ଜନଗଣନା ଅର୍ଥନୈତିକ ଓ ବୃତ୍ତିଭିତ୍ତିକ ହେଉ

ଆମ ଦେଶରେ ଶେଷ ଜନଗଣନା ୨୦୧୧ ମସିହାରେ ହୋଇଥିଲେ ବି ୨୦୨୧ ମସିହାରେ କରୋନା ସଂକ୍ରମଣ ପାଇଁ ଦଶ ବାର୍ଷିକ ଜନଗଣନା ହୋଇ ନ ଥିଲା। ତେଣୁ ୨୦୨୫ ମସିହାରେ ଜନଗଣନା ଆରମ୍ଭ ହୋଇ ୨୦୨୬ ମସିହାରେ ଶେଷ ହେବ ବୋଲି କେନ୍ଦ୍ରରେ ନିଷ୍ପତ୍ତି ହୋଇଛି। ଜନଗଣନାରେ ଅନେକ ତଥ୍ୟର ପରିସଂଖ୍ୟାନ ରହିଥାଏ। କିନ୍ତୁ ଏହି ଜନଗଣନା ଜାତିଭିତ୍ତିକ କରିବା ପାଇଁ କିଛି ରାଜନୈତିକ ଦଳ ଦାବି କରୁଥିବାରୁ ତାହା ଅଭିସନ୍ଧିମୂଳକ ଓ ଭିନ୍ନ ଉଦ୍ଦେଶ୍ୟ ରଖୁଥିବା ମନେହୁଏ। ଗୋଟିଏ ବିକଶିତ ରାଷ୍ଟ୍ର ପାଇଁ ନାଗରିକଙ୍କ ଅର୍ଥନୈତିକ ସମୃଦ୍ଧି ଅପରିହାର୍ଯ୍ୟ। ପୂର୍ବରୁ ସାମାଜିକ ଚଳଣିରେ ସଂହତି ପାଇଁ ବୃତ୍ତିଭିତ୍ତିକ ଜାତିବାଦ ସୃଷ୍ଟି ହୋଇଥିଲା, ଯାହାକି ସମୟକ୍ରମେ ବଂଶାନୁକ୍ରମିକ ହୋଇଗଲା। ଏବେ କିନ୍ତୁ ବୃତ୍ତିର ପରିସଂଖ୍ୟାନ ଯଦି କରାଯାଏ ତେବେ ଜଣାଯିବ ଯେ ପ୍ରତ୍ୟେକ ବୃତ୍ତିରେ ପ୍ରତ୍ୟେକ ଜାତିର ବ୍ୟକ୍ତି ନିଶ୍ଚିତ ଅଛନ୍ତି।
ଦେଶ ସ୍ବାଧୀନ ହେବାର ଅଠସ୍ତରି ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ସାଧୀନ ଭାରତରେ ଅର୍ଥନୈତିକ ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ଜାତିକୁ ଅନୁସୂଚିତ ଘୋଷଣା କରି ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରାଯାଇଥିଲା, ଯାହାକି ଏବେ ବଳବତ୍ତର ରହି ସେମାନଙ୍କ ତୃତୀୟ ପିଢ଼ି ଉପଭୋଗ କରୁଛନ୍ତି। ଏବେବି ସର୍ବୋଚ୍ଚ ନ୍ୟାୟାଳୟରେ କିଛି ସମ୍ପ୍ରଦାୟକୁ ସେମାନଙ୍କ ସହ ସାମିଲ କରିବାକୁ ମାମଲା ଓ ଅଦାଲତ ଅବମାନନା ମାମଲା ଚାଲୁ ରହିଛି। କିନ୍ତୁ ବର୍ତ୍ତମାନ ରାଜନୈତିକ ସ୍ବାର୍ଥ ପାଇଁ ଯେପରି ଜାତିକୁ ଗୁରୁତ୍ୱ ଦିଆଯାଉଛି ତାହା ସମାଜରେ ବିଷାକ୍ତ ପରିସ୍ଥିତି ସୃଷ୍ଟି କରୁଥିବା ଏବଂ ଅନେକ ସମୟରେ ତାହା ସ୍ପର୍ଶକାତର ପ୍ରସଙ୍ଗ ହେଉଥିବାର ଖବର ହୋଇଯାଉଛି। ଜାତିକୁ ନେଇ ଆମ ଦେଶରେ ଆଇନରେ ଏଭଳି ବ୍ୟବସ୍ଥା ରହିଛି ଯେ, ତାହା ଅନେକ ସମୟରେ ଅପବ୍ୟବହାର ହୋଇ ପ୍ରତିଶୋଧ ପାଇଁ ଅମୋଘ ଅସ୍ତ୍ର ହୋଇଯାଉଛି। ଆମ ଦେଶ ବିଶ୍ବଗୁରୁ ହେବାର ସମୟ ଆସିଯାଇଛି ବୋଲି ଯେଉଁମାନେ ଡିଣ୍ଡିମ ପିଟୁଛନ୍ତି ସେଇମାନେ ଶାସନ ତନ୍ତ୍ରକୁ ଅକ୍ତିଆର ପାଇଁ ଭୋଟ କାରକ ଉଦ୍ଦେଶ୍ୟରେ ଜାତି ପ୍ରୀତି ଦେଖାଉଛନ୍ତି। ଏହା ସତ୍ୟ ଯେ ରାଜନୈତିକ ସ୍ବାର୍ଥ ସିଦ୍ଧି ପାଇଁ ୧୯୯୦ ମସିହାରେ ଯେତେବେଳେ ଅଳିଆଗଦାରୁ ଆଣି ମଣ୍ଡଳ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରାଗଲା ସେତେବେଳେ ସାରା ଦେଶରେ ହିଂସାକାଣ୍ଡ ବ୍ୟାପକ ହୋଇଥିଲା। ଓଡ଼ିଶା ମଧ୍ୟ ସେଥିରୁ ବାଦ୍‌ ଯାଇନଥିଲା। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ, ଗରିବର ଜାତି ନାହିଁ। ଅବଶ୍ୟ ସେଥିପାଇଁ ଓଡ଼ିଶାରେ ହିଂସାକାଣ୍ଡ କିଛି ମାତ୍ରାରେ ସୀମିତ ରହିଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ପତନ ହୋଇଗଲା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ତାକୁ ବିରୋଧ କରୁଥିବା ରାଜନୈତିକ ଦଳ ପରବର୍ତ୍ତୀ ଶାସନ କ୍ଷମତା ପାଇ ତାହାକୁ କାର୍ଯ୍ୟକାରୀ କରାଇଲେ। ଏବେବି ଅନେକ ଯୋଜନା ଓ କର୍ମନିଯୁକ୍ତି ପାଇଁ ଜାତିଭିତ୍ତିକ ସୁଯୋଗ ଦିଆଯାଉଛି। କିନ୍ତୁ କୌଣସି ସର୍ବେକ୍ଷଣ ସଂସ୍ଥା ବା ରାଜନୈତିକ ଦଳ ଦେଶର କୌଣସି ଜାତି ସମ୍ପୂର୍ଣ୍ଣ ଅବହେଳିତ ବା କୌଣସି ଜାତି ସମ୍ପୂର୍ଣ୍ଣ ବିକଶିତ ବୋଲି ପ୍ରାମାଣିକ ତଥ୍ୟ ଦେଇପାରିବେ ନାହିଁ, କାରଣ ଏବେ ପ୍ରତ୍ୟେକ ଜାତିରେ ଅର୍ଥନୈତିକ ସବଳ ଓ ଦୁର୍ବଳ ଶ୍ରେଣୀର ଲୋକ ରହିଛନ୍ତି। ବରଂ ଏହି ଜାତିଭିତ୍ତିକ ସୁଯୋଗ ତେଲିଆ ମୁଣ୍ଡରେ ତେଲ ପରି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ବରଦାୟକ ହେଉଛି।
ରାଜନୀତି ବା ପ୍ରଶାସନର ମର୍ଯ୍ୟାଦାଜନକ ପଦବୀରେ ଥିବା ବ୍ୟକ୍ତିଙ୍କ ଉତ୍ତର ଦାୟାଦ ପୁନଶ୍ଚ ଜାତିଭିତ୍ତିକ ସମସ୍ତ ସୁଯୋଗ ପାଉଥିବା ବେଳେ ସେମାନଙ୍କ ଘରେ ଥିବା ରୋଷେୟା ଚାକର ଥିବା ବ୍ୟକ୍ତିଙ୍କ ଦାୟାଦ ଯୋଗ୍ୟତା ଥାଇ ସୁଦ୍ଧା ଉଚ୍ଚ ଜାତି ଆଧାରରେ ସେଥିରୁ ବଞ୍ଚିତ ହୋଇ ସେଇ ବୃତ୍ତିକୁ ହିଁ ଆଦରି ନେଉଛନ୍ତି। ଆମ ସମ୍ବିଧାନରେ ଯଦି ସମସ୍ତେ ସମାନ ଏଂ ସାଛନ୍ଦ୍ୟ ଚଳଣି ପାଇଁ ସମସ୍ତଙ୍କର ଅଧିକାର ରହିଛି ତେବେ ସରକାର ଦେଶର ଅର୍ଥନୈତିକ ପ୍ରଗତି ପାଇଁ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଗୋଟିଏ ବର୍ଗରେ ସ୍ଥାନିତ କରିବା ଜରୁରୀ ନୁହେଁ କି?
ଦ୍ୱିତୀୟତଃ ଏହା ସ୍ବୀକାର୍ଯ୍ୟ ଯେ ଆମ ଦେଶ ଓ ରାଜ୍ୟରେ ଅନେକ ଯୋଜନା ରାଜନୈତିକ ଇଚ୍ଛାଶକ୍ତିରେ ପରିଚାଳିତ ହେଉଥାଏ। ଯେଉଁମାନେ ଶାସକ ଦଳର କର୍ମୀ ସେମାନେ ସମସ୍ତ ସରକାରୀ ସହାୟତା ପାଉଥିବା ବେଳେ ବିରୋଧୀ ଦଳର କର୍ମୀ ସେଥିରୁ ବଞ୍ଚିତ ହୁଅନ୍ତି। ଯେଉଁମାନେ କୌଣସି ଦଳର ସମର୍ଥକ ନୁହନ୍ତି ସେମାନେ ଭାଗ୍ୟ ଆଦରି କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରନ୍ତି ନାହିଁ। ଏବେ ଅବସ୍ଥା ଏପରି ବିଚିତ୍ର ହୋଇଛି ଯେ ଯେଉଁମାନେ ଭୂମିହୀନ ଭାବେ ସମସ୍ତ ସରକାରୀ ସୁଯୋଗ ପାଉଛନ୍ତି ସେମାନେ ମଧ୍ୟ ବହୁ ପରିମାଣର ଧାନ ବିକ୍ରି ପାଇଁ ନାମ ଅନୁବନ୍ଧିତ କରୁଛନ୍ତି। ଦେଶରେ ଆଧାର କାର୍ଡ ଏକକ ପରିଚୟପତ୍ରର ମାନ୍ୟତା ପାଇଛି। ତେଣୁ ତାହା ଆଧାରରେ ଜନଗଣନା କରାଯିବାରେ କୌଣସି ପ୍ରତିବନ୍ଧକ ନାହିଁ। ଏଥିସହ ପ୍ରତ୍ୟେକ ବ୍ୟକ୍ତିର ବୃତ୍ତି ଏବଂ ଅର୍ଥନୈତିକ ସ୍ଥିତିକୁ ବୈଷୟିକ ଜ୍ଞାନକୌଶଳ ଆଧାରରେ ସମୟ ଭିତ୍ତିକ ପର୍ଯ୍ୟବେକ୍ଷଣ ପାଇଁ ସୁରକ୍ଷିତ କରାଯିବା ଉଚିତ। ଜନଗଣନା ପୂର୍ବରୁ ପରିବାରର ସଂଜ୍ଞା ମଧ୍ୟ ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ରହିଛି। ଏହା ଆମର ସଂସ୍କୃତି ଭିତ୍ତିକ ହେବା ଉଚିତ। ନତୁବା ସରକାରୀ ଦଳର କରିତ୍‌କର୍ମାମାନେ ମାଗଣା ଯୋଜନାରେ ବାପପୁଅ, ସ୍ବାମୀସ୍ତ୍ରୀଙ୍କୁ ତଫାତ କରାଇ ଏକାଧିକ ସୁଯୋଗ ନେବା ଆଦୌ ଅସମ୍ଭବ ନୁହେଁ। ଆମ ରାଜ୍ୟରେ କାଳିଆ ଯୋଜନାରେ କୃଷି ଶ୍ରମିକ ଭାବରେ ସହାୟତା ପାଇଥିବା ଅନେକ ବ୍ୟକ୍ତି ନିଜେ ବା ତାଙ୍କର ପତ୍ନୀ ନିର୍ମାଣ ଶ୍ରମିକ ଭାବରେ ପଞ୍ଜୀକରଣ କରି ପାଉଥିବା ସୁଯୋଗ ପରି ତଥ୍ୟଭିତ୍ତିକ ଖବର ଅଭାବ ନାହିଁ। ସେମାନଙ୍କ ମଧ୍ୟରୁ କିଛି ପଡ଼ୋଶୀ ରାଜ୍ୟକୁ ଅଧିକ ରୋଜଗାର ପାଇଁ ଯାଉଥିବା ବେଳେ ଦାଦନ ଶ୍ରମିକ ବୋଲାଇ ଅନୁକମ୍ପା ପାଉଥିବା ମଧ୍ୟ ଅସତ୍ୟ ନୁହେଁ।
ନିକଟରେ ଅନେକ ସରକାରୀ କର୍ମଚାରୀ ଖାଉଟି ପତ୍ର ହାସଲ କରିଥିବା ଖବର ପ୍ରକାଶ ପାଇଛି। ଭୂତ ହିତାଧିକାରୀ ଅତୀତରେ ମାଗଣା ଆବାସ ଓ ଏବେ ଖାଉଟି ସାମଗ୍ରୀ ପାଉଥିବା କେବଳ ବ୍ୟବସ୍ଥାର ତ୍ରୁଟି ଯୋଗୁ ସମ୍ଭବ ହେଉଛି। ଗୋଟିଏ ପରିବାରର ବିଭିନ୍ନ ବ୍ୟକ୍ତି ବିଭିନ୍ନ ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବାରୁ ଯଦି କୃଷି, ନିର୍ମାଣ,ଖଣି, କେନ୍ଦୁପତ୍ର, ଅଣକୁଶଳୀ ଶ୍ରମିକଙ୍କ ପରିବାରର ସଦସ୍ୟଙ୍କୁ ହିସାବ କରାଯାଏ ତେବେ ସେ ସଂଖ୍ୟା ରାଜ୍ୟ ଲୋକସଂଖ୍ୟାର ୮୦ ଶତାଂଶ ଏଂ ସଂରକ୍ଷିତ ବର୍ଗ ୩୮ ଶତାଂଶ ମିଶିଲେ ସମୁଦାୟ ଲୋକ ସଂଖ୍ୟାଠାରୁ ୮ ଶତାଂଶ ଅଧିକ ହୋଇଯିବେ। ଏକକୋଟି ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ମିଶାଇଲେ ଫଳ ଯାହା ହେବ ସେଥିରୁ ସ୍ପଷ୍ଟ ଯେ ଗୋଟିଏ ପରିବାର ତିନୋଟିରୁ ଅଧିକ ସରକାରୀ ସହାୟତା ପାଉଛନ୍ତି। କିନ୍ତୁ ଏଥିରେ ମଧ୍ୟମ ବର୍ଗର ସାଧାରଣ ବ୍ୟକ୍ତି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାରୀ ସହାୟତା ଯଦି ଜାତିଭିତ୍ତିକ ହୁଏ ତେବେ ସେମାନଙ୍କ ମଧ୍ୟରେ ଥିବା ସ୍ବଚ୍ଛଳ ବର୍ଗର ବ୍ୟକ୍ତି ଅଧିକ ଲାଭ ପାଇବେ। ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ସେହି ପର୍ଯ୍ୟାୟରେ ଆସୁଛି। ପୂର୍ବ ସରକାର ଏଭଳି ଅନେକ ଭୋଟ କାରକ ଯୋଜନା କରି ରାଜକୋଷକୁ ଭାରାକ୍ରାନ୍ତ କରିବା ସହ ରାଜ୍ୟ ଋଣଭାର ବଢ଼ାଇଥିଲେ। ଏହା ସତ୍ୟ ଯେ ରାଜ୍ୟ ସରକାର କୌଣସି ନିର୍ଦ୍ଦିଷ୍ଟ ଜାତି ବା ସମ୍ପ୍ରଦାୟର ବିବେଚିତ ହୋଇନଥାନ୍ତି। ତେଣୁ ପ୍ରସ୍ତାବିତ ଜନଗଣନା ବୃତ୍ତିଭିତ୍ତିକ କରି ପ୍ରକୃତ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଆର୍ଥିକ ସ୍ବଚ୍ଛଳ କରାଇବା ସହ ଏକାଧିକ ସରକାରୀ ସହାୟତା ପାଉଥିବା ବ୍ୟକ୍ତିଙ୍କୁ ଗୋଟିଏ ଯୋଜନାରେ ସାମିଲ କଲେ ରାଜ୍ୟର ଆର୍ଥିକ ସ୍ଥିତି ବଦଳିଯିବ ଏବଂ ସରକାରଙ୍କ ଯଶ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ଓ ଐତିହାସିକ ହୋଇଯିବ।
୧୧୩- ଗୁଣ୍ଡିଚା ବିହାର, ପୁରୀ -୨
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?