ଘରେ ଅର୍ଥାଭାବ, ସ୍ତ୍ରୀସ୍ବାମୀ ଭିତରେ ମତଭେଦ ଲାଗି ରହୁଛି କି? ଏଭଳି ଉପାୟରେ କର୍ପୂର ବ୍ୟବହାର କରି ଦେଖନ୍ତୁ ପରିଣାମ

ସାଧାରଣତଃ କର୍ପୁରର ବ୍ୟବହାର ପୂଜା ସମୟରେ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ କର୍ପୂର ଘରେ ଥିବା ନକରାତ୍ମକ ଶକ୍ତିକୁ ଶେଷ କରିଥାଏ। ଏହାଦ୍ୱାରା ପରିବାରରେ ହସଖୁସିର ପରିବେଶ ଥାଏ। କେବଳ ଏତିକି ନୁହେଁ କର୍ପୂର ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ କାରିଗର ବୋଲି କୁହାଯାଇଥାଏ। ଆସନ୍ତୁ ଜାଣିବା କିଭଳି ଭାବେ ବ୍ୟବହାର କଲେ କର୍ପୂର ଜୀବନର ଅନେକ ସମସ୍ୟାରୁ ମୁକ୍ତି ଦେଇପାରିବ…

ଚାକିରି ନଚେତ ବ୍ୟବସାୟରେ ଉପରକୁ ଉଠିବାକୁ ଚାହୁଁ୍‌ଥିଲେ ପ୍ରତିଦିନ ରାତିରେ ସବୁକାମ ଶେଷ କରି ଏକ ସଫା ଜାଗାରେ ଗିନାରେ ଲବଙ୍ଗ ଏବଂ କର୍ପୂର ରଖି ଜଳାନ୍ତୁ। ଏପରି କଲେ ଘର ତଥା ପରିବାର ସଦସ୍ୟମାନେ ଉପରକୁ ଉଠିଥାନ୍ତି।

ଘରର ବାସ୍ତୁଦୋଷ ଦୂର କରିବା ପାଇଁ ସମସ୍ତ କୋଠରୀରେ କିଛି କର୍ପୂର ଖଣ୍ଡ ରଖିଦିଅନ୍ତୁ। ଏହା ତରଳିଗଲେ ତା ସ୍ଥାନରେ ଆଉ କିଛି ଖଣ୍ଡ ରଖନ୍ତୁ। ଏଭଳି କରିବା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ।

ପ୍ରତ୍ୟେହ ସକାଳେ-ସନ୍ଧ୍ୟାରେ କର୍ପୂରକୁ ଦେଶୀ ଘିଅରେ ବୁଡ଼ାଇ ଜଳାନ୍ତୁ। ଏହାକୁ ଘରର ଚାରିଆଡେ ବୁଲାନ୍ତୁ ।ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

ଯଦି କଠିନ ପରିଶ୍ରମ ପରେ ବି କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ ତେବେ ଏକ ଗିନାରେ ନିୟମିତ ଭାବେ ଲବଙ୍ଗ ଓ କର୍ପୂର ଜଳାଇ ଘରସାରା ବୁଲାନ୍ତୁ। ଏହାଦ୍ୱାରା ଅଟକିଥିବା କାମ ଶେଷ ହେବ।

ଧନହାନୀ ହେଉଥିଲେ ନଚେତ ଟଙ୍କା ସଞ୍ଚୟ କରିପାରୁ ନ ଥିଲେ ରାତିରେ ରୂପା ଗିନାରେ କର୍ପୂର-ଲବଙ୍ଗ ରଖି ଜଳାନ୍ତୁ। ଯଦି ରୂପା ଗିନା ନ ଥାଏ ତେବେ ଷ୍ଟିଲ ଗିନାରେ ଏଭଳି ପ୍ରତ୍ୟେହ କରିପାରିବେ। ଏଭଳି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।

ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲେ ସ୍ତ୍ରୀ ରାତିରେ ଶୋଇବା ପୂର୍ବରୁ କିଛି କର୍ପୂର ନେଇ ସ୍ବାମୀଙ୍କ ତକିଆ ତଳେ ରଖିଦିଅନ୍ତୁ। ସକାଳେ କାହାକୁ କିଛି ନ କହି ଜଳାଇଦିଅନ୍ତୁ। ଏଭଳି କଲେ ପରସ୍ପର ମଧ୍ୟରେ ଶାନ୍ତି ଫେରି ଆସିବ। ଭଲପାଇବା ବୃଦ୍ଧି ପାଇବ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଅଗ୍ନିକୋଣ ଅର୍ଥାତ ଦକ୍ଷିଣପୂର୍ବ କୋଣରେ ପ୍ରତ୍ୟେହ କର୍ପୂର ଜଳାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରକରଣା

ଏକ କପ୍‌ ପଇଡ ପାଣିରେ ଦୁଇଟି ବ୍ରେଡ ଓ ଏକ ଚାମଚ ଚିନି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହି ମିଶ୍ରଣକୁ ଇଡ୍‌ଲି ମିଶ୍ରଣରେ ମିଶାଇଲେ...

ବିବାହରେ ହେଉଛି କି ବିଳମ୍ବ, ଏମିତି କଲେ ମିଳିବ ଉତ୍ତମ ଜୀବନସାଥୀ

ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି...

ଏହି ୫ ଭୁଲ୍‌ କରୁଛନ୍ତି କି, ହୋଇଯିବେ ବରବାଦ: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ..

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ...

କ୍ଲଷ୍ଟର ବୋମା କ’ଣ ଜାଣନ୍ତି କି?

ଓ୍ବାଶିଂଟନ,୭ା୭: କ୍ଲଷ୍ଟର ବୋମା ହେଉଛି ଏକ ଅସ୍ତ୍ର ଯାହାକୁ ଯେତେବେଳେ ବାୟୁରେ ଛାଡ଼ି ଦିଆଯାଏ, ସେ ଅନେକ ଛୋଟ ବୋମା ଛାଡ଼ିଥାଏ। ଏହି ଛୋଟ ବୋମା...

ରତ୍ନଗର୍ଭା ସାଗର

ପୃଥିବୀର ଜୀବଜଗତରେ ଉଦ୍ଭବ ବୃଦ୍ଧିରେ ସାଗର ଓ ମହାସାଗରଗୁଡ଼ିକର ଅନନ୍ୟ ଅବଦାନ ରହିଛି। ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହ କିମ୍ବା ଉପଗ୍ରହରେ ଜଳୀୟ ସାଗର...

ଅକାଳ ବାର୍ଦ୍ଧକ୍ୟଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ…

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି।...

ଏହାକୁ ଖାଇଲେ ହେବନି କରୋନା…

ଲଣ୍ଡନ,୨୧।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଭିଟାମିନ୍‌ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି...

ବ୍ଲସର ସିଲେକ୍ସନ

ମେକ୍‌ଅପ୍‌ରେ ବ୍ଲସର ଭୂମିକା ମୁଖ୍ୟ। କାରଣ ଏହା ମେକ୍‌ଅପ୍‌କୁ ଆହୁରି ଆକର୍ଷଣୀୟ କରିଥାଏ। ତେବେ ଏହାର ଚୟନ ବେଳେ ତ୍ୱଚାର ରଙ୍ଗ ଏବଂ ପ୍ରକାରଭେଦ ପ୍ରତି...

Advertisement
Archives

Model This Week