Odisha Elections 2024

ସିଜିୟୁରେ ଉତ୍କଳ ଷ୍ଟାର୍ଟଅପ୍‌ ସମ୍ମିଳନୀ

ଭୁବନେଶ୍ୱର,୪।୨ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଦିନିକିଆ ସମ୍ମିଳନୀ ‘ଉତ୍କଳ ଷ୍ଟାର୍ଟଅପ୍‌ ସମ୍ମିଟ-୨୦୨୪’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ସିଜିୟୁର ଇନ୍‌କ୍ୟୁବେଟର ଅଟଳ ଇନ୍‌କ୍ୟୁବେସନ ସେଣ୍ଟର-ସିଭିଆର୍‌ସିଇଏଫ୍‌ ଏବଂ ସିଭିଆର୍‌ସିଇ ଟିଆଇଏଫ୍‌ (ଟେକ୍ନୋଲୋଜି ଇନ୍‌କ୍ୟୁବେଟର ଫାଉଣ୍ଡେନ)ର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ବିଶେଷକରି ଉକ୍ତ ଇନ୍‌କ୍ୟୁବେଟରମାନଙ୍କ ସହଯୋଗରେ ୫୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ ୟୁନିଟ୍‌ ଯଥା ବନ୍‌ଭି (BonV), ମୋ ଆମ୍ବୁଲାନ୍ସ, ଅର୍ଗାନୋପୋନିକ୍ସ, ବୋନଭି ଏରୋ, ଆଇଜି ଡ୍ରୋନ୍ସ, ଅର୍ଗାନୋପୋନିକ୍ସ ମେଡ୍‌ଟେଲ, ମୁନିକୋ ଫୁଡ୍ସ, ଶୈଳଜା ଅର୍ଗାନିକ୍ସ, ଇକୋ ସାଥୀ ଏବଂ ନନ୍ଦିଘୋଷ ରୋଡକ୍ସ ଭଳି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ଷ୍ଟାର୍ଟଅପ୍‌ ୟୁନିଟ୍‌ଗୁଡ଼ିକ ସାମିଲ ହୋଇଥିଲେ। ସେହିପରି ସମ୍ମିଳନୀରେ ସାମିଲ ଅଂଶଗ୍ରହଣକାରୀ ଓ ଅତିଥିମାନେ ବିଶ୍ୱବିଦ୍ୟାଳୟର ଗବେଷଣା, ବ୍ୟବସାୟିକ ଦକ୍ଷତା, ସୃଜନଶୀଳତା ଓ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆକାର ଦେବାର ସାମର୍ଥ୍ୟ ଏବଂ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ଉକ୍ତ ସମ୍ମିଳନୀ ଉଦ୍ଭାବନ ଓ ଉଦ୍ୟୋଗୀତାର ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିବ ବୋଲି ଦର୍ଶାଇଥିଲେ।
ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ରରେ ଉଦ୍ୟୋଗୀ ତଥା ଆରିନ୍‌ କ୍ୟାପିଟାଲ ଆଣ୍ଡ ଥ୍ରୀ ଓ୍ବାନ ଫୋର (3one4)ର ଅଧ୍ୟକ୍ଷ ପଦ୍ମଶ୍ରୀ ଟି.ଭି.ମୋହନ ଦାସ ପାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ଭାରତ ଏକ ଷ୍ଟାର୍ଟଅପ୍‌ ଦେଶ’ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ।
ସେହିଭଳି ଉକ୍ତ ଆଲୋଚନା ଚକ୍ରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ସିଡ୍‌ ଫଣ୍ଡ କମିଟିର ଚେୟ୍ୟାରମ୍ୟାନ ହର୍କେଶ ମିତ୍ତଲ୍‌, ସିଜିୟୁର ସଭାପତି ସଞ୍ଜୀବ କୁମାର ରାଉତ, ଜେବ୍ରା ଟେକ୍ନୋଲୋଜିର ପୂର୍ବତନ ସିଇଓ ଗୌତମ ଘୋଷ, ଟାଇ ଭୁବନେଶ୍ୱରର ସଭାପତି ଏ.କେ.ମହାନ୍ତି ଏବଂ ଆଇ.ଜି. ଡ୍ରୋନ୍‌ର ପ୍ରତିଷ୍ଠାତା ବୋଧିସତ୍ୱ ସଂଘପ୍ରିୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଛାତ୍ର ଏସ୍‌.ଆଦିତ୍ୟ ସିଜିୟୁର ଅଗ୍ରଣୀ ଇନ୍‌-ହାଉସ୍‌ ଏଆର୍‌ଭିଆର ଜରିଆରେ ଅଯୋଧ୍ୟାର ରାମମନ୍ଦିର ଏବଂ ରାମଲାଲାଙ୍କ ଡିଜିଟାଲ ଯୁଗଳଙ୍କୁ ଉପସ୍ଥାପନକରି ଉପସ୍ଥିତ ଦର୍ଶକମାନଙ୍କ ମନରେ ଏକ ଚିରନ୍ତନ ଛାପ ଛାଡ଼ିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜୁନ୍‌ ପହିଲାରୁ ହେବ ଲାଗୁ; ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୯।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ...

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌...

ନକଲି କଲ୍‌ ଉପରେ ରୋକ ଲଗାଇବ ଟ୍ରାଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍‌ କରି ହଇରାଣ କରୁଥିବା ମାର୍କେଟିଂ କଲ୍‌କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ...

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri