Posted inଖେଳ

ପରିବାର ସହ ଲଢ଼ି ଜଣେ ଯୁବତୀଙ୍କୁ ଦୁଇଥର ବିବାହ କରିଥିଲେ ରବିନ୍‌ ଉଥପ୍ପା; କାରଣ ଜାଣିଲେ…

ନୂଆଦିଲ୍ଲୀ,୨୩।୭: ଗତ ୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି ରବିନ ଉଥପ୍ପା। ହେଲେ ସେ ଘରୋଇ କ୍ରିକେଟରେ ସକ୍ରିୟ ଅଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ତାଙ୍କ ନାମରେ ଏକାଧିକ ରେକର୍ଡ ଅଛି। ସେ ୪୦୦୦ରୁ ଅଧିକ ରନ୍‌ କରିଥିବା ୬ଷ୍ଠ ଭାରତୀୟ। ଏହାଛଡ଼ା ସବୁଠାରୁ ଅଧିକ ଅର୍ଦ୍ଧଶତକ କରିଥିବା ଟପ୍‌-୧୦ତାଲିକାରେ ତାଙ୍କ ନାମ ରହିଛି। ୨୦୧୪ରୁ ସେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଖେଳି ଆସୁଛନ୍ତି।

୨୦୧୬ ମାର୍ଚ୍ଚ ୩ ତାରିଖରେ ଭାରତର ପୂର୍ବ ଟେନିସ ତାରକା ଶୀତଲ ଗୌତମଙ୍କୁ ବିବାହ କରିଥିଲେ ଉଥପ୍ପା। ୨୦୦୯ରେ ଏକ ବନ୍ଧୁଙ୍କ ଯୋଗୁ ଉଭୟ ପରସ୍ପରକୁ ଭେଟିବା ପରେ ଦୀର୍ଘଦିନ ଧରି ଡେଟ୍‌ କରୁଥିଲେ। ହେଲେ ଭିନ୍ନ ଧର୍ମର ହୋଇଥିବା ହେତୁ ସେମାନଙ୍କ ବିବାହରେ ଅନେକ ବାଧାବିଘ୍ନ ଆସିଥିଲା। କାରଣ ଉଥପ୍ପା ଖ୍ରିଷ୍ଟିଆନ୍‌ ଥିବା ବେଳେ ଶୀତଲ ହିନ୍ଦୁ ଥିଲେ। ଉଭୟଙ୍କ ବିବାହ ପାଇଁ ପରିବାରଲୋକେ ରାଜି ହୋଇ ନ ଥିଲେ। ସେତେବେଳକୁ ବିବାହ ପାଇଁ ଉଥପ୍ପା ଶୀତଲଙ୍କୁ ପ୍ରପୋଜ କରିସାରିଥିଲେ।

ପ୍ରଥମେ ଉଥପ୍ପା ପରିବାରଲୋକଙ୍କୁ ରାଜି କରାଇଥିଲେ। ଧିରେ ଧିରେ ଶୀତଲଙ୍କ ପରିବାର ମଧ୍ୟ ବିବାହ ପାଇଁ ରାଜି ହୋଇଥିଲେ। ଶେଷରେ ୨୦୧୬ ମାର୍ଚ୍ଚ ୩ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରଥମେ ଇସାଇ ଧର୍ମାନୁଯାୟୀ ସେମାନଙ୍କର ବିବାହ ହୋଇଥିଲା। ଉକ୍ତଦିନ ଅପରାହ୍ନରେ ରିସେପ୍ସନ ରଖାଯାଇଥିଲା। ଏହାର ଏକ ସପ୍ତାହ ଅର୍ଥାତ ମାର୍ଚ୍ଚ ୧୧ରେ ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ପୁଣି ଥରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?