Posted inଜାତୀୟ

ୟୁଜରଙ୍କ ଗୋପନୀୟତା ସର୍ବୋପରି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୫।୨: ୟୁଜରଙ୍କ ଗୋପନୀୟତା ନେଇ ଫେସ୍‌ବୁକ୍‌ ଏବଂ ହ୍ବାଟସ୍‌ ଆପ୍‌କୁ ସୁପ୍ରିମ୍‌କୋର୍ଟ ଭର୍ସନା କରିଛନ୍ତି। ୟୁଜରଙ୍କ ଗୋପନୀୟତା ସର୍ବୋପରି। ଏଥିରେ ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ। ହ୍ବାଟସ୍‌ ଆପ୍‌ର ନୂଆ ଗୋପନୀୟତା ନୀତି ଯୋଗୁ ହୋଇଥିବା ବିବାଦର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଏଭଳି କହିଛନ୍ତି। ଫେସ୍‌ବୁକ୍‌ ଓ ହ୍ବାଟସ୍‌ ଆପ୍‌ ୨ ଅବା ୩ ଟ୍ରିଲିୟନ୍‌ର କମ୍ପାନୀ ହୋଇ ଥାଇପାରନ୍ତି। ତେବେ ୟୁଜରଙ୍କ ଗୋପନୀୟତା ବଜାୟ ରଖିବା ଅତ୍ୟାବଶ୍ୟକ। ସୋମବାର ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ୟୁଜରଙ୍କ ମେସେଜ୍‌ ପଢ଼ାଯାଉ ନ ଥିବା ନେଇ ଫେସ୍‌ ବୁକ୍‌ ଏବଂ ହ୍ବାଟସ୍‌ ଆପ୍‌ ଲିଖିତ ଭାବେ ସେମାନଙ୍କର ଉତ୍ତର ଦାଖଲ କରନ୍ତୁ। ସେହିପରି ଭାରତ ଏବଂ ୟୁରୋପରେ ଗୋପନୀୟତା ନୀତିକୁ ନେଇ ଭିନ୍ନ ଭିନ୍ନ ମାନଦଣ୍ଡ ଗ୍ରହଣ କରାଯାଇଥିବାରୁ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ବୋଲି କୋର୍ଟ ସୂଚନା ଦେଇଛନ୍ତି। ଭାରତରେ ଆଗାମୀ ଦିନରେ ତଥ୍ୟ ସୁରକ୍ଷା ଆଇନ ପ୍ରଣୟନ କରାଯିବ। ତେବେ ଏହା ପୂର୍ବରୁ ହ୍ବାଟସ୍‌ ଆପ୍‌ ଅପେକ୍ଷା ନ କରି ନିଜସ୍ବ ଗୋପନୀୟତା ନୀତି ଲାଗୁ କରିସାରିଛି। ସୂଚନାଯୋଗ୍ୟ, ୨୦୧୬ରେ ହ୍ବାଟସ୍‌ ଆପ୍‌ ପକ୍ଷରୁ ଅଣାଯାଇଥିବା ଗୋପନୀୟତା ନୀତି ନେଇ ୟୁଜରଙ୍କ ତଥ୍ୟ ସୁରକ୍ଷା ପାଇଁ ଭାରତ ସରକାର କେଉଁ ପ୍ରକାର ଆଇନ ପ୍ରଣୟନ କରିବେ ତାହାର ଉତ୍ତର କେନ୍ଦ୍ର ସରକାରଙ୍କଠାରୁ ସୁପ୍ରିମ୍‌କୋର୍ଟ ଲୋଡ଼ି ସାରିଛନ୍ତି। ଏହା ଉପରେ ସରକାର ନିଜସ୍ବ ମତ ଉପସ୍ଥାପନ କେବେ କରିବେ ତାହାକୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ, ଲାଞ୍ଚ ନେଇଥିବା ବେଳେ ଧରାପଡିଲେ

ମହାକାଳପଡ଼ା,୧୮।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ…

ଶେଷ ହେବ ଗ୍ରୀଷ୍ମର ଯନ୍ତ୍ରଣା: ହେଲାଣି ପ୍ରବଳ ବର୍ଷା; ମାତ୍ର ୮ ଦିନ ମଧ୍ୟରେ ଦେଶରେ ପ୍ରବେଶ କରିବ ମୌସୁମୀ

ନୂଆଦିଲ୍ଲୀ,୧୮।୫: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଦକ୍ଷିଣ ଅଞ୍ଚଳରେ ବାୟୁମଣ୍ଡଳୀୟ ସଞ୍ଚାଳନ…

କେନ୍ଦୁଝରରେ ଚାଞ୍ଚଲ୍ୟ, ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ଭତ୍ତା ଟଙ୍କା

କେନ୍ଦୁଝର,୧୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବାଉରୀ ପଦା ପଞ୍ଚାୟତର ପିଇଓଙ୍କ ଠାରୁ ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫାଙ୍କା ଗୁଳି ଚାଳନା କରି…

ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ, ୨୦ରୁ ଉର୍ଦ୍ଧ୍ବ ଅଟକ

ହାଟଡିହୀ/ଛେନାପଦୀ,୧୮।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପୋଲିସ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଅଭିଯାନ ଆରମ୍ଭ କରିଛି…

କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ? ବଡ଼ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,୧୮।୫: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ  । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ବାଂଲାଦେଶରେ ମିଳିମିଳାରେ ୪୫୦ ଶିଶୁଙ୍କ ମୃତ୍ୟୁ; ୟୁନୁସ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୮।୫: ମାର୍ଚ୍ଚ ମାସରୁ, ବାଂଲାଦେଶରେ ମିଳିମିଳା ରୋଗରେ ୪୫୦ ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି, ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା…

ଯାନ୍ତ୍ରିକ ମାୟାଜାଲ

ଆଧୁନିକ ସଭ୍ୟତାର ଏକ କ୍ଷୁଦ୍ର ଯନ୍ତ୍ର ଆଜି ମାନବ ସମାଜର ଜୀବନଶୈଳୀକୁ ଏମିତି ବଦଳାଇ ଦେଇଛି ଯେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମର ପ୍ରତିଟି ପଦକ୍ଷେପ ମୋବାଇଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri