ପର୍ବପର୍ବାଣିର ଉପଯୋଗୀ ଗଛପତ୍ର

ସାରଦା ପ୍ରସାଦ କର

 

ଦୂବଠାରୁ ଦେବଦାରୁ, ନିମ୍ବ, ଆମ୍ବ, ରମ୍ଭା(କଦଳୀ), ନଡ଼ିଆ, ଅଳସୀ, ତୁଳସୀ, ଶାଳ, ପଣସ, କାଇଁସର(କାଇଁଚ), କୁଶ, ବାଉଁଶ, ବେତ ଆଦି ଗୁଳ୍ମଠାରୁ ଗଛ ଓ ଏସବୁର ପତ୍ର ଆମ ଓଡ଼ିଆ ପର୍ବ-ପର୍ବାଣି ପରମ୍ପରାର ପ୍ରାଚୀନ ଅଂଶବିଶେଷ। ଦୂବ, ବରକୋଳି ପତ୍ର ଆମେ ସଂଗ୍ରହ କରି ଓଷା ନୀତି ସମ୍ପନ୍ନ କରୁ। ବେଣ୍ଟି ଲଗା ଶୁକ୍ଳ ଧାନ କ୍ଷେତରୁ, କଣ୍ଟେଇକୋଳି ଡାଳ କାହା ବାଡ଼ିରୁ, ଆଉ କିଛି ଧଳାଫୁଲ ହେଲେ ଲକ୍ଷ୍ମୀ ପୂଜାର ଅଧା ସାମଗ୍ରୀ ହୋଇଗଲା। ପ୍ରସାଦ ଭିତରେ ଶ୍ରୀଫଳ, କଦଳୀ ଆଉ ଗୁଡ଼ ମୁଖ୍ୟ। ହଳଦୀ ପତ୍ରରେ ଏଣ୍ଡୁରି ପିଠାର ଅଥାର ମଗୁଶିରର ଶୁକ୍ଳ ଅଷ୍ଟମୀକୁ ବାସ୍ନାୟିତ କରିଛି, ଘରର ଜ୍ୟେଷ୍ଠଙ୍କୁ ଇଷ୍ଟ ସହ ଯୋଡ଼ିଛି।
ଷଠୀ ପୂଜା ଓଡ଼ିଆ ଧର୍ମୀୟ ଚେତନାର ଅଂଶ ବିଶେଷ। ଭାଦ୍ରବ ମାସରେ ଏହି ଷଷ୍ଠୀ ଦିବସ ଏକ ପ୍ରାଚୀନ ବିଧି। ମା’ଙ୍କ ଉଦ୍ଦେଶ୍ୟରେ ସମର୍ପିତ ବାଉଁଶ ପତ୍ର, ସାରୁ ଗଛ, ବଜ୍ରମୂଳି, ଗର୍ଭଣା ଡାଳ ଆଉ ଧାନଗଛକୁ ଦେହ ଛୁଆଇଁ ଏକ ନୀରୋଗ ଜୀବନର କାମନା କରାଯାଏ। ସେହିଭଳି ଗର୍ଭଣା ଡାଳର ଉପଯୋଗ ଗର୍ଭଣା ସଂକ୍ରାନ୍ତିରେ କରାଯାଏ। ଧାନ ବିଲରେ ଗର୍ଭଣା ଡାଳ ପୋତି କ୍ଷୀର, ଗୁଡ଼ ଓ ଅରୁଆ ଚାଉଳ ସମର୍ପଣ କରି ବିଶ୍ୱାସ କରାଯାଏ ଯେ ଏହି ଦିନରୁ ଧାନ ଗର୍ଭରେ ବିଜ ମଜଭୁତ ହବା ଆରମ୍ଭ ହେବ। ସେହିଭଳି ସଜନା ଶାଗ ଶରୀରର ଶକ୍ତି ପ୍ରଦାୟକ । ପୂଜା ପର୍ବାଣିରେ କଳସଟିଏ ଶୁଭ ଗଣେଶ ବସାଯାଏ। ତହିଁରେ ଜଳ, ଅକ୍ଷତ ଗୁଆ ଓ ଉପରେ ଆମ୍ବଡାଳ ଦେବାର ବିଧି ରହିଛି। ପୂଜା ମଣ୍ଡପ କିମ୍ବା ଗୃହ ସମୀପ ଫାଟକ ଦୁଇପାର୍ଶ୍ୱରେ ଦୁଇଟି କଦଳୀ ଗଛ ପୋତି ଦେଲେ ତାହା ଈଶ୍ୱରଙ୍କ ଅଧିଷ୍ଠାନ ହୋଇଯାଏ ବୋଲି ବିଶ୍ୱାସ। ଉଭୟ କଦଳୀ ଓ ଆମ୍ବ ଦେବଗୁରୁ ବୃହସ୍ପତିଙ୍କ ସାଂକେତିକ ଉପସ୍ଥାନ ବୋଲି ଧରି ନିଆଯାଏ।
ବେଲ ଆଉ ତୁଳସୀ ଗଛର ସବୁ ଅଂଶ ଦେବଦୁର୍ଲଭ। ତୁଳସୀ ପ୍ରତିଟି ହିନ୍ଦୁର ଘର ସମ୍ମୁଖରେ ଆଶୀର୍ବାଦ ପ୍ରାପ୍ତି ଉଦ୍ଦେଶ୍ୟରେ ପ୍ରତିରୋପିତ ଆଉ ନିତ୍ୟ ପୂଜିତ। ତୁଳସୀ ସେବନ ବିଧି ବା ନିୟାମକ ତୁଳସୀ ପୁରାଣରେ ଉଲ୍ଲେଖିତ। ତ୍ରିଶାଖା ବେଲପତ୍ର ଶିବ ମସ୍ତକରେ ଲାଗିହୁଏ। ଏହି ତ୍ରିଶାଖା ପତ୍ର ତିନିଲୋକ ସ୍ବର୍ଗ-ମର୍ତ୍ତ୍ୟ-ପାତାଳର ପ୍ରତୀକ, ତ୍ରିଶକ୍ତି ମହାକାଳୀ-ମହାଲକ୍ଷ୍ମୀ-ମହାସରସ୍ବତୀଙ୍କ ପ୍ରତୀକ। ପିପ୍ପଳ ବା ଅଶତ୍ଥ ଗଛକୁ ମଧ୍ୟ ମାତା ଲକ୍ଷ୍ମୀ ଲୟରେ ଜଳ ଦେଇ ଦୀପାଳି ଜଳାନ୍ତି।
ଓଡ଼ିଶାର ପୁରପଲ୍ଲୀରେ ବର-ଓସ୍ତ ଗଛ ଏକାଠି ଲାଗି ସେହିଠାରେ ମଣିଷ ଭଳି ସେମାନଙ୍କ ବିବାହ ଉତ୍ସବ ସମ୍ପନ୍ନ ହୁଏ। ମଣିଷଠାରୁ କେଇଗୁଣା ଅଧିକ ବୟସ ବଞ୍ଚି ରହୁଥିବା, ଶୀତଳ ଛାୟା ସହ ଅଶ୍ୱତ୍ଥ ଗଛରୁ ପ୍ରଚୁର ମାତ୍ରାରେ ଅମ୍ଳଜାନ ମିଳୁଥିବାରୁ ପୂର୍ବଜଗଣ ବର-ଓସ୍ତ ଲଗେଇ ପରିବେଶକୁ ପ୍ରକୃତି ସନ୍ତୁଳନ ରଖୁଥିଲେ। ସେହିପରି ତୁଳସୀ ଚାରା ଅଙ୍ଗାରକ ଶୋଷଣ ଓ ପ୍ରଚୁର ମାତ୍ରାରେ ଅମ୍ଳଜାନ ନିଃସରଣ ଦାୟୀ ହୋଇଥିବାରୁ ଘର ଆଗ ବୃନ୍ଦାବତୀ ଚଉରାରେ ତୁଳସୀ ଗଛ ରଖି ଘରର ପରିବେଶକୁ ସନ୍ତୁଳିତ ରଖୁଥିଲେ। ଆମ ପୂର୍ବଜମାନେ ପର୍ବପର୍ବାଣିରେ ଗଛପତ୍ରର ଉପଯୋଗ କରି ସେମାନଙ୍କ ବୈଜ୍ଞାନିକ ଦୃଷ୍ଟିକୋଣ ସୁନିଶ୍ଚିତ କରିଥିଲେ। ତାଳପତ୍ର କିମ୍ବା ବେତ ବାଉଁଶିଆ ପସରାରେ ଭୋଗ ସାମଗ୍ରୀ, କାଇଁଚ ବୁଣା ଡାଲାରେ ଫୁଲ, ସ୍ବତନ୍ତ୍ର ପୂଜାଲାଗି କୁଶ ଆସନ କିମ୍ବା ପୁରୋହିତଙ୍କ ସଂକଳ୍ପ କାଳରେ କୁଶ ବଟୁ ଆମ ଦେବ ସେବା ପଦ୍ଧତିର ଅଂଶବିଶେଷ।
ଅଧିକାଂଶ ଅଧିବାସୀଙ୍କ ନୈବେଦ୍ୟ ଶାଳପତ୍ରରେ ସମର୍ପଣ ହୁଏ। ଅମୃତଭଣ୍ଡା, ମକା, କନ୍ଦ, ମାଣ୍ଡିଆ, ଅଦା, ହଳଦୀ ଆଦି ଉପରେ ନିର୍ଭର କରି ଜୀବନ ଧାରଣ ମାନ ବଢ଼ାଇବା ପ୍ରୟାସ କରେ। ହଳଦୀ କ୍ଷେତକୁ ଶକ୍ତିର ପ୍ରତୀକ ମାଆ ମନେକରେ। ଶାଳ ଗଛର ଅନ୍ୟ ନାମ ଆଞ୍ଚଳିକ ଭାଷାରେ ସରଗୀ ହେତୁ ଓଡ଼ିଶା, ଅବିଭକ୍ତ ବିହାର ଓ ମଧ୍ୟ ଭାରତୀୟ ଜଙ୍ଗଲୀ ଆଦିବାସୀମାନେ ଫସଲ ଉତ୍ପାଦନ ଋତୁ (ପୌଷ ମାଘ ମାସ) ବେଳକୁ ସର୍ଗିଫୁଲ ମହୋତ୍ସବ ପାଳନ କରନ୍ତି। ଗୋଟିଏ କ୍ଷେତର ଉତ୍ପାଦନ କ୍ଷମତା ହ୍ରାସ ହେଲାପରେ ଅନ୍ୟ ଏକ ଜାଗାରେ ଫସଲ କରାଯାଏ। ଶାଳଗଛର ରାସାୟନିକ ସମ୍ପୃକ୍ତି ଯୋଗୁ ପୂର୍ବ ବା କ୍ଷେତଟି ଦୁଇ ବର୍ଷ ଭିତରେ ତା’ର ପୂର୍ବ କ୍ଷମତା ଫେରିପାଏ ବୋଲି ପରମ୍ପରା ରହିଛି।
କୋରାପୁଟ ଲମତାପୁଟ ଅଞ୍ଚଳର ଗଡ଼ବା ଆଦିବାସୀମାନେ ଧରଣୀ ମା’କୁ ବାସମତି ଓ ସେଠାକାର ଜଙ୍ଗଲକୁ ବନଦେବତା ଭାବରେ ପୂଜା କରନ୍ତି। କୀଟନାଶକ ଭାବରେ କରଡ଼ା ପତ୍ରକୁ ଗୁଣ୍ଡ କରି ଫସଲରେ ପ୍ରୟୋଗ କରିଥାନ୍ତି। ସର୍ପାଘାତରେ ପୁରୁଣୀ ଚାରା ବାଟି ଆଉ ପୋକଶୁଙ୍ଗା ପତ୍ରକୁ କୁଣ୍ଡିଆ, ଫୋଟକା ଓ ରକ୍ତସ୍ରାବ ଜାଗାରେ ଲଗେଇଥାନ୍ତି। ସୀତାଫଳ ପତ୍ର ଚୂନା କରି ଉକୁଣି ମରା ଶାମ୍ପୂ ଭାବରେ ପ୍ରୟୋଗ କରନ୍ତି। ଲାଜକୁଳି ଲତାଠାରୁ ଅପମାରଙ୍ଗ (ଜର ପାଇଁ) ଆଦିବାସୀ ଜୀବନଶୈଳୀରେ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ଅବଦାନ ଭାବରେ ପରିଗଣିତ। ଏଭଳି ଜୀବନ ରକ୍ଷାକାରୀ ଗଛସବୁ ସେମାନଙ୍କ ଧର୍ମୀୟ ଧାରଣା ଓ ପର୍ବପର୍ବାଣି ସହ ସମ୍ପର୍କିତ।
ଆମ ଚାରି ପାଖରେ ପ୍ରକୃତିର ନିଃସର୍ତ୍ତ ତଥା ମୁକ୍ତ ଅବଦାନ ଭାବରେ ପାଇଛୁ, ତାହାର ସୁରକ୍ଷା ଆବଶ୍ୟକ। ବେଦରେ ବର୍ଣ୍ଣିତ- ଦଶହ୍ରଦୋ ସମା ପୁତ୍ରୋ, ଦଶ ପୁତ୍ରୋ ସମୋ ଦ୍ରୁମଃ। ଦଶଟି ପୁଷ୍କରିଣୀ ସମ ଗୋଟିଏ ପୁତ୍ର ଆଉ ଦଶଟି ପୁତ୍ର ସମ ଗୋଟିଏ ବୃକ୍ଷ। ବିଷ୍ଣୁ ସହସ୍ରନାମରେ ଉଦୁମ୍ବର ବା ଡିମିରି, ଅଶ୍ୱତ୍ଥ, ଅଶୋକ ଓ ବଟ ଆଦିଙ୍କୁ ସାକ୍ଷାତ ବିଷ୍ଣୁ ଭାବେ ବର୍ଣ୍ଣନା କରାଯାଇଛି। ଉଦୁମ୍ବରକୁ କଳିଯୁଗରେ ବଟ ବୃକ୍ଷ ସମ ପବିତ୍ର ମନେକରାଯିବାର ଏକ ବଳିଷ୍ଠ କାରଣ ରହିଛି। ଉଭୟ ବୌଦ୍ଧ ଓ ହିନ୍ଦୁ ଧର୍ମାବଲମ୍ବୀ ଉଦୁମ୍ବରକୁ ପବିତ୍ର ବୃକ୍ଷ ବିବେଚନା କରନ୍ତି।
ଜମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର
ମୋ: ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri