ଆସନ୍ତା ୧୬ରୁ ସମଗ୍ର ଦେଶରେ ଟିକାକରଣ

ନୂଆଦିଲ୍ଲୀ,୯।୧: ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ରୋଗାକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଜାନୁୟାରୀ ୩ରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଭାରତରେ ଜରୁରୀକାଳିନ ବ୍ୟବହାର କରିବାକୁ ଡିସିଜିଆଇ ଅନୁମତି ଦେଇଥିଲା। ଟିକାକରଣ ଆରମ୍ଭ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ କରୋନା ଟିକାର ଡ୍ରାଏ ରନ୍‌ କରାଯାଇଥିଲା। ଏହି ସମୟରେ କୌଣସି ଲୋକଙ୍କୁ ଟିକା ଦିଆଯାଇ ନ ଥିଲା। ବର୍ତ୍ତମାନ ଏହାର ଫଳାଫଳ ସକାରାତ୍ମକ ରହିଥିବାରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ୧୬ ତାରିଖରୁ ଦେଶରେ କରୋନା ଟିକା ଆରମ୍ଭ ହେବାକୁ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri