Posted inଜାତୀୟ

ଉତ୍ତରାଖଣ୍ଡ ସରକାରଙ୍କ ନୂଆ ସ୍କିମ୍‌: ଅନ୍ୟ ଧର୍ମରେ ବିବାହ କଲେ ମିଳିବ ୫୦ ହଜାର ପ୍ରୋତ୍ସାହନ ରାଶି

ଡେରାଡୁନ,୨୨।୧୧: ଗୋଟିଏ ପଟେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ହରିଆଣା ଭଳି ଭାଜପା ଶାସିତ ରାଜ୍ୟରେ ଲଭ ଜିହାଦ ବିରୋଧରେ ଯେଉଁଠାରେ କଡ଼ା ଆଇନ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଉଛି। ସେଠାରେ ଉତ୍ତରାଖଣ୍ଡ ସରକାର ଅନ୍ୟ ଧର୍ମ କିମ୍ବା ଜାତିରେ ବିବାହ କରୁଥିବା ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି। ଏନେଇ ଉତ୍ତରାଖଣ୍ଡ ସରକାର ଏକ ନୂଆ ସ୍କିମ୍‌ ଆଣିଛନ୍ତି। ଅନ୍ୟ ଧର୍ମରେ କିମ୍ବା ଜାତିରେ ବିବାହ କଲେ ଉକ୍ତ ଦମ୍ପତ୍ତିଙ୍କୁ ରାଜ୍ୟ ସରକାର ୫୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଯେଉଁମାନଙ୍କର ବିବାହ ବୈଧ ରୂପେ ପଞ୍ଜିକୃତ ହୋଇଥିବ ସେମାନଙ୍କୁ ହିଁ ଏହି ନଗଦ ପ୍ରୋତ୍ସାହନ ପ୍ରଦାନ କରାଯିବ। ଏନେଇ ରାଜ୍ୟ ସାମାଜିକ କଲ୍ୟାଣ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଇଣ୍ଟରକାଷ୍ଟ ମ୍ୟାରେଜରେ ଏହି ପ୍ରୋତ୍ସାହନ ରାଶି ପାଇବା ପାଇଁ ଏକ ସର୍ତ୍ତ ରଖାଯାଇଛି। ଏହି ସର୍ତ୍ତ ଅନୁସାରେ ଉଭୟ ସ୍ବାମୀ ସ୍ତ୍ରୀ ଧାରା ୩୪୧ରେ ଉଲ୍ଲେଖ ଥିବା ଅନୁସୂଚିତ ଜାତି ହେବା ଆବଶ୍ୟକ। ଅନ୍ୟ ଜାତି ବା ଧର୍ମରେ ବିବାହ କରୁଥିବା ବ୍ୟକ୍ତିଙ୍କୁ ଦିଆଯାଉଥିବା ଏହି ରାଶି ଜାତୀୟ ଏକତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ତେହେରିର ସାମାଜିକ କଲ୍ୟାଣ ଅଧିକାରୀ ଦିପାଙ୍କର ଘଡ଼ିଆଲ କହିଛନ୍ତି। ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ ବିବାହର ଏକ ବର୍ଷ ମଧ୍ୟରେ ଉକ୍ତ ଦମ୍ପତ୍ତିଙ୍କୁ ଆବେଦନ କରିବାକୁ ପଡ଼ିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପାଇଁ କାହିଁକି ନନ୍ଦିଗ୍ରାମ ଗୁରୁତ୍ୱପୂର୍ଣ୍ଣ ?

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୀତି ପୂରା ସରଗରମ ହୋଇଉଠିଛି। ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମ ସିଟ୍‌ରେ ହିଁ ଛିଡ଼ା ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ...

ଭାରତକୁ ଚେତାବନୀ: ମେ’ ବେଳକୁ ଦୈନିକ ମୃତ୍ୟୁ ସଂଖ୍ୟା ଛୁଇଁବ ୫୬୦୦, କହିଲା ଆଇଏଚ୍‌ଏମ୍‌ଇ…

ଓ୍ବାଶିଂଟନ/ନୂଆଦିଲ୍ଳୀ,୨୪।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। କରୋନା ସଂକ୍ରମଣ ପୂର୍ବରୁ...

ଆର୍‌ପିଆଇ ନେତାଙ୍କ ଫାର୍ମହାଉସରେ ଗୁଳିକାଣ୍ଡ

ନୂଆଦିଲ୍ଲୀ,୧ା୬(ପି.ଟି.): ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ନେତା ସମିମ୍‌ ସୈଫ୍‌ଙ୍କ ଦିଲ୍ଲୀ ଫାର୍ମହାଉସ୍‌ରେ ରବିବାର ସକାଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ସୁରକ୍ଷା କର୍ମୀଙ୍କୁ...

କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍‌ମା ଥେରାପି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ଚିକିତ୍ସା ମାର୍ଗଦର୍ଶିକାରୁ କନଭାଲସେଣ୍ଟ୍‌ ପ୍ଲାଜ୍‌ମା ଥେରାପିକୁ ହଟାଇ ଦିଆଯାଇଛି। ଆଇସିଏମ୍‌ଆର ପକ୍ଷରୁ ଏହି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏଥିରୁ ସୁଫଳ ମିଳୁ...

ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନୟୁରେ ତେଜିଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ଏହି ବିରୋଧ...

ସିଜେଆଇ ଅଫିସକୁ ଆର୍‌ଟିଆଇ ଅଧୀନକୁ ଅଣାଯିବା ପ୍ରସଙ୍ଗ: ସୁପ୍ରିମକୋର୍ଟ ରାୟ ଆଜି

ନୂଆଦିଲ୍ଲୀ, ୧୩ା୧୧ (ଆଇଏଏନ୍‌ଏସ୍‌): ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ପରିସରକୁ ଅଣାଯିବ କି ନାହିଁ ସେନେଇ ଦିଲ୍ଲୀ ହାଇକୋର୍ଟଙ୍କ...

ରାମବାଗରେ ମିଳିତ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୧୨।୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରର ରାମବାଗ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏନ୍‌ କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କ...

ଆସନ୍ତା ବର୍ଷ ସୁଦ୍ଧା ଆସିବ କରୋନା ପ୍ରତିଷେଧକ ଟୀକା: ଭାରତ ପାଇଁ ଆବଶ୍ୟକ ୬୦ କୋଟି ଟୀକା

ନୂଆଦିଲ୍ଲୀ,୨୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶର ଗବେଷକମାନେ ଦିନରାତି ଉଦ୍ୟମ ଜାରି...

Advertisement
Archives

Model This Week