ବିଲଡିଂରେ ଲଗାଇଲେ ନିଆଁ, ଲୋକେ ଦୌଡିବାରୁ ଚଳାଇଲେ ଆଖିବୁଜା ଗୁଳି: ୪ ମୃତ

ହୌଷ୍ଟନ,୨୯ ।୮: ସାମ୍ନାକୁ ଆସିଛି ଆମେରିକାର ହୌଷ୍ଟନରେ ହୋଇଥିବା ଭିନ୍ନ ଧରଣର ଗୁଳିକାଣ୍ଡ ସମ୍ପର୍କିତ ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ହୌଷ୍ଟନରେ ଜଣେ ବ୍ୟକ୍ତି ଏକ ବିଲଡିଂରେ ନିଆଁ ଲଗାଇ ଦେଇଥିଲେ । ଏହା ଦେଖିବା ପରେ ଲୋକେ ଘରୁ ବାହାରି ବାହାରକୁ ଦୌଡିବା ଆରମ୍ଭ କରିଥିଲେ । ଆଉ ଲୋକେ ଜୀବନ ବିକଳରେ ଦୌଡୁଥିବା ସମୟରେ ସେହି ଅଜ୍ଞାତ ବ୍ୟକ୍ତି ଜଣଙ୍କ ଦୌଡୁଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ଏଥିରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ହୌଷ୍ଟନ ପୋଲିସ ଚିଫ ଟ୍ରୟ ଫିନର କହିଛନ୍ତି. ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ଉପରକୁ ପୋଲିସ ଅଧିକାରୀମାନେ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି ।
ହୌଷ୍ଟନ ପୋଲିସ ଚିଫ ଟ୍ରୟ ଫାଇନର ପ୍ରେସ କନଫରେନ୍ସରେ କହିଛନ୍ତି ଆକ୍ରମଣକାରୀ ଖୁବ୍ ବିପଦପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ବିଲଡିଂରେ ନିଆଁ ଲଗାଇ ଦେଇଛନ୍ତି । ସେହି ସମୟର ବିଲଡିଂରେ ବହୁ ଲୋକେ ରହିଥିଲେ, ହେଲେ ନିଆଁ ଲାଗିବା ଦେଖି ଏମାନେ ବାହାରକୁ ଚାଲି ଆସିବା ସମୟରେ ଆକ୍ରମଣକାରୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଏମାନେ କେତେବେଳେ ବାହାରକୁ ଆସିବେ ତାକୁ ଅପେକ୍ଷା ରଖିଥିଲେ ଆକ୍ରମଣକାରୀ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ସେବା ଉପରେ କରୋନା ପ୍ରଭାବ: ଆସନ୍ତା ୬ ମାସରେ ୧୨ ଲକ୍ଷ ଶିଶୁଙ୍କ ହେବ ମୃତ୍ୟୁ

ଜେନେଭା,୧୩।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏପରି ସ୍ଥଳେ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଣ...

୧୨ ତାଲିବାନ୍‌ ଆତଙ୍କବାଦୀ ନିହତ: ୧୬ ସାଧାରଣ ଲୋକ ମୁକ୍ତ

କାବୁଲ,୨୦।୧୦: ଆଫଗାନିସ୍ତାନରେ ମିଳିତ ସୁରକ୍ଷାବଳଙ୍କୁ ଏନ୍‌ କାଉଣ୍ଟରରେ ୧୨ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଲିବାନ୍‌ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୧୬ ଜଣ ସାଧାରଣ...

୧୭ ଆମେରିକୀୟ ମିଶନାରୀଙ୍କୁ ଅପହରଣ…

ପୋର୍ଟ-ଓ-ପ୍ରିନ୍ସ୍‌,୧୭।୧୦: ହାଇତିରେ ୧୭ ଜଣ ଆମେରିକୀୟ ମିଶନାରୀଙ୍କୁ ଅପହରଣ କରାଯାଇଛି। ମାରଣାସ୍ତ୍ର ଧରି କିଛି ଅଜଣା ଲୋକ ଖ୍ରୀଷ୍ଟଧର୍ମର ମିଶନାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ...

ମୋଦି-ପୁଟିନ୍‌ ଆଲୋଚନା

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଫୋନ୍‌ ଯୋଗେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି...

କରୋନା ସହ ଲଢିବାକୁ ଆମେରିକାରେ ନେତୃତ୍ୱର ଅଭାବ ରହିଛି: ଓବାମା

ଓ୍ବାଶିଂଟନ,୧୭।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ଉପରେ ପରୋକ୍ଷରେ ପ୍ରଶ୍ନ...

ନୂଆ ରୂପ ନେବ ୭୫ ଭାରତୀୟ ଗ୍ରାମ

ଜେରୁଜେଲମ୍‌,୧୨।୫: ସ୍ବାଧୀନତାର ୭୫ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ୭୫ଭାରତୀୟ ଗ୍ରାମକୁ ଇସ୍ରାଏଲ୍‌ ସହଯୋଗରେ ନୂଆ ରୂପ ଦିଆଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ...

ହୋଇପାରିଲାନି ସାମୁଦ୍ରିକ ଜୀବନ ରକ୍ଷା ଚୁକ୍ତିନାମା

ଜାତିସଂଘ, ୨୮ା୮: ସାମୁଦ୍ରିକ ଜୀବନ ରକ୍ଷା ନିମନ୍ତେ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବାରେ ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନେ ବିଫଳ ହୋଇଛନ୍ତି। ୨...

ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କଲା ପାକିସ୍ତାନ

ଇସଲାମାବାଦ୍‌,୧।୬: ଦିଲ୍ଲୀ ପୋଲିସ ପକ୍ଷରୁ ପାକିସ୍ତାନ ଦୂତାବାସରେ ଭିଜା ସହାୟକ ଭାବେ କାର୍ଯ୍ୟ କରୁଥିବା ୨ ଅଧିକାରୀଙ୍କୁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା।...

Advertisement
Archives

Model This Week