‘ଉତ୍କଳ ଭାରତୀ’ କୁନ୍ତଳା କୁମାରୀ

ଓଡ଼ିଶାରେ ସ୍ବାଧୀନତା କାଳରେ ଯେଉଁ କେତେଜଣ ନାରୀକବି, ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ମଧ୍ୟରୁ ମହୀୟସୀ ମହିଳା କୁନ୍ତଳା କୁମାରୀ ସାବତ ଅନ୍ୟତମ। ସେ ଜଣେ ସୁଦକ୍ଷ ଡାକ୍ତର, ଯଶସ୍ବୀ କବୟିତ୍ରୀ, ଲେଖିକା,ସ୍ବାଧୀନତା ସଂଗ୍ରାମୀ ଓ ସମାଜସେବୀ ଥିଲେ। ସେ ୧୯୦୧ ମସିହା ଫେବୃଆରୀ ୮ ତାରିଖରେ ବସ୍ତର ରାଜ୍ୟ (ବର୍ତ୍ତମାନ ଛତିଶଗଡ଼ର ବସ୍ତର ଜିଲା)ର ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ପେସାରେ ଡାକ୍ତର ଥିଲେ। ତାଙ୍କର ମାତାଙ୍କ ନାମ ମୋନିକା ସାବତ। ତାଙ୍କ ପିତାମହ ପୁରୀ ଜିଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ। କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ। ପରବର୍ତ୍ତୀ ସମୟରେ କୁନ୍ତଳା କୁମାରୀ ସାବତ ତାଙ୍କ ମାତାଙ୍କ ସହ ଓଡ଼ିଶା ଫେରି ଆସିଥିଲେ। ସେ ରେଭେନ୍‌ଶା ବାଳିକା ବିଦ୍ୟାଳୟରେ ଶିକ୍ଷା ଲାଭ କଲା ପରେ କଟକ ଡାକ୍ତରୀ ବିଦ୍ୟାଳୟରେ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ବିଦ୍ୟାଳୟ) ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ବର୍ଣ୍ଣ ପଦକ ସହ ଏଲ୍‌.ଏମ୍‌.ପି. ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ। ସେ ଯୁଗରେ ନାରୀ ଶିକ୍ଷା ଆଦୌ ନ ଥିଲା। ଏହି ଶିକ୍ଷା ନିମନ୍ତେ ତାଙ୍କ ମାଆଙ୍କର ଅଦମ୍ୟ ଇଚ୍ଛା ଯୋଗୁ ସମ୍ଭବ ହୋଇଥିଲା। ଓଡ଼ିଆ ଭାଷା ଛଡ଼ା ସେ ବଙ୍ଗଳା, ଇଂଲିଶ ଓ ବର୍ମାର ଭାଷା ଶିଖିଥିଲେ।
ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ମହୀୟସୀ ମହିଳା କୁନ୍ତଳା କୁମାରୀ ସାବତଙ୍କ କାବ୍ୟ ଚିନ୍ତନ ଏକ ବିଶିଷ୍ଟ ପର୍ବ, ତାଙ୍କ ଜୀବନର ସ୍ବଳ୍ପାୟୁଷ ସତ୍ତ୍ବେ ସେ କେବଳ ଓଡ଼ିଶାର ନୁହନ୍ତି ସମଗ୍ର ଭାରତ ବର୍ଷର ବିପୁଳ ମାନସିକତା ତାଙ୍କଠାରେ ପରିଲକ୍ଷିତ ହେଲାବେଳେ ଜଣେ ସାହିତ୍ୟ ସ୍ରଷ୍ଟା ଭାବେ ସମାଜର ଭଲ ମନ୍ଦ, ନାରୀ ଜୀବନର ବିବିଧତା, ସ୍ବକୀୟ ଜୀବନ ଦର୍ଶନ, ଦେଶପ୍ରୀତି ତଥା ସମସାମୟିକ ସାଂସ୍କୃତିକ ଚ଼ିତ୍ର ପ୍ରଦାନର କୁନ୍ତଳା କୁମାରୀ ସାବତଙ୍କ କଥା ଭାଗ ତଥା କଥା ସାହିତ୍ୟ ଯଦି ଦେଖିବା ତା’ ସହ କବିତା ପର୍ବ, ଆଧୁନିକ ଓଡ଼ିଆ ସାହିତ୍ୟ ପରିପ୍ରକ୍ଷୀରେ ବେଶ୍‌ ଉଲ୍ଲେଖନୀୟ ବୋଲି ମନେହୁଅନ୍ତି।
କୁନ୍ତଳା କୁମାରୀ ସାବତଙ୍କ ପ୍ରଥମ କବିତା ହେଉଛି ‘ତାରା ପ୍ରତି’। ତାଙ୍କର ଆହୁରି କବିତା ଗୁଡ଼ିକ ହେଲା ଅଞ୍ଜଳି, ଉଚ୍ଛ୍ବାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ , ଆହ୍ବାନ, ଆଜି ବାପା ତୋତେ କହିବି କଥାଟି, ପ୍ରେମ ଚିନ୍ତାମଣି, ଓଡ଼ିଆଙ୍କ କାନ୍ଦଣା , ଗଡ଼ଜାତ କୃଷକ, ଶେଫାଳି ପ୍ରତି, କୋଟିକୋଟି କଣ୍ଠେ ଆଜି ଅବହେଳିତ ଦେଶ, ପୂଜା, ଅଭିଶପ୍ତର ଅଭିମାନ, ମଣିକାଞ୍ଚନ (ସାବିତ୍ରୀ ଓ ସତ୍ୟବାନ ଉପାଖ୍ୟାନର ଅସମ୍ପୂର୍ଣ୍ଣ କାବ୍ୟ, ଯାହା ସାହତି୍ୟକାଙ୍କ ଜୀବନର ଆଦ୍ୟକାଳରେ ରଚିତ ),ବନଫୁଲ, ଉଦ୍ୟାନକୁସୁମ ଆଦି। ତାଙ୍କ ଲେଖନୀ ନିଃସୃତ ଅଞ୍ଜଳି, ଅର୍ଚ୍ଚନା, ପ୍ରେମ ଚିନ୍ତାମଣି କାବ୍ୟ ଗ୍ରନ୍ଥରେ ଗଭୀର ଭାବବୋଧ,ସାଙ୍ଗିତିକତା, ଲାଳିତ୍ୟ, ଚମତ୍କାର ଆବେଗ ପ୍ରବଣତାରେ ଉତ୍ତୋଳିତ କରିଛନ୍ତି ତାଙ୍କ କାବ୍ୟଗୁଡ଼ିକୁ। ତାଙ୍କ ଲେଖନୀ ନିଃସୃତ ଅନ୍ୟ ଏକ ଉଚ୍ଛ୍ବାସ କବିତା କବିଙ୍କ ପ୍ରକୃତି ପ୍ରୀତ ଦୃଷ୍ଟିଭଙ୍ଗୀକୁ ସମ୍ପ୍ରସାରିତ କରିଛି। ତାଙ୍କର ଅନ୍ୟ ଦୁଇ କବିତା ସ୍ଫୁଲିଙ୍ଗ ଓ ଆହ୍ବାନରେ ଦେଶାତ୍ମଭାବନାବୋଧରେ ପ୍ରଜ୍ୱଳିତ।
ପରବର୍ତ୍ତୀ ସମୟରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନକୁ ସମର୍ଥନ କରି ‘ଭାରତ ମାତା’ କବିତା ଲେଖିଥିଲେ। ଏହି କବିତାରେ ଜାତୀୟତା,ଦେଶପ୍ରୀତିରେ କିପରି ଭାବରେ କୁନ୍ତଳା କୁମାରୀ ସାବତଙ୍କ ମନୋନିବେଶ ରହିଛି,ତାହାର ନିଦର୍ଶନ ଦେଖିବାକୁ ମିଳେ। ତାଙ୍କର ଅନେକ ଉପନ୍ୟାସ ହେଲା ଭ୍ରାନ୍ତି, ନଅତୁଣ୍ଡୀ,କାଳୀବୋହୂ, ରଘୁ ଅରକ୍ଷିତ, ପରଶମଣି, ଚିତ୍ରପଟ ଆଦି। ତାଙ୍କୁ ୧୯୨୫ ମସିହାରେ ‘ଉତ୍କଳ ଭାରତୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଭାରତୀ ଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା। ତାଙ୍କ ଲେଖନୀ ନିଃସୃତ କବିତା-
”ଆହାଃ କି ସୁନ୍ଦର ଶିଶୁ ଭାବନା ବିହୀନ,
ସୁଧାରସ ସିକ୍ତ ତବ ଏ ନବଜୀବନ,
ପ୍ରାତଃ ସମ ସୁମଧୁର ପ୍ରଶାନ୍ତ ଉଜ୍ଜ୍ୱଳ,
ଏ ନବଜୀବନେ ନାହିଁ ସଂସାର ଜଞ୍ଜାଳ“
ସେହି ମହୀୟସୀ ମହିଳା ୧୯୩୮ ମସିହା ଅଗଷ୍ଟ ୨୩ ତାରିଖରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦୁନିଆ ଛାଡ଼ି ଚ଼ାଲିଗଲେ।
ଆଜି ତାଙ୍କର ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ କୋଟି କୋଟି ପ୍ରଣାମ।
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ମୋ: ୬୩୭୦୨୦୮୪୨୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?