ଭାକ୍‌ସିନ ଆଶା: ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ଭାକ୍‌ସିନ ଆଶାରେ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) କାରବାର ଏହି ସମୟରେ ଉନ୍ନତ ରହିଛି। ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୩୧୫ ପଏଣ୍ଟ ବୃଦ୍ଧି ଘଟିଛି। ସେହିଭଳି ନିଫ୍ଟି ୧୨,୮୭୪ ପଏଣ୍ଟ ସ୍ତରରେ ରହିଛି। ମଙ୍ଗଳବାର ଦିନ ମଧ୍ୟରେ ସେନସେକ୍ସ ୪୪,୧୬୧ ସ୍ତର ଛୁଇଁଥିଲା। କାରବାର ଶେଷ ବେଳକୁ ଏହା ୦.୭୨% ଉଚ୍ଚରେ ରହି ୪୩,୯୫୩ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୯୪ ପଏଣ୍ଟ ବା ୦.୭୪%ଉଚ୍ଚରେ ରହି ବନ୍ଦ ହୋଇଛି।
ସେନ୍‌ସେକ୍ସରେ ଟାଟାଷ୍ଟିଲ, ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ବଜାଜ ଫାଇନାନ୍ସ, ଆକ୍ସିସ ବ୍ୟାଙ୍କ, ଏଲ୍‌ ଆଣ୍ଡ ଟି ଶେୟାର କାରବାର ପ୍ରାୟ ୬% ବଢିଛି। ସେହିଭଳି ଏନ୍‌ଟିପିସି, ଓଏନ୍‌ଜିସି, ଏଚ୍‌ସିଏଲ୍‌ ଟେକ୍‌, ଇନଫୋସିସ, ହିନ୍ଦୁସ୍ତାନ ୟୁନିଲିଭର, ଆଇଟିସି, ପାଓ୍ବାରଗ୍ରୀଡ ଭଳି କମ୍ପାନୀଗୁଡିକର ଶେୟାର କାରବାର ପ୍ରଭାବିତ ହେବାରୁ ୨.୪୯% ହ୍ରାସ ପାଇଛି। ଏନ୍‌ଏସ୍‌ଇ ପ୍ଲାଟଫର୍ମରେ ମେଟାଲ, ବ୍ୟାଙ୍କ, ଫାଇନାନ୍ସିଆଲ ସର୍ଭିସ, ପିଏସ୍‌ୟୁ ବ୍ୟାଙ୍କ ଶେୟାର ୨.୪୯% ଭଲ କାରବାର ହାସଲ କରିଛି। ଆମେରିକା ଭିତ୍ତିକ ଔଷଧ ନିର୍ମାଣକାରୀ କମ୍ପାନୀ ମଡର୍ନାର କରୋନା ଭାକ୍‌ସିନ ୯୪.୫% ସଫଳ ହେବା ନେଇ ଜଣାପଡିବା ବେଳେ ନିବେଶକଙ୍କୁ ଏହା ଉତ୍ସାହ ଦେଇଛି। ଫଳରେ ବଜାର ଉର୍ଦ୍ଧ୍ୱଗାମୀ ହୋଇଥିବା ନଜରକୁ ଆସିଛି। ଫାଇଜର କମ୍ପାନୀର ଟିକା ସଫଳ ହେବା ପରେ ମଡର୍ନା ଏ କ୍ଷେତ୍ରରେ ଦ୍ୱିତୀୟ କମ୍ପାନୀ ଭାବେ ଉଭା ହୋଇଛି। ଏହାକୁ ନେଇ ସାରା ବିଶ୍ୱର ନିବେଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଶେୟାର ବଜାରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଦିଓ୍ବାଲି ମହୁରତ ଟ୍ରେଡିଂରେ ସେନ୍‌ସେନ୍ସ ୧୦୦ରୁ ଉର୍ଦ୍ଧ୍ୱ ପଏଣ୍ଟ ବଢିଥିବା ନଜରକୁ ଆସିଛି। ନିବେଶକମାନେ ବଜାର ଭରଷା କରିବା ଆରମ୍ଭ କରିଦେଇଛନ୍ତି। ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ବଜାର ଉପରେ ଭରଷା କରିଛନ୍ତି। ସୋମବାର ବାଲିପ୍ରତିପଦ ଯୋଗୁ ବଜାର ବନ୍ଦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?