Posted inଫୁରସତ

ରେଷ୍ଟୁରାଣ୍ଟରେ ମାସ୍କ ଲଗାଇବାକୁ ମନାକଲେ ମହିଳା ଗ୍ରାହକ, ଓ୍ବେଟର ଛାଡିଦେଲେ ଚାକିରି, ଆଉ ତା ପରେ…

ମହାମାରୀ କରୋନା ପୁଣିଥରେ ସମଗ୍ର ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବଭଳି ସାମାଜିକ ଦୂରତା ଏବଂ ମାସ୍କର ଆବଶ୍ୟକତା ପଡ଼ୁଛି। ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ କରୋନା ଭୟରେ ସବୁବେଳେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ମଧ୍ୟ ବଜାୟ ରଖୁଛନ୍ତି। ମାତ୍ର ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମାସ୍କ ଲଗାଇବାକୁ ଉଚିତ୍‌ ମନେ କରୁ ନାହାନ୍ତି। ଖାଲି ସେତିକି ନୁହେଁ, ନିଜର ଅବହେଳା ପାଇଁ ସେମାନେ ଅନ୍ୟର ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି। ଏମିତି ଏକ ଘଟଣା ଏବେ ଟିକ୍‌ ଟକ୍‌ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି।
ଏହି ଭିଡିଓକୁ ଆମେରିକାର ବୋଲି ଜଣାପଡ଼ିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଦମ୍ପତି ରେଷ୍ଟୁରାଣ୍ଟରେ ପ୍ରବେଶ କରୁଛନ୍ତି। ଜଣେ ଓ୍ବେଟର ଆସି ସେମାନଙ୍କୁ ମାସ୍କ ପିନ୍ଧିବାକୁ କହୁଛନ୍ତି। ମାତ୍ର ମହିଳା ଗ୍ରାହକଜଣଙ୍କ ତାଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ଶେଷରେ ଓ୍ବେଟର ଅନୁରୋଧ କରି କହୁଛନ୍ତି, ଦୟାକରି ମାସ୍କ ପିନ୍ଧି ଦିଅନ୍ତୁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହେଲେ ମହିଳାଜଣଙ୍କ ଲିପ୍‌ଷ୍ଟିକ୍‌ ଲଗାଇଥିବାରୁ ମାସ୍କ ପିନ୍ଧିବାକୁ ମନା କରିଦେଲେ। ମାସ୍କ ଲଗାଇଲେ ତାଙ୍କର ଲିପ୍‌ଷ୍ଟିକ୍‌ ଖରାପ ହୋଇଯିବ ବୋଲି ସେ କହୁଛନ୍ତି। ଏ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟ ପର୍ଯ୍ୟନ୍ତ ଯୁକ୍ତତର୍କ ହେଉଛି। ଶେଷରେ ହୋଟେଲର ମ୍ୟାନେଜର ମଧ୍ୟ ଆସି ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି।
ଶେଷରେ ଓ୍ବେଟର ଜଣଙ୍କ ରାଗିଯାଇ ନିଜର ଆପ୍ରୋନ ବାହାର କରି କହୁଛନ୍ତି, ଆପଣଙ୍କ ପରି ଲୋକମାନେ ଅନ୍ୟର ଚାକିରିକୁ ଅସୁବିଧାରେ ପକାଉଛନ୍ତି। ସେ ମ୍ୟାଜେରଙ୍କୁ ନିଜର ଆପ୍ରୋନ ଦେଇ ସେଠାରୁ ଚାଲିଯାଉଛନ୍ତି। ଶେଷରେ ଉକ୍ତ ମହିଳା ଜଣଙ୍କ ନିଜର ଭୁଲ ବୁଝିପାରି ମାସ୍କ ଲଗାଉଛନ୍ତି। ଏହି ଭିଡିଓକୁ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଶେୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହୁଥିବା ପାର୍ଟନରଙ୍କ ଗଳା ଚିପିଦେଲେ ଯୁବତୀ: ୧୮ ଘଣ୍ଟା ପର୍ଯ୍ୟନ୍ତ ଘରେ ରଖିବା ପରେ ଘଟିଲା..

ନାସିକ,୧୮।୮: ନାସିକରେ ଜଣେ ମହିଳା ତାଙ୍କ ଲିଭ-ଇନ ପାର୍ଟନରଙ୍କ ଗଳା କାଟି ହତ୍ୟା କରି କସରା ଘାଟରେ ମୃତଦେହ ପକାଇ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ପୋଲିସ ମହିଳା…

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri