ସିଜିୟୁରେ ଉତ୍କଳ ଷ୍ଟାର୍ଟଅପ୍‌ ସମ୍ମିଳନୀ

ଭୁବନେଶ୍ୱର,୪।୨ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଦିନିକିଆ ସମ୍ମିଳନୀ ‘ଉତ୍କଳ ଷ୍ଟାର୍ଟଅପ୍‌ ସମ୍ମିଟ-୨୦୨୪’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ସିଜିୟୁର ଇନ୍‌କ୍ୟୁବେଟର ଅଟଳ ଇନ୍‌କ୍ୟୁବେସନ ସେଣ୍ଟର-ସିଭିଆର୍‌ସିଇଏଫ୍‌ ଏବଂ ସିଭିଆର୍‌ସିଇ ଟିଆଇଏଫ୍‌ (ଟେକ୍ନୋଲୋଜି ଇନ୍‌କ୍ୟୁବେଟର ଫାଉଣ୍ଡେନ)ର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ବିଶେଷକରି ଉକ୍ତ ଇନ୍‌କ୍ୟୁବେଟରମାନଙ୍କ ସହଯୋଗରେ ୫୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ ୟୁନିଟ୍‌ ଯଥା ବନ୍‌ଭି (BonV), ମୋ ଆମ୍ବୁଲାନ୍ସ, ଅର୍ଗାନୋପୋନିକ୍ସ, ବୋନଭି ଏରୋ, ଆଇଜି ଡ୍ରୋନ୍ସ, ଅର୍ଗାନୋପୋନିକ୍ସ ମେଡ୍‌ଟେଲ, ମୁନିକୋ ଫୁଡ୍ସ, ଶୈଳଜା ଅର୍ଗାନିକ୍ସ, ଇକୋ ସାଥୀ ଏବଂ ନନ୍ଦିଘୋଷ ରୋଡକ୍ସ ଭଳି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ଷ୍ଟାର୍ଟଅପ୍‌ ୟୁନିଟ୍‌ଗୁଡ଼ିକ ସାମିଲ ହୋଇଥିଲେ। ସେହିପରି ସମ୍ମିଳନୀରେ ସାମିଲ ଅଂଶଗ୍ରହଣକାରୀ ଓ ଅତିଥିମାନେ ବିଶ୍ୱବିଦ୍ୟାଳୟର ଗବେଷଣା, ବ୍ୟବସାୟିକ ଦକ୍ଷତା, ସୃଜନଶୀଳତା ଓ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆକାର ଦେବାର ସାମର୍ଥ୍ୟ ଏବଂ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ଉକ୍ତ ସମ୍ମିଳନୀ ଉଦ୍ଭାବନ ଓ ଉଦ୍ୟୋଗୀତାର ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିବ ବୋଲି ଦର୍ଶାଇଥିଲେ।
ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ରରେ ଉଦ୍ୟୋଗୀ ତଥା ଆରିନ୍‌ କ୍ୟାପିଟାଲ ଆଣ୍ଡ ଥ୍ରୀ ଓ୍ବାନ ଫୋର (3one4)ର ଅଧ୍ୟକ୍ଷ ପଦ୍ମଶ୍ରୀ ଟି.ଭି.ମୋହନ ଦାସ ପାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ଭାରତ ଏକ ଷ୍ଟାର୍ଟଅପ୍‌ ଦେଶ’ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ।
ସେହିଭଳି ଉକ୍ତ ଆଲୋଚନା ଚକ୍ରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ସିଡ୍‌ ଫଣ୍ଡ କମିଟିର ଚେୟ୍ୟାରମ୍ୟାନ ହର୍କେଶ ମିତ୍ତଲ୍‌, ସିଜିୟୁର ସଭାପତି ସଞ୍ଜୀବ କୁମାର ରାଉତ, ଜେବ୍ରା ଟେକ୍ନୋଲୋଜିର ପୂର୍ବତନ ସିଇଓ ଗୌତମ ଘୋଷ, ଟାଇ ଭୁବନେଶ୍ୱରର ସଭାପତି ଏ.କେ.ମହାନ୍ତି ଏବଂ ଆଇ.ଜି. ଡ୍ରୋନ୍‌ର ପ୍ରତିଷ୍ଠାତା ବୋଧିସତ୍ୱ ସଂଘପ୍ରିୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଛାତ୍ର ଏସ୍‌.ଆଦିତ୍ୟ ସିଜିୟୁର ଅଗ୍ରଣୀ ଇନ୍‌-ହାଉସ୍‌ ଏଆର୍‌ଭିଆର ଜରିଆରେ ଅଯୋଧ୍ୟାର ରାମମନ୍ଦିର ଏବଂ ରାମଲାଲାଙ୍କ ଡିଜିଟାଲ ଯୁଗଳଙ୍କୁ ଉପସ୍ଥାପନକରି ଉପସ୍ଥିତ ଦର୍ଶକମାନଙ୍କ ମନରେ ଏକ ଚିରନ୍ତନ ଛାପ ଛାଡ଼ିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?