ଉତ୍କଳ ହୋଣ୍ଡାର ସ୍ମାର୍ଟ ଓ୍ବାର୍କଶପ୍‌

ଭୁବନେଶ୍ୱର,୨୬।୫ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ଅଭିଯାନ ‘ସ୍ମାର୍ଟ ଓ୍ବାର୍କଶପ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଗ୍ରାହକଙ୍କୁ ଗୁଣାତ୍ମକ ଓ ବିକ୍ରି ପରବର୍ତ୍ତୀ ସେବା (ସର୍ଭିସିଂ) ଯୋଗାଇଦେବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଏକ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ତଥା କଟକର କ୍ୟାଣ୍ଟେନମେଣ୍ଟରୋଡ୍‌ସ୍ଥିତ ଉତ୍କଳ ହୋଣ୍ଡା ପରିସରରେ ନିର୍ମିତ ସ୍ମାର୍ଟ ଓ୍ବାର୍କଶପ୍‌ର ଅନାବରଣ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌ଆଇର ସଭାପତି ଟାକୁୟା ତୁସୁମୁରା ସାନ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ ସହ ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁସ୍ତୁମୁ ଓଟାନି ଶାନ୍‌, ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ ମାର୍କେଟିଂ) ଯୋଗେଶ ମାଥୁର ଶାନ୍‌ଙ୍କ ସମେତ ଉତ୍କଳ ଅଟୋ (ଉତ୍କଳ ହୋଣ୍ଡା) କଟକର ଏମ୍‌ଡି ଅଖିଳ ପୋଦ୍ଦାର ପ୍ରମୁଖ ଉପସ୍ଥିତ ଥିଲେ।
ଅପରପକ୍ଷରେ ଉତ୍କଳ ହୋଣ୍ଡା ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବରୁ ବୁକିଂ କରିଥିବା ଗ୍ରାହକ କମ୍ପାନୀର ବିଭିନ୍ନ ମଡେଲର ଚାବି ହୋଣ୍ଡାର ସଭାପତିଙ୍କଠାରୁ ଗ୍ରହଣ କରିଥିଲେ। ଏପରିକି ଶୋ’ରୁମ୍‌ର ଶ୍ରେଷ୍ଠ କର୍ମଚାରୀଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା, ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବ ଅଧିକ ଚାର୍ଜ

ଭୁବନେଶ୍ୱର,୧୪ା୬: ନଗଦ କାରବାର କରିବା ପାଇଁ ଏଟିଏମ୍ ବ୍ୟବହାରକାରୀଙ୍କୁ ଏଣିକି ଅଧିକ ଚାର୍ଜ ଦେବାକୁ ପଡିବ। କନଫେଡେରେସନ୍ ଅଫ୍ ଏଟିଏମ୍ ଇଣ୍ଡଷ୍ଟ୍ରି(CATMI) ରିଜର୍ଭ ବ୍ୟାଙ୍କ ଅଫ୍...

ଜେଏସ୍‌ଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୪ା୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପରିସରରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି।...

ପୁଣେରେ ଜୟଆଲୁକ୍କାସ୍‌ ଶୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୪ା୬(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଶୋ’ରୁମ୍‌ ନିକଟରେ ପୁଣେର ପିମ୍ପ୍ରିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

କାନାର ବ୍ୟାଙ୍କର କର୍ପୋରେଟ ମିଟ୍‌

ଭୁବନେଶ୍ୱର,୧୪ା୬: କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଏକ କର୍ପୋରେଟ୍‌ ମିଟ୍‌ ଭୁବନେଶ୍ୱରର...

ରିଲାଏନ୍ସ ଜିଓକୁ ସିଡିପି କ୍ଲାଇମେଟ୍‌ ଆଓ୍ବାର୍ଡ

ଭୁବନେଶ୍ୱର,୧୪ା୬: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌କୁ ନିକଟରେ ଆଉ ଏକ ସମ୍ମାନ ‘ସିଡିପି କ୍ଲାଇମେଟ୍‌ ଆଓ୍ବାର୍ଡ’ ଦିଆଯାଇଛି। ବିଶେଷକରି...

ଧାନର ଏମ୍‌ଏସ୍‌ପି ବୃଦ୍ଧି ଅର୍ଥନୀତି ପାଇଁ ଶୁଭ ସଙ୍କେତ

ଭୁବନେଶ୍ୱର,୧୪ା୬(ଅନୁରାଧା ମହାରଣା): ରାଜ୍ୟର କୃଷକମାନଙ୍କ ସଶକ୍ତୀକରଣ ପାଇଁ ଏକ ‘ସମୃଦ୍ଧ କୃଷକ ନୀତି’ ଆସିବ ଏବଂ ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ...

ଦେଶରେ ୧୨ ମାସ ତଳେ ଖୁଚୁରା ମୁଦ୍ରାସ୍ଫୀତି, ଓଡ଼ିଶା ବଜାରରେ ଆକାଶ ଛୁଆଁ ଦରଦାମ୍

ଭୁବନେଶ୍ୱର, ୧୩।୬: ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ବା ମହଙ୍ଗା ହାର ମେ ମାସରେ ୧୨ ମାସର ସର୍ବନିମ୍ନ ୪.୭୫% ସ୍ତରକୁ ଖସିଛି। ଯାହା ଏପ୍ରିଲ ମାସରେ...

ଆମେରିକା ବ୍ୟାଙ୍କର ପ୍ରଭାବ, ରେକର୍ଡ ସ୍ତରରେ ସେୟାର ମାର୍କେଟ୍‌

ମୁମ଼୍ବାଇ, ୧୩।୬: ବିଶ଼୍ବର ସବୁଠାରୁ ବୃହତ୍‌ ଅର୍ଥନୈତିକ ଦେଶ ଆମେରିକାର ଫେଡରାଲ୍‌ ରିଜର୍ଭ ବ୍ୟାଙ୍କ୍‌ ଏହାର ନୀତିଗତ ସୁଧ ହାରକୁ ନେଇ ଘୋଷଣା କରିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri