ବର୍ଷାଦିନେ ଲଗାନ୍ତୁ ନିମ୍ବପତ୍ର

ବର୍ଷାଦିନେ ତ୍ୱଚାର ବିଭିନ୍ନ ସମସ୍ୟା ଦୂରକରି ସୁନ୍ଦରତା ବଢ଼ାଇବା ପାଇଁ ନିମ୍ବପତ୍ର ବ୍ୟବହାର କରନ୍ତୁ।

-ତ୍ୱଚାରେ ଥିବା କଳାଦାଗ ଦୂରକରିବା ପାଇଁ ନିମ୍ବପତ୍ରରେ ଟୋନର ତିଆରି କରିପାରିବେ। ଏଥିପାଇଁ ନିମ୍ବପତ୍ରକୁ ପାଣିରେ ଭଲଭାବେ ସିଝାଇ ଦିଅନ୍ତୁ। ଥଣ୍ଡା ହେବା ପରେ ତୁଳାରେ ଏହି ପାଣିକୁ ରାତିରେ ମୁହଁରେ ଲଗାନ୍ତୁ।
-ନିମ୍ବ ଫେସ୍‌ ପ୍ୟାକ୍‌ ଲଗାଇ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇପାରିବେ। ଏଥିପାଇଁ ନିମ୍ବପତ୍ରକୁ ବାଟି ସେଥିରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଏହି ଫେସ୍‌ ପ୍ୟାକ୍‌କୁ ମୁହଁରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ତା’ପରେ ଧୋଇଦିଅନ୍ତୁ।
-ତ୍ୱଚାରେ ବ୍ରଣ ନ ହେବା ପାଇଁ ବି ନିମ୍ବପତ୍ରକୁ ଲଗାଇପାରିବେ। ନିମ୍ବପତ୍ରକୁ ବାଟି ସେଥିରେ ହଳଦୀ ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରନ୍ତୁ। ଏହି ପ୍ୟାକ୍‌ ମୁହଁରେ ଲଗାଇ ୨୦ ମିନିଟ୍‌ ପରେ ଧୋଇଦିଅନ୍ତୁ। କିଛିଦିନ ପରେ ବ୍ରଣ ହେବ ନାହିଁ।
-ତ୍ୱଚା ଅତ୍ୟଧିକ ତୈଳାକ୍ତ ହୋଇଥିଲେ ନିମ୍ବପତ୍ର ପ୍ୟାକ୍‌ ଲଗାନ୍ତୁ। ଏହି ପ୍ୟାକ୍‌ ତିଆରି କରିବା ପାଇଁ ନିମ୍ବପତ୍ରକୁ ବାଟି ସେଥିରେ ମୁଲତାନୀ ମାଟି ଓ ମହୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଧୋଇଦିଅନ୍ତୁ। ଏହି ପ୍ୟାକ୍‌ ଲଗାଇଲେ କିଛିଦିନ ପରେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଚିମୁଟାଏ ଲୁଣ ବଦଳାଇ ଦେବ ଭାଗ୍ୟ, ଘରେ ରହିବନି ଟଙ୍କାର ଅଭାବ

ଲୁଣ ସହିତ ପ୍ରାୟ ସମସ୍ତେ ପରିଚିତ। ମାତ୍ର ଆପଣ କ’ଣ ଏହା ଜାଣନ୍ତି ଲୁଣ ଘରେ ନକାରାତ୍ମକ ଶକ୍ତି ଦୂର କରିଥାଏ। ବାସ୍ତୁ ଅନୁଯାୟୀ ଲୁଣ...

ସିଙ୍ଗାପୁର ବ୍ଲାକ୍‌ ପିପର ପ୍ରନ୍‌

ଚିଙ୍ଗୁଡ଼ି ଭିତରେ ରାଜା ଟାଇଗର ପ୍ରନ୍‌। ଚିଙ୍ଗୁଡ଼ି ଖାଉଥିବା ଲୋକଙ୍କର ଏହା ପ୍ରଥମ ପସନ୍ଦ। ଝୋଳ କରିବାଠୁ ନେଇ ଭାଜି ଖାଇବାର ସ୍ବାଦ ନିଆରା। ଟାଇଗର...

ସବୁ ଦୁଃଖର କାରଣ ହେଉଛି ପ୍ରେମ: ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ସ୍କିନ୍‌ ପାଇଁ ସେବତୀ

ଆପଣ ସେବତୀ ଫୁଲ ଦେଖିଥିବେ କିମ୍ବା ଜାଣିଥିବେ, ଯାହା ସ୍ବାସ୍ଥ୍ୟ ଏବଂ ତ୍ୱଚା ଲାଗି ବହୁତ ଉପକାରୀ। ସବୁପ୍ରକାର ସ୍କିନ୍‌ ପାଇଁ ଏହାକୁ ବ୍ୟବହାର କରିପାରିବେ।...

ଏହି କଥା ମାନିଲେ କେବେ ବି ରହବନି ଧନର ଅଭାବ

ମହାନ ପଣ୍ଡିତ, ଶିକ୍ଷକ, କୁଶଳୀ କୂଟନୀତିଜ୍ଞ, ରଣନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ମାନବ ଜୀବନ ସହ ଜଡ଼ିତ ସମସ୍ତ ଦିଗ ବିଷୟରେ...

ବାମନ ଗ୍ରହରେ ବସତି ଯୋଜନା

ସୌରମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ପାଞ୍ଚ ଲକ୍ଷରୁ ଅଧିକ କ୍ଷୁଦ୍ର ଜୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡ଼ିକୁ ଗ୍ରହାଣୁ ବା...

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ଉପାୟ ଆପଣାଉଛନ୍ତି। କିଏ ଓ୍ବର୍କ ଆଉଟ୍‌ କରୁଛି ତ ପୁଣି କିଏ ଡାଏଟିଂ। ହେଲେ ସକାଳୁ ଖାଲି ପାଦରେ...

ଇନ୍‌ଫେକଶନ କମାଏ ଲେମ୍ବୁପାଣି

ଲେମ୍ବୁପାଣିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହି ପାଣିରେ ଏଭଳି ତତ୍ତ୍ୱ ରହିଛି, ଯାହା ଇନ୍‌ଫେକଶନ ବା ସଂକ୍ରମଣ କମାଇବାରେ ଅନେକାଂଶରେ ସାହାଯ୍ୟ...

Advertisement
Archives

Model This Week