ଭାକ୍‌ସିନ ଆଶା: ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ଭାକ୍‌ସିନ ଆଶାରେ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) କାରବାର ଏହି ସମୟରେ ଉନ୍ନତ ରହିଛି। ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୩୧୫ ପଏଣ୍ଟ ବୃଦ୍ଧି ଘଟିଛି। ସେହିଭଳି ନିଫ୍ଟି ୧୨,୮୭୪ ପଏଣ୍ଟ ସ୍ତରରେ ରହିଛି। ମଙ୍ଗଳବାର ଦିନ ମଧ୍ୟରେ ସେନସେକ୍ସ ୪୪,୧୬୧ ସ୍ତର ଛୁଇଁଥିଲା। କାରବାର ଶେଷ ବେଳକୁ ଏହା ୦.୭୨% ଉଚ୍ଚରେ ରହି ୪୩,୯୫୩ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୯୪ ପଏଣ୍ଟ ବା ୦.୭୪%ଉଚ୍ଚରେ ରହି ବନ୍ଦ ହୋଇଛି।
ସେନ୍‌ସେକ୍ସରେ ଟାଟାଷ୍ଟିଲ, ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ବଜାଜ ଫାଇନାନ୍ସ, ଆକ୍ସିସ ବ୍ୟାଙ୍କ, ଏଲ୍‌ ଆଣ୍ଡ ଟି ଶେୟାର କାରବାର ପ୍ରାୟ ୬% ବଢିଛି। ସେହିଭଳି ଏନ୍‌ଟିପିସି, ଓଏନ୍‌ଜିସି, ଏଚ୍‌ସିଏଲ୍‌ ଟେକ୍‌, ଇନଫୋସିସ, ହିନ୍ଦୁସ୍ତାନ ୟୁନିଲିଭର, ଆଇଟିସି, ପାଓ୍ବାରଗ୍ରୀଡ ଭଳି କମ୍ପାନୀଗୁଡିକର ଶେୟାର କାରବାର ପ୍ରଭାବିତ ହେବାରୁ ୨.୪୯% ହ୍ରାସ ପାଇଛି। ଏନ୍‌ଏସ୍‌ଇ ପ୍ଲାଟଫର୍ମରେ ମେଟାଲ, ବ୍ୟାଙ୍କ, ଫାଇନାନ୍ସିଆଲ ସର୍ଭିସ, ପିଏସ୍‌ୟୁ ବ୍ୟାଙ୍କ ଶେୟାର ୨.୪୯% ଭଲ କାରବାର ହାସଲ କରିଛି। ଆମେରିକା ଭିତ୍ତିକ ଔଷଧ ନିର୍ମାଣକାରୀ କମ୍ପାନୀ ମଡର୍ନାର କରୋନା ଭାକ୍‌ସିନ ୯୪.୫% ସଫଳ ହେବା ନେଇ ଜଣାପଡିବା ବେଳେ ନିବେଶକଙ୍କୁ ଏହା ଉତ୍ସାହ ଦେଇଛି। ଫଳରେ ବଜାର ଉର୍ଦ୍ଧ୍ୱଗାମୀ ହୋଇଥିବା ନଜରକୁ ଆସିଛି। ଫାଇଜର କମ୍ପାନୀର ଟିକା ସଫଳ ହେବା ପରେ ମଡର୍ନା ଏ କ୍ଷେତ୍ରରେ ଦ୍ୱିତୀୟ କମ୍ପାନୀ ଭାବେ ଉଭା ହୋଇଛି। ଏହାକୁ ନେଇ ସାରା ବିଶ୍ୱର ନିବେଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଶେୟାର ବଜାରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଦିଓ୍ବାଲି ମହୁରତ ଟ୍ରେଡିଂରେ ସେନ୍‌ସେନ୍ସ ୧୦୦ରୁ ଉର୍ଦ୍ଧ୍ୱ ପଏଣ୍ଟ ବଢିଥିବା ନଜରକୁ ଆସିଛି। ନିବେଶକମାନେ ବଜାର ଭରଷା କରିବା ଆରମ୍ଭ କରିଦେଇଛନ୍ତି। ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ବଜାର ଉପରେ ଭରଷା କରିଛନ୍ତି। ସୋମବାର ବାଲିପ୍ରତିପଦ ଯୋଗୁ ବଜାର ବନ୍ଦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri