର୍ଷର ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଘରୋଇ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ମିଜୋରାମର ବ୍ୟାଟର ଚିନ୍ମୟ ସୁତାର। ରଣଜୀ ଟ୍ରଫି ୨୦୨୬-୨୭ର ପ୍ଲେଟ ଗ୍ରୁପ୍‌ରେ ଖେଳୁଥିବା ଚିନ୍ମୟ ୧୦୩ ବର୍ଷର…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ହାସଲ କଲା ଧମାକାଦାର ବିଜୟ

ନୂଆଦିଲ୍ଲୀ,୬।୧୧: SAFF ଚାମ୍ପିୟନଶିପ ୨୦୨୬ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଫୁଟବଲ ଟିମ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି…

ସମ୍ପତ୍ତି, କ୍ଷମତା ଓ ନେତା

ଅଧିକାଂଶ ଲୋକଙ୍କ ପାଇଁ, ‘ଓଲିଗାର୍କ’(ପ୍ରଭାବଶାଳୀ ଧନିକତନ୍ତ୍ରୀ ଗୋଷ୍ଠୀ) ଶବ୍ଦଟି ରୁଷୀୟ ଆଭିଜାତ୍ୟ ବର୍ଗକୁ ସୂଚିତ କରେ, ଯେଉଁମାନେ ସୋଭଏଟ୍‌ ସଂଘ ପତନ ପରେ ବିପୁଳ ସମ୍ପତ୍ତି ଅର୍ଜନ…

ଆନ୍ଧ୍ରକୁ ଭୋଟ ଦେଇଥିବା ଲୋକ ଓଡ଼ିଶାରେ ରୁହ ନାହିଁ: ଲୋକଙ୍କୁ ରୋକଠୋକ ଶୁଣାଇଦେଲେ ତାରା-ଭୃଗୁ

ପଟ୍ଟାଙ୍ଗି,୬ା୧୧(ଶରତ କୁମାର ଧଳ):ଆନ୍ଧ୍ରରେ ଭୋଟ ଦେଇ ଫେରିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତର ସୀମାନ୍ତ ଗଁାର କେତେଜଣ ଲୋକଙ୍କ ପ୍ରତି ଜୟପୁର ବିଧାୟକ ତାରାପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?