‘ଉତ୍କଳ ଭାରତୀ’ କୁନ୍ତଳା କୁମାରୀ

ଓଡ଼ିଶାରେ ସ୍ବାଧୀନତା କାଳରେ ଯେଉଁ କେତେଜଣ ନାରୀକବି, ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ମଧ୍ୟରୁ ମହୀୟସୀ ମହିଳା କୁନ୍ତଳା କୁମାରୀ ସାବତ ଅନ୍ୟତମ। ସେ ଜଣେ ସୁଦକ୍ଷ ଡାକ୍ତର, ଯଶସ୍ବୀ କବୟିତ୍ରୀ, ଲେଖିକା,ସ୍ବାଧୀନତା ସଂଗ୍ରାମୀ ଓ ସମାଜସେବୀ ଥିଲେ। ସେ ୧୯୦୧ ମସିହା ଫେବୃଆରୀ ୮ ତାରିଖରେ ବସ୍ତର ରାଜ୍ୟ (ବର୍ତ୍ତମାନ ଛତିଶଗଡ଼ର ବସ୍ତର ଜିଲା)ର ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ପେସାରେ ଡାକ୍ତର ଥିଲେ। ତାଙ୍କର ମାତାଙ୍କ ନାମ ମୋନିକା ସାବତ। ତାଙ୍କ ପିତାମହ ପୁରୀ ଜିଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ। କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ। ପରବର୍ତ୍ତୀ ସମୟରେ କୁନ୍ତଳା କୁମାରୀ ସାବତ ତାଙ୍କ ମାତାଙ୍କ ସହ ଓଡ଼ିଶା ଫେରି ଆସିଥିଲେ। ସେ ରେଭେନ୍‌ଶା ବାଳିକା ବିଦ୍ୟାଳୟରେ ଶିକ୍ଷା ଲାଭ କଲା ପରେ କଟକ ଡାକ୍ତରୀ ବିଦ୍ୟାଳୟରେ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ବିଦ୍ୟାଳୟ) ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ବର୍ଣ୍ଣ ପଦକ ସହ ଏଲ୍‌.ଏମ୍‌.ପି. ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ। ସେ ଯୁଗରେ ନାରୀ ଶିକ୍ଷା ଆଦୌ ନ ଥିଲା। ଏହି ଶିକ୍ଷା ନିମନ୍ତେ ତାଙ୍କ ମାଆଙ୍କର ଅଦମ୍ୟ ଇଚ୍ଛା ଯୋଗୁ ସମ୍ଭବ ହୋଇଥିଲା। ଓଡ଼ିଆ ଭାଷା ଛଡ଼ା ସେ ବଙ୍ଗଳା, ଇଂଲିଶ ଓ ବର୍ମାର ଭାଷା ଶିଖିଥିଲେ।
ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ମହୀୟସୀ ମହିଳା କୁନ୍ତଳା କୁମାରୀ ସାବତଙ୍କ କାବ୍ୟ ଚିନ୍ତନ ଏକ ବିଶିଷ୍ଟ ପର୍ବ, ତାଙ୍କ ଜୀବନର ସ୍ବଳ୍ପାୟୁଷ ସତ୍ତ୍ବେ ସେ କେବଳ ଓଡ଼ିଶାର ନୁହନ୍ତି ସମଗ୍ର ଭାରତ ବର୍ଷର ବିପୁଳ ମାନସିକତା ତାଙ୍କଠାରେ ପରିଲକ୍ଷିତ ହେଲାବେଳେ ଜଣେ ସାହିତ୍ୟ ସ୍ରଷ୍ଟା ଭାବେ ସମାଜର ଭଲ ମନ୍ଦ, ନାରୀ ଜୀବନର ବିବିଧତା, ସ୍ବକୀୟ ଜୀବନ ଦର୍ଶନ, ଦେଶପ୍ରୀତି ତଥା ସମସାମୟିକ ସାଂସ୍କୃତିକ ଚ଼ିତ୍ର ପ୍ରଦାନର କୁନ୍ତଳା କୁମାରୀ ସାବତଙ୍କ କଥା ଭାଗ ତଥା କଥା ସାହିତ୍ୟ ଯଦି ଦେଖିବା ତା’ ସହ କବିତା ପର୍ବ, ଆଧୁନିକ ଓଡ଼ିଆ ସାହିତ୍ୟ ପରିପ୍ରକ୍ଷୀରେ ବେଶ୍‌ ଉଲ୍ଲେଖନୀୟ ବୋଲି ମନେହୁଅନ୍ତି।
କୁନ୍ତଳା କୁମାରୀ ସାବତଙ୍କ ପ୍ରଥମ କବିତା ହେଉଛି ‘ତାରା ପ୍ରତି’। ତାଙ୍କର ଆହୁରି କବିତା ଗୁଡ଼ିକ ହେଲା ଅଞ୍ଜଳି, ଉଚ୍ଛ୍ବାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ , ଆହ୍ବାନ, ଆଜି ବାପା ତୋତେ କହିବି କଥାଟି, ପ୍ରେମ ଚିନ୍ତାମଣି, ଓଡ଼ିଆଙ୍କ କାନ୍ଦଣା , ଗଡ଼ଜାତ କୃଷକ, ଶେଫାଳି ପ୍ରତି, କୋଟିକୋଟି କଣ୍ଠେ ଆଜି ଅବହେଳିତ ଦେଶ, ପୂଜା, ଅଭିଶପ୍ତର ଅଭିମାନ, ମଣିକାଞ୍ଚନ (ସାବିତ୍ରୀ ଓ ସତ୍ୟବାନ ଉପାଖ୍ୟାନର ଅସମ୍ପୂର୍ଣ୍ଣ କାବ୍ୟ, ଯାହା ସାହତି୍ୟକାଙ୍କ ଜୀବନର ଆଦ୍ୟକାଳରେ ରଚିତ ),ବନଫୁଲ, ଉଦ୍ୟାନକୁସୁମ ଆଦି। ତାଙ୍କ ଲେଖନୀ ନିଃସୃତ ଅଞ୍ଜଳି, ଅର୍ଚ୍ଚନା, ପ୍ରେମ ଚିନ୍ତାମଣି କାବ୍ୟ ଗ୍ରନ୍ଥରେ ଗଭୀର ଭାବବୋଧ,ସାଙ୍ଗିତିକତା, ଲାଳିତ୍ୟ, ଚମତ୍କାର ଆବେଗ ପ୍ରବଣତାରେ ଉତ୍ତୋଳିତ କରିଛନ୍ତି ତାଙ୍କ କାବ୍ୟଗୁଡ଼ିକୁ। ତାଙ୍କ ଲେଖନୀ ନିଃସୃତ ଅନ୍ୟ ଏକ ଉଚ୍ଛ୍ବାସ କବିତା କବିଙ୍କ ପ୍ରକୃତି ପ୍ରୀତ ଦୃଷ୍ଟିଭଙ୍ଗୀକୁ ସମ୍ପ୍ରସାରିତ କରିଛି। ତାଙ୍କର ଅନ୍ୟ ଦୁଇ କବିତା ସ୍ଫୁଲିଙ୍ଗ ଓ ଆହ୍ବାନରେ ଦେଶାତ୍ମଭାବନାବୋଧରେ ପ୍ରଜ୍ୱଳିତ।
ପରବର୍ତ୍ତୀ ସମୟରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନକୁ ସମର୍ଥନ କରି ‘ଭାରତ ମାତା’ କବିତା ଲେଖିଥିଲେ। ଏହି କବିତାରେ ଜାତୀୟତା,ଦେଶପ୍ରୀତିରେ କିପରି ଭାବରେ କୁନ୍ତଳା କୁମାରୀ ସାବତଙ୍କ ମନୋନିବେଶ ରହିଛି,ତାହାର ନିଦର୍ଶନ ଦେଖିବାକୁ ମିଳେ। ତାଙ୍କର ଅନେକ ଉପନ୍ୟାସ ହେଲା ଭ୍ରାନ୍ତି, ନଅତୁଣ୍ଡୀ,କାଳୀବୋହୂ, ରଘୁ ଅରକ୍ଷିତ, ପରଶମଣି, ଚିତ୍ରପଟ ଆଦି। ତାଙ୍କୁ ୧୯୨୫ ମସିହାରେ ‘ଉତ୍କଳ ଭାରତୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଭାରତୀ ଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା। ତାଙ୍କ ଲେଖନୀ ନିଃସୃତ କବିତା-
”ଆହାଃ କି ସୁନ୍ଦର ଶିଶୁ ଭାବନା ବିହୀନ,
ସୁଧାରସ ସିକ୍ତ ତବ ଏ ନବଜୀବନ,
ପ୍ରାତଃ ସମ ସୁମଧୁର ପ୍ରଶାନ୍ତ ଉଜ୍ଜ୍ୱଳ,
ଏ ନବଜୀବନେ ନାହିଁ ସଂସାର ଜଞ୍ଜାଳ“
ସେହି ମହୀୟସୀ ମହିଳା ୧୯୩୮ ମସିହା ଅଗଷ୍ଟ ୨୩ ତାରିଖରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦୁନିଆ ଛାଡ଼ି ଚ଼ାଲିଗଲେ।
ଆଜି ତାଙ୍କର ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ କୋଟି କୋଟି ପ୍ରଣାମ।
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ମୋ: ୬୩୭୦୨୦୮୪୨୮


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri