ପ୍ରଶାନ୍ତ ମହାସାଗରରେ ଆମେରିକାର ବୃହତ୍‌ ନୌସମରାଭ୍ୟାସ, ଚାଇନାର ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୩।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତରେ ହତାଶ ହୋଇ ଚାଇନା ତାଇୱାନକୁ ଘେରିବା ପାଇଁ ଏକ ପ୍ରମୁଖ ସାମରିକ ଅଭ୍ୟାସ କରୁଛି। ଏପରିସ୍ଥଳେ ପ୍ରଶାନ୍ତ ମହାସାଗରରେ ଆମେରିକାର ନୌସେନା ଦ୍ୱାରା ବିଶ୍ୱର ସର୍ବ ବୃହତ ନୌସମରାଭ୍ୟାସ ଚାଲିଛି। ଏଥିରେ ଆମେରିକା ସମେତ ୨୬ ଟି ଦେଶର ନୌସେନା ରିମ୍‌ ପ୍ୟାକ୍‌ ଅଭ୍ୟାସରେ ଭାଗ ନେଉଛନ୍ତି। ବିଶେଷ କଥା ହେଉଛି ଏହି ଅଭ୍ୟାସରେ ଭାରତର ନୌସେନା ଏବଂ ସ୍ବତନ୍ତ୍ର ବାହିନୀ ମଧ୍ୟ ଯୋଗ ଦେଇଛନ୍ତି।

ଏହି ଅଭ୍ୟାସ ପ୍ରଶାନ୍ତ ମହାସାଗରରେ ଗତ ୪୦ ବର୍ଷ ଧରି ଜାରି ରହିଛି। ପ୍ରତି ଦୁଇ ବର୍ଷରେ ଏହା ଆୟୋଜିତ ହୋଇଥାଏ। ଏହାକୁ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।

ତାଇୱାନର ମୁଖ୍ୟ ବନ୍ଦର ଏବଂ ଜାହାଜ ଚଳାଚଳକୁ ଅବରୋଧ କରିବା ଉଦ୍ଦେଶ୍ୟରେ ଚାଇନାର ପିଏଲ୍‌ଏ ସେନାର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଦକ୍ଷିଣ ଚାଇନା ସାଗରରେ ଏକ ପ୍ରମୁଖ ସାମରିକ ଅଭ୍ୟାସ ଆରମ୍ଭ କରିଛି।

ରିମ୍‌ ପ୍ୟାକ୍‌ରେ ଆମେରିକାର ସପ୍ତମ ଫ୍ଲାଇଟ ର ଅନ୍ୟତମ ବୃହତ ବିମାନ ପରିବହନକାରୀ ୟୁଏସଏସ ଆବ୍ରାହମ ଲିଙ୍କନ ସମେତ ମୋଟ ୩୮ ଯୁଦ୍ଧ ଜାହାଜ, ତିନୋଟି ବୁଡ଼ାଜାହାଜ, ୩୦ ରୁ ଅଧିକ ୟୁଏଭି, ୧୭୦ ସାମରିକ ବିମାନ ଏବଂ ୨୫ ହଜାର ସୈନିକ ଅଂଶଗ୍ରହଣ କରିଛନ୍ତି।

ରିମ୍‌ପ୍ୟାକ୍‌ରେ ଅଂଶଗ୍ରହଣ କରୁଥିବା ଦେଶ ମଧ୍ୟରେ ୧୧ ଟି ଦେଶ ଏସିଆର, ପାଞ୍ଚଟି ୟୁରୋପର, ଚାରିଟି ଦକ୍ଷିଣ ଆମେରିକାର, ତିନିଟି ଉତ୍ତର ଆମେରିକାର ଏବଂ ତିନୋଟି ଦେଶ ଓସେନିଆର। ପ୍ରମୁଖ ଦେଶ ମଧ୍ୟରେ ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ଜାପାନ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ମାଲେସିଆ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ, ଥାଇଲାଣ୍ଡ, ମେକ୍ସିକୋ ଏବଂ ପେରୁ ଏଥିରେ ଯୋଗଦେଇଛନ୍ତି। ଆଇଏନଏସ ସତପୁରା, ଭାରତୀୟ ନୌସେନାର ଏକ ଗାଇଡ ମିସାଇଲ ଫ୍ରିଗେଟ ଏବଂ ଅନୁସନ୍ଧାନ ବିମାନ ପି-୮-ଆଇ ଏଥିରେ ଅଂଶଗ୍ରହଣ କରିଛି। ସୂଚନାଯୋଗ୍ୟ ଯେ ପି-୮-ଆଇ ବିମାନ ମଧ୍ୟ ଆଣ୍ଟି-ସବମେରାଇନ ଯୁଦ୍ଧରେ ପାରଙ୍ଗମ। ଏହା ବ୍ୟତୀତ ଭାରତ, ଆମେରିକା, ଜର୍ମାନୀ ଏବଂ ଦକ୍ଷିଣ କୋରିଆର ସ୍ବତନ୍ତ୍ର କମାଣ୍ଡୋ ବାହିନୀ ମଧ୍ୟ ଏହି ଅଭ୍ୟାସରେ ଭାଗ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri