”ଆବଶ୍ୟକ ଭୂତାଣୁ ବହୁ ପରିମାଣରେ ଉପଲବ୍ଧ ହେଲେ ହିଁ ବୃହତ୍‌ ଜନସଂଖ୍ୟାକୁ ଟିକା ଦିଆଯାଇପାରିବ। ତେଣୁ ବୈଜ୍ଞାନିକମାନେ କୃତ୍ରିମ ଉପାୟରେ ଏତାଦୃଶ ବହୁସଂଖ୍ୟକ ଭୂତାଣୁ ପରୀକ୍ଷାଗାରରେ ସୃଷ୍ଟି କରିଥାଆନ୍ତି। ଏହି ପ୍ରକ୍ରିୟା ଟିସୁ କଲଚର ଭାବେ ନାମିତ । ଆବଶ୍ୟକ ସଂଖ୍ୟାରେ ଭୂତାଣୁ ସୃଷ୍ଟି ହେବା ପରେ ଏମାନଙ୍କୁ ଅକ୍ଷମ କରାଯାଏ ଅଥବା ମାରିଦିଆଯାଏ। ଉତ୍ତାପ କିମ୍ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଏହା ସମ୍ଭବପର ହୋଇଥାଏ ।“

ଟିକା ବିଷୟରେ ସମସ୍ୟା ଧାରଣା ପାଇଁ ଯେଉଁ ଶବ୍ଦଟି ଆବଶ୍ୟକ ହୋଇଥାଏ ତାହା ହେଉଛି ‘ଟକ୍ସିନ୍‌’ ଭାବେ ନାମିତ। ଏହା ହେଉଛି ଜୈବ ପଦାର୍ଥରୁ, ବିଶେଷତଃ ଜୀବର ଜୀବାଣୁମାନଙ୍କଠାରୁ ନିଃସୃତ ବିଷ, ଅର୍ଥାତ୍‌ ଜୀବବିଷ। ବ୍ୟାକ୍ଟେରିଆଠାରୁ ଆହରଣ କରାଯାଇଥିବା ଏହି ଟକ୍ସିନ ବହୁ ପରିମାଣରେ ବ୍ୟବହାର କଲେ ମଣିଷ ପାଇଁ ବିପଦ ସୃଷ୍ଟି କରେ। କିନ୍ତୁ ଏହାର ସୀମିତ ଓ ଉପଯୁକ୍ତ ବ୍ୟବହାର ଔଷଧ ଭାବେ କାମ କରିବାରୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରୁ ଆମେ ଆରୋଗ୍ୟପ୍ରାପ୍ତ ହେଉ।
ଟକ୍ସିନ ପ୍ରୟୋଗ ଦ୍ୱାରା ଆମେ ଆମ ଅଭିଳଷିତ ଆଣ୍ଟିଜେନ୍‌ ପାଉ। ଆମ ଶରୀରରେ କ୍ଷତିକାରକ (ଯଥା କେତେକ ଭୂତାଣୁ) ବାହ୍ୟ ପଦାର୍ଥ ପ୍ରବେଶ କଲେ ଏହାକୁ ପ୍ରତିହତ କରିବା ସକାଶେ ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ସୃଷ୍ଟି କରିବା ଆବଶ୍ୟକ। ଏଥିପାଇଁ ଟକ୍ସିନ ପ୍ରୟୋଜନ। ଏହି ପ୍ରକ୍ରିୟା ଫଳପ୍ରଦ କରିବା ପାଇଁ ଟିକା ଦିଆଯାଏ।
ଏଥିରୁ ସ୍ପଷ୍ଟ ହୁଏ ଯେ, ଆମକୁ ଦିଆଯାଉଥିବା ଟିକା ଜୈବ ପଦାର୍ଥରୁ ପ୍ରସ୍ତୁତ। ଯେତେବେଳେ ଏହି ଜୈବ ପଦାର୍ଥ ଆମ ଶରୀର ଭିତରକୁ ପ୍ରବେଶ କରେ ଏହା ଆଣ୍ଟିଜେନ୍‌ ଭୂମିକା ଗ୍ରହଣ କରେ। ଫଳରେ ଆମ ଶରୀରରେ ଆଣ୍ଟିବଡି ଜାତ ହୁଏ। ଆଣ୍ଟିବଡି ହେଉଛି ସ୍ବତନ୍ତ୍ର ଧରଣର ପ୍ରୋଟିନ୍‌।
ଆମ ଶରୀରରେ ସାଧାରଣତଃ ଊଣା ଅଧିକେ ରୋଗ ପ୍ରତିଷେଧକ ଶକ୍ତି (ଇମ୍ୟୁନିଟି) ଥାଏ। ଏହି କାରଣରୁ ପ୍ରତିପିଣ୍ଡ (ଆଣ୍ଟିବଡି) ଓ ରକ୍ତର ଶ୍ୱେତ କଣିକା ସାହାଯ୍ୟରେ ଆମେ ରୋଗ ସଂକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହେଉ। ଫଳରେ ଶରୀର ରୋଗରୁ ପରିମୁକ୍ତ ବା ନିର୍ବେଶ (ଇମ୍ୟୁନ) ଚାହେଁ।
ଶରୀରରେ ବିଦ୍ୟମାନ ଇମ୍ୟୁନିଟି ହାସଲ କରିବା ପାଇଁ ଆମ ଜୀବକୋଷ (ସେଲ୍‌)ର ପ୍ରମୁଖ ଅବଦାନ ରହିଛି। ଏହି ପରିପ୍ରେକ୍ଷୀରେ ଯେଉଁ ଦୁଇଟି ପ୍ରକାର ଜୀବକୋଷ ଉଲ୍ଲେଖନୀୟ, ସେମାନେ ହେଲେ ‘ବି-ଲିମ୍ପୋସାଇଟ୍‌’ ଏବଂ ‘ଟି-ଲିମ୍ପୋସାଇଟ୍‌’। ବି-ଲିମ୍ପୋସାଇଟ୍‌କୁ ପରିବର୍ତ୍ତିତ କରାଯାଇ ପ୍ରସ୍ତୁତ ପ୍ଲାଜ୍‌ମା ଜୀବକୋଷରୁ ଆଣ୍ଟିବଡି ସଂଭୂତ। ଟି-ଲିମ୍ପୋସାଇଟ୍‌ର କାମ ହେଉଛି ମନେ ପକାଇବା। ଅର୍ଥାତ୍‌ ବି-ଲିମ୍ପୋସାଇଟ୍‌କୁ ଆଣ୍ଟିବଡି ପ୍ରସ୍ତୁତ ସକାସେ ଏହା ଯଥା ସମୟରେ ସ୍ମରଣ କରାଏ। ଏତଦ୍‌ବ୍ୟତୀତ ଆଣ୍ଟିବଡି ପାଇଁ ମାକ୍ରୋଫେଜ୍‌ ନାମକ ଅନ୍ୟ ଏକ ଜୀବକୋଷ ମଧ୍ୟ ସହାୟକ ହୋଇଥାଏ। ମାକ୍ରୋଫେଜ୍‌ ହେଉଛି ଏକ ଶ୍ୱେତ ରକ୍ତକଣିକା, ଯାହାକି ରୁଗ୍ଣ ଓ ମୃତ ଅଣୁଜୀବ (ମାଇକ୍ରୋଅର୍ଗାନିଜମ)ମାନଙ୍କୁ ନିଷ୍କାସନ କରିବା ସହ ଇମ୍ୟୁନତନ୍ତ୍ର (ଇମ୍ୟୁନ ସିଷ୍ଟମ)ର ବିଭିନ୍ନ କୋଷକୁ ସକ୍ରିୟ ହେବା ସକାଶେ ଉଦ୍ଦୀପିତ ବା ପ୍ରୋତ୍ସାହିତ (ଷ୍ଟିମ୍ୟୁଲେଟ୍‌) କରେ।
ଟିକା ନେଲେ ଆମେ ସମ୍ଭାବ୍ୟ ରୋଗରୁ ନିଜକୁ ରକ୍ଷାକରିପାରିବା। ବିଶେଷଜ୍ଞମାନେ ଏହା ପ୍ରସ୍ତୁତ କରିବା ପାଇଁ ମୃତ ଭୂତାଣୁ ବା ସେମାନଙ୍କର ଶରୀରର କିଛି ଅଂଶ ଅଥବା ସେମାନଙ୍କର ବିଷ କିମ୍ବା ରସକୁ ଉପଯୋଗ କରିଥାଆନ୍ତି। ଯଥା-କୋଭିଡ୍‌ ଟିକା ପାଇଁ ମୃତ ବା ଅକ୍ଷମ କୋଭିଡ ଭୂତାଣୁ ଉପଯୋଗ କରାଯାଏ।
ପ୍ରଶ୍ନ ଉଠୁଛି ଆବଶ୍ୟକ ଭୂତାଣୁ ବହୁ ପରିମାଣରେ ଉପଲବ୍ଧ ହେଲେ ହିଁ ବୃହତ ଜନସଂଖ୍ୟାକୁ ଟିକା ଦିଆଯାଇପାରିବ। ତେଣୁ ବୈଜ୍ଞାନିକମାନେ କୃତ୍ରିମ ଉପାୟରେ ଏତାଦୃଶ ବହୁସଂଖ୍ୟକ ଭୂତାଣୁ ପରୀକ୍ଷାଗାରରେ ସୃଷ୍ଟି କରିଥାଆନ୍ତି। ଏହି ପ୍ରକ୍ରିୟା ଟିସୁ କଲଚର ଭାବେ ନାମିତ। ଆବଶ୍ୟକ ସଂଖ୍ୟାରେ ଭୂତାଣୁ ସୃଷ୍ଟି ହେବା ପରେ ଏମାନଙ୍କୁ ଅକ୍ଷମ କରାଯାଏ ଅଥବା ମାରିଦିଆଯାଏ। ଉତ୍ତାପ କିମ୍ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଏହା ସମ୍ଭବପର ହୋଇଥାଏ। ଏହି ପ୍ରକାରେ ଉପଲବ୍ଧ ଭୂତାଣୁମାନେ ଆଉ ସୃଷ୍ଟି କରିବାରେ ଅସମର୍ଥ ହେଲେ ସୁଦ୍ଧା ଆଣ୍ଟିବଡି ପ୍ରସ୍ତୁତି ପାଇଁ ସେମାନେ ବେଶ୍‌ ଉପଯୁକ୍ତ। ଏମାନେ ହିଁ ଟିକା ଉତ୍ପାଦନ ପାଇଁ ପ୍ରମୁଖ ଉପାଦାନ ହୋଇଥାଆନ୍ତି।
ପ୍ରକାଶ ଥାଉକି ଏଡଓ୍ବାର୍ଡ ଜେନେର (୧୭୪୯-୧୮୨୩, ଜନ୍ମ : ବର୍କେଲ, ୟୁନାଇଟେଡ କିଙ୍ଗ୍‌ଡମ୍‌) ବିଶ୍ୱର ସର୍ବପ୍ରଥମ ଟିକା ୧୭୯୬ରେ ବ୍ୟବହାର କରିଥିଲେ। ଏହା ବସନ୍ତ ରୋଗର ପ୍ରତିଷେଧକ ଥିଲା। ଏହି ଉଭାବନର କ୍ରମବିକାଶ ଘଟିବା ଦ୍ୱାରା ମାନବ ସମାଜର ଅଶେଷ କଲ୍ୟାଣ ସାଧିତ ହୋଇପାରିଛି। ସରକାରୀ ତଥା ବେସରକାରୀ ପ୍ରୋତ୍ସାହନ ଓ ସହାୟତା ସମେତ ଜନସାଧାରଣଙ୍କ ସଚେତନତା ଦ୍ୱାରା ଏହି ଟିକାର ପ୍ରୟୋଗ ସମ୍ଭବ ହେଲା। ଫଳସ୍ବରୂପ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ୧୯୮୦ ମସିହାରେ ବିଶ୍ୱକୁ ବସନ୍ତ ରୋଗ ମୁକ୍ତ ବୋଲି ଘୋଷଣା କଲେ। ଉକ୍ତ ପ୍ରତିରୋଧକ ତତ୍ତ୍ୱ (ଇମ୍ୟୁନୋଲୋଜି)ର ଭିତ୍ତି ସ୍ଥାପନାର ଶ୍ରେୟ ଅବଶ୍ୟ ନିର୍ଦ୍ୱନ୍ଦ୍ୱରେ ଜେନେରଙ୍କ ପ୍ରାପ୍ୟ। ୨୦୦୨ରେ ୟୁ.କେ.ରେ ବିବିସି ତରଫରୁ ଗ୍ରହଣ କରାଯାଇଥିବା ମତ ଅନୁସାରେ ପ୍ରସ୍ତୁତ ତାଲିକାରେ ହଣ୍ଡ୍ରେଡ ଗ୍ରେଟେଷ୍ଟ ବ୍ରିଟେନସ’ ମଧ୍ୟରେ ଜେନେର ସ୍ଥାନିତ ହୋଇଛନ୍ତି। ଚନ୍ଦ୍ରର ଗୋଟିଏ ଆଗ୍ନେୟଗିରିର ମୁଖ ବା ଗହ୍ବରକୁ ତାଙ୍କ ନାମରେ ନାମିତ କରାଯାଇଛି। ଗୋଟିଏ ଟିଭି ଶୋ’ରେ ତାଙ୍କୁ ‘ଦ ଓ୍ବାକିଙ୍ଗ ଡେଡ୍‌’ ଭାବେ ଉପସ୍ଥାପନା କରାଯାଇଛି। ବସନ୍ତ ପାଇଁ ଟିକା ଟ୍ରେଡ୍‌ ନଁା ହେଉଛି : ଏସିଏଏମ ୨୦୦୦।
ଅଗଷ୍ଟ ୧୯୪୮ରେ ଯକ୍ଷ୍ମା ପାଇଁ ପ୍ରଥମ ବିସିଜି ଟିକା ଦିଆଯାଇଥିଲା। ଅନ୍ୟପକ୍ଷରେ ୧୭ ଜାନୁୟାରୀ ୨୦୨୧ରେ ଭାରତ ପ୍ରଥମ କୋଭିଡ ଟିକା ଆରମ୍ଭ କରିଥିଲା। ଅଗଷ୍ଟ ୨୦୨୨ ସୁଦ୍ଧା ୨.୪ ବିଲିୟନ ଟିକା ପାନ ଦିଆଯାଇଥିଲା। ଏଥିରେ ପ୍ରଥମ, ଦ୍ୱିତୀୟ ଓ ବୁଷ୍ଟର ଡୋଜ୍‌ ସଂଖ୍ୟା ସାମଗ୍ରିକ ଭାବେ ଅନ୍ତର୍ଭୁକ୍ତ। ବାର ବର୍ଷ ତୁଦୂର୍ଦ୍ଧ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡା ୯୪ ଭାଗ ଅନ୍ତତଃ ଗୋଟିଏ ପାନ ଓ ଅବଶିଷ୍ଟ ଯୋଗ୍ୟ ସଂଖ୍ୟାର ଶତକଡା ୮୬ ଭାଗ ସମ୍ପୂର୍ଣ୍ଣ ଟିକା ପାନ ନେଇଛନ୍ତି। (କ୍ରମଶଃ)

ଡ. ନିଖିଳାନନ୍ଦ ପାଣିଗ୍ରାହୀ
-ବଡ଼ଖେମୁଣ୍ଡି ବଙ୍ଗଳା,
ଉତ୍କଳ ଆଶ୍ରମ ରୋଡ୍‌, ବ୍ରହ୍ମପୁର
ମୋ : ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ଗ୍ରହଙ୍କ ବଡ଼ ସଂଯୋଗ: ଏହି ୫ ରାଶିଙ୍କୁ ମିଳିବ ଧନଠାରୁ କ୍ୟାରିୟର ପର୍ଯ୍ୟନ୍ତ ଲାଭ

୨୮ ଅଗଷ୍ଟ ୨୦୨୬ ଦିନଟି ପଞ୍ଜିକା ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri