ଟିକା ଦୌଡ଼

କରୋନା ଭୂତାଣୁ କବଳରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଁ ମାନବଜାତି ଉତ୍ସୁକତାର ସହ ଚାହିଁବସିଛି। ସାରା ବିଶ୍ୱରେ ଏହି ରୋଗରେ ୧୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି ଓ ୬୦ ଲକ୍ଷରୁ ବେଶି ଆକ୍ରାନ୍ତ ହୋଇଛନ୍ତି। କରୋନା ପଞ୍ଝାରୁ ମୁକ୍ତି ପାଇବା ଲାଗି ଅନେକ ଦେଶ ଟିକା ଆବିଷ୍କାର କରିବା କାର୍ଯ୍ୟରେ ଲାଗିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ଏବେ ୧୭୦ଟି ଟିକା ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି ଓ ଏମାନଙ୍କ ମଧ୍ୟରୁ ୭ଟି ଶୀର୍ଷ ସ୍ତରରେ ପହଞ୍ଚିଛି। ତେବେ କରୋନା ଭାଇରସ ପାଇଁ ଉପଶମର ଏକ ଠୋସ୍‌ ପନ୍ଥା ଏଯାଏ ମିଳିନି। ଯେ ପର୍ଯ୍ୟନ୍ତ ଏହା ନ ମିଳିଛି ଆମ ଶରୀରରେ ଏହି ଭୟଙ୍କର ଭୂତାଣୁର ପ୍ରବେଶକୁ ରୋକିପାରିବାର କ୍ଷମତା ଥିବା ଯେ କୌଣସି ଟିକା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଏହି ପରିପ୍ରେକ୍ଷୀରେ ପିଫାଇଜର, ବାୟୋଏନ୍‌ଟେକ୍‌, ମର୍ଡନା,ଆଷ୍ଟ୍ରାଜେନେକା ଏବଂ ସ୍ପୁଟନିକ ଆଦି ବିଭିନ୍ନ ଫାର୍ମା କମ୍ପାନୀ ସେମାନଙ୍କ ଟିକା ୯୦ରୁ ୯୫ ପ୍ରତିଶତ କାମ କରପାରିବ ବୋଲି ଦାବି କରିବା ଉତ୍ସାହପ୍ରଦ। ଆମେରିକା, ଇଂଲଣ୍ଡ, ରୁଷିଆ ଏବଂ ଚାଇନା ଭଳି ଦେଶଗୁଡ଼ିକ ଟିକା ବିକାଶ କରିବାରେ ଶୀଘ୍ର ପ୍ରଗତି କରିଛନ୍ତି। ଭୂତାଣୁରେ ପାଖାପାଖି ୧୦ ମିଲିୟନ ସଂକ୍ରମିତ ଏବଂ ୧.୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ଦେଶ ଭାରତକୁ ଏହା କବଳରୁ ମୁକ୍ତି ପାଇବା ପାଇଁ ତା’ନିଜର ଟିକା ବିକାଶ କରିବାକୁ ଏହା ଚାପ ପକାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ବିଶ୍ୱର ସବୁଠୁ ଅଗ୍ରଣୀ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ସିଇଓ ଅଦାର ପୁନାଓ୍ବାଲା ଦୃଢତାର ସହ କହିଛନ୍ତି ଯେ, ତାଙ୍କ ଫାର୍ମ ୧୦୦ ମିଲିୟନ ଡୋଜ୍‌ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ କରିପାରିବ।ଏହା କରୋନା ଭୂତାଣୁ ବିରୋଧରେ ୯୦ ପ୍ରତିଶତ କାମ କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି। ପୁନାଓ୍ବାଲାଙ୍କ ମନ୍ତବ୍ୟ ଦେଶବାସୀଙ୍କୁ ବେଶ ଖୁସି କରିପାରିଛି। ଏ ସବୁ କାର୍ଯ୍ୟ ଠିକ ଚାଲିଛି। ଅପରପକ୍ଷେ ଆମେରିକା,ଇଂଲଣ୍ଡ ଏବଂ ଆଉ କେତେକ ଦେଶରେ ଏହାର ସମକକ୍ଷ ଟିକା ପ୍ରଥମେ ସେମାନଙ୍କ ଦେଶର ଲୋକଙ୍କୁ ଲାଭ ଦେବ। ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଭାରତୀୟ ଜଳବାୟୁ ପାଇଁ ଉପଯୁକ୍ତ ହେବ। କୋଭିସିଲ୍ଡକୁ ସୁରକ୍ଷିତ ରଖିବା ପାଇଁ ମାଇନସ ୭୦ ରୁ ମାଇନସ ୮୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ ହେବନାହିଁ।
ଏହି ଖବର ଷ୍ଟକ ମାର୍କେଟ ବା ପୁଞ୍ଜି ବଜାରକୁ ଉତ୍ସାହିତ କରିଛି । ଦିନକୁ ଦିନ ଭାରତୀୟ ଷ୍ଟକ୍‌ ମାର୍କେଟ ନୂଆ ରେକର୍ଡ ସ୍ତରରେ ପହଞ୍ଚତ୍ବାରେ ଲାଗିଛି। ବୁଧବାର ଏହାକୁ ଝଟକା ଲାଗିବା ପରେ ବିଶ୍ୱ ବଜାରରୁ ସକାରାମତ୍କ ସଙ୍କେତ ମିଳିବା ଦ୍ୱାରା ଗୁରୁବାର ପୁଣି ଶେୟାର ସୂଚକାଙ୍କ ବୃଦ୍ଧି ପାଇବା ଆରମ୍ଭ କରିଛି। ବଜାର ଖସିବା ପରେ ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକଏକ୍ସଚେଞ୍ଜ( ବିଏସ୍‌ଇ) ସେନ୍‌ସେକ୍ସ ୪୩୧.୬୪ ପଏଣ୍ଟ (୦.୯୮% ) ବଢି ୪୪,୨୫୯.୭୪ ରେ ରହିଛି। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି କାରବାର ୧୨୮.୬୦ ପଏଣ୍ଟ (୧%) ବଢି ୧୨,୯୮୭ରେ ରହିଛି। ଅପରପକ୍ଷେ ସୁନା ଯେଉଁଥିରେ ନିବେଶ କରିବା ସୁରକ୍ଷିତ ସେଥିରେ ଏବେ ଅନିଶ୍ଚିତତା ଦେଖାଦେଇଛି ଓ ଗତ କିଛି ଦିନ ହେବ ମାନ୍ଦା ରହିଆସିଛିି। ଦିଲ୍ଲୀ ଭଳି ମହାରାଷ୍ଟ୍ରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇ ସେଠାରେ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ନିଷେଧାଦେଶ ଲାଗୁ କରାଯାଇଥିବାବେଳେ ଟିକା ଖବର ଆସିଛି। ମହାରାଷ୍ଟ୍ରକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ରାଜ୍ୟ ସରକାର ସୋମବାର ଆର୍‌ଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି। ଆହୁରି ଅନେକ ରାଜ୍ୟ ଏଭଳି ନିୟମ ପାଳନ କରାଯିବା ଆଶା କରାଯାଉଛି। ରୋଗଠାରୁ ଦୂରେଇ ରହିବା ଲାଗି ଏହା ଏକ ଫଳପ୍ରଦ ପଦକ୍ଷେପ ହେବାକୁ ଯାଉଛି। ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯିବା ଦ୍ୱାରା ଅନ୍ୟ ରାଜ୍ୟକୁ ଗଲେ ଟେଷ୍ଟ ରିପୋର୍ଟ ନେଇ ଯିବାକୁ ହେବ । ଏଥିପାଇଁ ଟେଷ୍ଟ କରିବା ବ୍ୟତୀତ ଲୋକଙ୍କ ପାଖରେ କୌଣସି ବିକଳ୍ପ ରହିବନି ଯାହାଦ୍ୱାରା ସେମାନେ ଏହା କରିବାକୁ ବାଧ୍ୟ ହେବେ ଓ ଟେଷ୍ଟ ସଂଖ୍ୟା ମଧ୍ୟ ଦେଶରେ ବୃଦ୍ଧି ପାଇବ। ଶୀଘ୍ର ଟେଷ୍ଟ କରିବା ଏକ ପ୍ରଭାବୀ ମାଧ୍ୟମ ଓ ଏହାଦ୍ୱାରା ସଂକ୍ରମଣକୁ ବି ଶୀଘ୍ର ପ୍ରତିରୋଧ କରାଯାଇପାରିବ। ଶତ ପ୍ରତିଶତ କାମ କରୁନଥିତ୍ବା ଟିକା ଆସିବାର ଆଶା ବା ସମ୍ଭାବନା ଥିଲେ ବି ଅର୍ଥବ୍ୟବସ୍ଥା ଟ୍ରାକକୁ ଆସିିବାକୁ ବହୁଦିନ ଲାଗିଯିବ। ଅନ୍ତତଃ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଅଧାଡଜନ ଟିକା କାର୍ଯ୍ୟକାରୀ କରିପାରିବା ବୋଲି ଏବେ ଆମେ ଆଶା ରଖିବା। ଏୟାରଲାଇନ୍‌, ହୋଟେଲ ଏବଂ ଏରୋପ୍ଲେନ ନର୍ମାଣକାରୀ ଶିଳ୍ପଗୁଡ଼ିକ ମହାମାରୀରେ ଧୂଳିସାତ ହୋଇଯାଇଛି। ଏଗୁଡ଼ିକ ଆଗକୁ ପୁଣି ବଢିବା ଲାଗି ଅନୁକୂଳ ବାଟ ପାଇବାର ସମ୍ଭାବନା ରହିଛି। ସାଧାରଣ ପରିବହନ, ମନୋରଞ୍ଜନ ଏବଂ ରେସ୍ତୋରାଁ ବ୍ୟବସାୟ ମଧ୍ୟ ଫେରିପାରିବ। ଟିକାର ପ୍ରତ୍ୟେକଟି ବିକାଶ ଉପରେ ଏବେଠୁ ଶେୟାର ବଜାରର ବୃଦ୍ଧି ନିର୍ଭର କରିବ। ଏବେ ସୁଦ୍ଧା ଟିକା ନିର୍ମାତାମାନେ ଅନେକ ଚ୍ୟାଲେଞ୍ଜକୁ ପାର କରିବାର ଅଛି। ଟିକା ବିକାଶରେ ଥିବା ଜଟିଳତା ଏବଂ ଏଥିରେ ଥିବା ବିଶାଳ ତର୍କଗତ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଆମକୁ ଅତି କମ୍‌ରେ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିପାରେ। ସେ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥାରେ କିଛି ବାସ୍ତବ ସୁଧାର ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri