ଆତଙ୍କବାଦ ବିରୋଧରେ ଭାରତ କରିଛି ଭଲକାମ, ଆମେରିକା ସରକାରଙ୍କ ରିପୋର୍ଟରେ ପ୍ରଶଂସା

ୱାଶିଂଟନ,୨୮ ।୨: ଆମେରିକା ସରକାରଙ୍କ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତ ସରକାର ଆତଙ୍କବାଦ ବିରୋଧରେ ଭଲ କାମ କରିଛନ୍ତି । ରିପୋର୍ଟରେ କୁହାଯାଇଛି, ଭାରତ ଆତଙ୍କବାଦ ସଙ୍ଗଠନକୁ ଚିହ୍ନିବା, ଏହାକୁ ନଷ୍ଟ କରିବା ଓ ଆତଙ୍କବାଦ ଭଳି ବିପଦକୁ କମ କରିବା ଦିଗରେ ଭଲ କାମ କରିଛନ୍ତି । ଆମେରିକାର ବ୍ୟୁରୋ ଅଫ କାଉଣ୍ଟର ଟେରରିଜମର ରିପୋର୍ଟ ‘କଣ୍ଟ୍ରି ରିପୋର୍ଟସ ଅନ ଟେରରିଜମ ୨୦୨୧: ଭାରତ’ ଅନୁଯାୟୀ, ଭାରତରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କ୍ମଶୀର, ଉତ୍ତର ପୂର୍ବ ରାଜ୍ୟ, ମଧ୍ୟ ଭାରତର କିଛି ଅଞ୍ଚଳ ଆତଙ୍କବାଦ ପ୍ରଭାବିତ ।

ରିପୋର୍ଟରେ କୁହାଯାଇଛି କି ୨୦୨୧ରେ ଦେଖାଯାଇଛି କି ଆତଙ୍କବାଦୀ ସଙ୍ଗଠନ ସେମାନଙ୍କ ରାଜନୀତିରେ କିଛି ପରିବର୍ତ୍ତନ ଆଣିଛନ୍ତି । ଏବେ ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଓ ଡ୍ରୋନ ଏବଂ ଆଇଇଡି ଦ୍ୱାରା ବିସ୍ଫୋରଣ କରୁଛନ୍ତି ।
ରିପୋର୍ଟରେ ଦାବି କରାଯାଇଛି କି ୨୦୨୧ରେ ଜମ୍ମ-କଶ୍ମୀରରେ ୧୫୩ ଆତଙ୍କବାଦୀ ଆକ୍ରମଣ ହୋଇଛି, ଯେଉଁଥିରେ ୪୫ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି, ୩୬ ସାଧାରଣ ନାଗରିକଙ୍କ ଜୀବନ ଯାଇଛି ଓ ୧୯୩ ଆତଙ୍କବାଦୀଙ୍କ ସମେତ ମୋଟ ୨୭୪ ଲୋକଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ୨୦୨୧ରେ ଭାରତରେ ଆତଙ୍କବାଦ ପ୍ରଭାବିତ ଅଞ୍ଚଳରେ ସେମତି କିଛି ପରିବର୍ତ୍ତନ ହୋଇନାହିଁ । ଭାରତ ରାଜ୍ୟ ଓ କେନ୍ଦ୍ର ଶାସିତ ସ୍ତରରେ ଗୁଇନ୍ଦା ଏଜେନ୍ସିକୁ ମଜଭୁତ କରିଛି ।
ଭାରତର ବିଭିନ୍ନ ବନ୍ଦରରେ ସୁରକ୍ଷା ପାଇଁ ଏଣ୍ଟ୍ରିରେ ବାୟୋଗ୍ରାଫିକ ଓ ବାୟୋମେଟ୍ରିକ୍ସ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଏୟାରପୋର୍ଟରେ ଦ୍ୱିତୀୟଥର ଯାଞ୍ଚ ପାଇଁ ଏକ୍ସରେ ସ୍କ୍ରିନିଂ କରାଯାଇଛି । ଭାରତର ଯାଞ୍ଚ ଏଜେନ୍ସି ଏନଆଇଏ ଅସ୍ତ୍ରଶସ୍ତ୍ର ଚୋରା କାରବାର ଅଭିଯୋଗରେ ଏସ୍କର-ଏ-ତୋଏବା, ହରକତ ଉଲ ଜିହାଦି ଇସଲାମିକର ଆତଙ୍କବାଦୀଙ୍କୁ ସଜା ଦେଇଛି । ଏନଆଇଏ ସେପ୍ଟେମ୍ବର ୨୦୨୧ରେ ଆଇଏସଆଇଏସ ସହ ସମ୍ବନ୍ଧିତ ୩୭ ମାମଲାର ଯାଞ୍ଚ କରି ୧୬୮ ଲୋକଙ୍କୁ ଗିରଫ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri