ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ

ତେନ୍ତୁଳିଖୁଣ୍ଟି, ୬।୨(ଡି.ଏନ୍‌.ଏ.):ଗରିବଙ୍କ ହିତରେ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ସେ ସବୁର ଲାଭ ମିଳୁନି ଯୋଗ୍ୟ ହିତାଧିକାରୀଙ୍କୁ। ବିଭିନ୍ନ କାରଣରୁ ହିତାଧିକାରୀମାନେ ଏହି ସୁବିଧା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ଏକ ଉଦାହରଣ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗ ପଦର ପଞ୍ଚାୟତ ଅଧୀନ ଖାତିଗୁଡ଼ା ଗାଁରେ ଦେଖିବାକୁ ମିଳିଛି ।
ଖାତିଗୁଡ଼ା ଗାଁରେ ବୃଦ୍ଧା ପଦ୍ମା ପ୍ରଧାନୀ (୭୮) ଝିଅ ଚଞ୍ଚଳା (୩୦)ଙ୍କ ସହ ରୁହନ୍ତି। ପଦ୍ମାଙ୍କୁ ମାସିକ ୫ଶହ ଟଙ୍କା ଭତ୍ତା ଓ ୩୫ କେଜି ଚାଉଳ ମିଳୁଛି। ଏତିକିରେ ହିଁ ୨ ପ୍ରାଣୀ ଚଳୁଛନ୍ତି। ଚଳିବାରେ ଅସୁବିଧା ହେବାରୁ ପଦ୍ମା ପର ଦୁଆରେ ଏକ କାମ କରୁଛନ୍ତି। ସେଥିରୁ ଯାହା କିଛି ଟଙ୍କା ମିଳୁଛି ସେଥିରେ ଚଳୁଛନ୍ତି ମା’ ଝିଅ। ଏବେ ଭଙ୍ଗା ଘରେ ରହୁଛୁ। ଚଳିବାକୁ ସମ୍ବଳ ପର୍ଯ୍ୟାପ୍ତ ହେଉନି। ଘର କେମିତି ମରାମତି କରିବୁ ବୋଲି ପଦ୍ମା କହିଛନ୍ତି। ଗତ ବର୍ଷ ପୁଅର ମୃତ୍ୟୁ ଘଟିଛି। ବର୍ଷାବେଳେ ମଧ୍ୟ ଭାଗ୍ୟକୁ ଆଦରି ସେହି ଭଙ୍ଗା ଘରେ ପଡି ରହିଥିଲୁ। ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଡିଓ, ସରପଞ୍ଚ ସଭିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆବାସ ଯୋଜନାରେ ଘର ଦେବାକୁ ପ୍ରତିଶ୍ରୁତି ମିଳିଥିଲା। ଏଥିପାଇଁ ଆବଶ୍ୟକ କାଗଜପତ୍ର ମଧ୍ୟ ଦେଇଥିଲୁ। ତଥାପି ଘର ମିଳିନି ବୋଲି ପଦ୍ମା କହିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକରେ ୩ହଜାର ୩ଶହ ୪୮ ଜଣଙ୍କୁ ଆବାସ ଘର ମିଳିଛି। କିନ୍ତୁ ଏଥିରେ ପଦ୍ମାଙ୍କ ନାମ ନାହିଁ। ରାଜନୈତିକ ଦଳମାନେ ଦାବିପତ୍ର ଦେଇ, ବିକ୍ଷୋଭ କରି ନିଜ କାମ ସାରିଦେଉଛନ୍ତି। କିନ୍ତୁ ହିତାଧିକାରୀଙ୍କ ଦୁଃଖ ଯେଉଁଠି ଥିଲା ସେଇଠି। ଏ ନେଇ ବିଡିଓ
ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ଆମ ସ୍ତରରେ ଉଚିତ ହିତାଧିକାରୀଙ୍କ ନାମ ଯାଇଥିଲା। ଉପରସ୍ତରରେ ତାଲିକା ଛାଡିଲା ବେଳେ ଉପର ତଳ ହୋଇଯାଇଥାଇପାରେ। ପରବର୍ତ୍ତୀ ତାଲିକାରେ ନିଶ୍ଚୟ ପଦ୍ମାଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଗୃହ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀରଛକରେ ଉଡ଼ିଲା ତ୍ରିରଙ୍ଗା

ବରଗଡ଼ ଅଫିସ ୧୫।୮: ବରଗଡ଼ ସହର ଉପକଣ୍ଠ ବୀରଛକରେ ସୋମବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଶହୀଦ ମାଧ ସିଂଙ୍କ ନାମରେ ନାମିତ ବୀରଛକରେ ତାଙ୍କର...

ଘଷିପୁରାରେ ବଦ୍ରି ୭୦୬୪ ଭୋଟ ଆଗରେ

ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩।୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଦ୍ୱାଦଶ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩।୫: କେନ୍ଦୁଝର...

ଗାଁରେ ଆତଙ୍କ ଖେଳାଉଛନ୍ତି ହାତୀପଲ

ବାଲେଶ୍ୱର ଅଫିସ,୫ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଶନିବାର ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳରୁ...

ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି ବିବାଦ ମାମଲା: ହାଜର ହେଲେନି ସୁରବାବା, ୧ରେ ଶୁଣାଣି

ଛତ୍ରପୁର,୨୬ା୯(ଡି.ଏନ.ଏ.)-ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି ବିବାଦ ମାମଲାରେ ବୁଧବାର ସ୍ଥାନୀୟ ଏସଡିଜେମ୍‌ କୋର୍ଟରେ ଚାର୍ଜଫ୍ରେମ ହୋଇପାରିନି। ମାମଲାର ଅଭିଯୁକ୍ତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର...

କାର୍ଯ୍ୟ ସରୁନି କି କାମରେ ଲାଗୁନି

ନବରଙ୍ଗପୁର,୨୦।୨(ବି.ପ୍ର.): ପୌରସଂସ୍ଥା ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ତଥା ସେବା ଯୋଗାଇବାରେ ବିଫଳ ହୋଇଛି। ରାସ୍ତାଘାଟ ଡ୍ରେନ ଆଦି ସଫା ହେଉନି ଓ ରାସ୍ତା କଡରେ...

ବଜ୍ରପାତରେ ଜଣେ ଚାଷୀ ମୃତ, ଜଣେ ଗୁରୁତର

ଭଦ୍ରକ ଅଫିସ/ଆରଡ଼ି, ୧୧।୮ (ଡି.ଏନ.ଏ.) – ରବିବାର ଅପରାହ୍ନରେ ବଜ୍ରପାତ ଘଟି ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ରଇପୁରରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।...

ଦୀର୍ଘ ୬ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ପୁଅ

ଆନନ୍ଦପୁର,୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୨ ନଂ ଓାର୍ଡ଼ ଶାଳପଡା ନୂଆ କଲୋନୀ ସାହିର ସୁରେଶ ସ୍ବାଇଁ ଓ ପ୍ରମିଳା ସ୍ବାଇଁଙ୍କ ନିଖୋଜ ପୁଅ...

ଘରୁ ମୟୁର ଜବତ କଲା ବନ ବିଭାଗ

ଭବାନୀପାଟଣା,୧୫।୪: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ କର୍ମଚାରୀ ଗୁରୁବାର କଲମପୁର ଅଞ୍ଚଳର ସନ୍ତୋଷ ଅଗ୍ରୱାଲଙ୍କ ଘରେ ଚଢାଉ କରି ଏକ ମୟୁର ଉଦ୍ଧାର କରାଯାଇଛି। ସନ୍ତୋଷ...

Advertisement
Archives

Model This Week