ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ ଶୁକ୍ର ବୃଷ ରାଶିରେ ଗୋଚର କରିବେ। ସେହିପରି ବୁଧ ଦୁଇଥର ରାଶି ପରିବର୍ତ୍ତନ କରିବେ। ୭ ସେପ୍ଟେମ୍ବରରେ ବୁଧ କନ୍ୟା ରାଶିରେ ଏବଂ ୨୬ ସେପ୍ଟେମ୍ବରରେ ତୁଳା ରାଶିରେ ପ୍ରବେଶ କରିବେ।

ଏହାବ୍ୟତୀତ ୧୭ ସେପ୍ଟେମ୍ବରରେ ସୂର୍ଯ୍ୟ କନ୍ୟା ରାଶିରେ ଗୋଚର କରିବେ। ଅନ୍ୟପଟେ ମଙ୍ଗଳ ନୀଚ ରାଶି କର୍କଟରେ ପ୍ରବେଶ କରିବେ। ଗ୍ରହମାନଙ୍କ ଏହି ପରିବର୍ତ୍ତିତ ଚାଲର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିପାରେ। କିଛି ରାଶିଙ୍କୁ ଭଲ ଫଳ ମିଳିବାର ସମ୍ଭାବନା ଥିବାବେଳେ ଆଉ କିଛି ରାଶିଙ୍କୁ ସତର୍କ ରହିବାକୁ ପଡ଼ିପାରେ।

ଜ୍ୟୋତିଷୀୟ ଆକଳନ ଅନୁସାରେ, ସେପ୍ଟେମ୍ବରରେ ବୃଷ, କର୍କଟ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ଓ ମୀନ ରାଶିର ଜାତକଙ୍କୁ ଭଲ ଫଳ ମିଳିପାରେ। ଏହି ରାଶିର ଲୋକଙ୍କୁ ପରିଶ୍ରମର ଉଚିତ ଫଳ ମିଳିବା ସହ କ୍ୟାରିୟର ଓ ବ୍ୟବସାୟରେ ଉନ୍ନତିର ସୁଯୋଗ ଆସିପାରେ।

ଶୁକ୍ରଙ୍କ ସ୍ଥିତି ଯୋଗୁbପରିବାର ଓ ପ୍ରେମ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ସୂର୍ଯ୍ୟ ଓ ମଙ୍ଗଳଙ୍କ ସ୍ଥିତି ମଧ୍ୟ କ୍ୟାରିୟର-ବ୍ୟବସାୟ ପାଇଁ ଲାଭଦାୟକ ହୋଇପାରେ। ବୃଷ ଓ କୁମ୍ଭ ରାଶିର ଜାତକଙ୍କ ମନୋକାମନା ପୂରଣ ହେବାର ଯୋଗ ଥିବାବେଳେ କର୍କଟ, ସିଂହ ଓ ତୁଳା ରାଶିର ଲୋକଙ୍କୁ ପରିଶ୍ରମର ଭଲ ଫଳ ମିଳିପାରେ। ଦୀର୍ଘଦିନ ଧରି ଅଟକିଥିବା କାମ ମଧ୍ୟ ଏହି ମାସରେ ସମ୍ପୂର୍ଣ୍ଣ ହୋଇପାରେ।

ସେପ୍ଟେମ୍ବରରେ ମେଷ, ମିଥୁନ, ବିଛା ଓ ଧନୁ ରାଶିର ଜାତକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିପାରେ। ବିଶେଷକରି ଧନ ସମ୍ପର୍କିତ ନିଷ୍ପତ୍ତି ନେବାବେଳେ ଭଲ ଭାବରେ ବିଚାର କରିବା ଆବଶ୍ୟକ। ଅସାବଧାନତା ଦ୍ୱାରା ଆର୍ଥିକ କ୍ଷତି ହେବାର ଆଶଙ୍କା ରହିପାରେ।
କ୍ୟାରିୟରରେ ସଫଳତା ପାଇଁ ଏହି ରାଶିର ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଦୈନନ୍ଦିନ ଜୀବନଚର୍ଯ୍ୟାରେ ଉନ୍ନତି ଆଣିଲେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ସ୍ବାସ୍ଥ୍ୟ ଦିଗରୁ ମଧ୍ୟ ସତର୍କ ରହିବା ଭଲ।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

କଙ୍ଗନାଙ୍କୁ ରକ୍ଷାବନ୍ଧନର ବିଶେଷ ଉପହାର ପଠାଇଲେ ବାବା ରାମଦେବ, ଜାଣନ୍ତୁ କ’ଣ ଦେଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୮: ରାଜନୈତିକ ଓ ସାର୍ବଜନୀନ ଜୀବନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ମଧ୍ୟରେ ସଂଳାପର ଆବଶ୍ୟକତା ଉପରେ ବଡ଼ ବାର୍ତ୍ତା ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ହରିଦ୍ୱାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri