ଭାରତ ଆସିବେ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ

ଓ୍ବାଶିଂଟନ,୨୬।୫: ଆମେରିକାର ପ୍ରତିରକ୍ଷା ବିଭାଗ ଇଣ୍ଡିଆନ ପାସିଫିକ ସୁକ୍ୟୁରିଟି ମାମଲାର ସହାୟକ ସଚିବ ଏଲି ରୈଟନର କହିଛନ୍ତି, ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଜୁନ ପ୍ରଥମ ସପ୍ତାହରେ ଭାରତ ଗସ୍ତରେ ଯିବେ। ସେ କହିଛନ୍ତି କି ଅଷ୍ଟିନ ଭାରତରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉପରେ ଚର୍ଚ୍ଚା କରିବେ। ସୂଚନାଯୋଗ୍ୟ, ଭାରତ ଓ ଆମେରିକା ଏବେ ଆଗ ଅପେକ୍ଷା ଅଧିକ ରାଜନୈତିକ ଭାବେ ଯୋଡି ହୋଇଛନ୍ତି।

ଏଲି ରୈଟନର୍‌ କହିଛନ୍ତି ଯେ ଆମେରିକାର ବ୍ୟବସ୍ଥାର ଶୀର୍ଷ ରାଜନ ରାଜନୈତିକ ନେତୃତ୍ୱରୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତ ସହିତ ଆମେରିକାର ପ୍ରତିରକ୍ଷା ସମ୍ପର୍କ ଏକ ପ୍ରମୁଖ ପ୍ରାଥମିକତା ଅଟେ। ୨୨ ଜୁନ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ସେ ପ୍ରମୁଖ ଘୋଷଣା କରିବେ ବୋଲି ସଙ୍କେତ ଦେଇଛନ୍ତି। ଭାରତର ସ୍ବଦେଶୀ ଦକ୍ଷତାକୁ ମଜବୁତ କରିବା ପାଇଁ ସୁରକ୍ଷା ପ୍ରଣାଳୀର ସହ-ଉତ୍ପାଦନ ଏବଂ ସହ-ବିକାଶ ପାଇଁ ସ୍ପଷ୍ଟ ସମର୍ଥନ ପ୍ରକାଶ କରିଥିଲେ।

ଆମେରିକାର ୪ର୍ଥ କ୍ୟାବିନେଟ ସ୍ତରୀୟ ସଚିବଙ୍କ ଗସ୍ତ
ଜାନୁଆରୀ ୨୦୨୧ରେ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରେ ଏହା ତାଙ୍କର ଦ୍ୱିତୀୟ ଗସ୍ତ ହେବ । ଏଥି ସହିତ ଏହା ଭାରତ-ପ୍ରଶାନ୍ତ ମହାସାଗରରେ ତାଙ୍କର ସପ୍ତମ ଗସ୍ତ ହେବ। ବର୍ତ୍ତମାନ ପାଇଁ, ଲୟଡ ଅଷ୍ଟିନ ଟୋକିଓ ଏବଂ ସିଙ୍ଗାପୁର ଯାତ୍ରା କରିବେ, ଯେଉଁଠାରେ ସେ ଶାଙ୍ଗ୍ରିଲା ସଂଳାପକୁ ସମ୍ବୋଧିତ କରିବେ। ଏହା ପରେ ସେ ୪ଜୁନରେ ଦିଲ୍ଲୀ ଫେରିିବେ। ଆମେରିକାର ପ୍ରତିରକ୍ଷା ସଚିବଙ୍କ ଗସ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ଅନୁଷ୍ଠିତ ହେଉଛି।

ଏହି ଗସ୍ତ ସମୟରେ ପ୍ରତିରକ୍ଷା ସହଯୋଗର ପ୍ରସଙ୍ଗଗୁଡିକ ମୁଖ୍ୟତଃ ଅନ୍ତର୍ଭୂକ୍ତ କରାଯିବ। ଚଳିତ ବର୍ଷ ଭାରତ ଗସ୍ତରେ ଆସିଥିବା ଅଷ୍ଟିନ ଆମେରିକାର କ୍ୟାବିନେଟ ସ୍ତରୀୟ ସଚିବ ଅଟନ୍ତି। ଏହାପୂର୍ବରୁ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ରାଜ୍ୟ ସଚିବ ଆଣ୍ଟୋନି ଜେ ବ୍ଲିଙ୍କେନ, ଟ୍ରେଜେରୀ ସଚିବ ଜାନେଟ ୟେଲେନ ଏବଂ ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋ ଭାରତ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୨୪ା୯: ଇଣ୍ଡୋନେସିଆରେ ଶନିବାର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ରୁ ଅଧିକ ଥିଲା। ହଠାତ୍‌ ସବୁକିଛି ଥରିବାରୁ ଲୋକେ ଭୟଭୀତ...

ଖାସୋଗିଙ୍କ ହତ୍ୟାରେ କ୍ରାଉନ୍‌ ପ୍ରିନ୍ସ ସମ୍ପୃକ୍ତ

ଜେନେଭା/ରିୟାଧ,୨୦ା୬ (ଏଏଫ୍‌ପି): ସୌଦି ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟାକାଣ୍ଡରେ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ସମ୍ପୃକ୍ତ ବୋଲି ବୁଧବାର ଜାତିସଂଘର ଜଣେ ବିଶେଷଜ୍ଞ ରିପୋର୍ଟ...

ଜି -୨୦ ବୈଠକ ବେଳେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଛି ପାକିସ୍ତାନ

ଇସଲାମାବାଦ,୨୦।୫: ଭାରତ ୨୨ ମେ’ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ କଶ୍ମୀରର ଶ୍ରୀନଗରରେ ଜି -୨୦ ବୈଠକ ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ଭାରତ ପକ୍ଷରୁ...

ଉତ୍ତର କୋରିଆରେ ଲେଦର ଜ୍ୟାକେଟ ପିନ୍ଧିବା ମହଙ୍ଗା ପଡିପାରେ

ପୋଙ୍ଗୟାଙ୍ଗ,୨୬ ।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ନିଜ ଦେଶର ଜନତାଙ୍କ ପାଇଁ ଏକ ଅଦ୍ଭୁତ ନିୟମ ଲାଗୁ କରିଛନ୍ତି ।...

୨୩୧ ବର୍ଷର ବନ୍ଧୁକ ସଂସ୍କୃତି, ନିୟନ୍ତ୍ରଣ କରିବାରେ ସରକାର ବିଫଳ…

ଓ୍ବାଶିଂଟନ,୧୮।୭ : ଆମେରିକାରେ ଗୁଳିକାଣ୍ଡ ଥମିବାର ନା ଧରୁନି। ଦେଶରେ ଜାରି ରହିଥିବା ବନ୍ଧୁକ ସଂସ୍କୃତି ଯୋଗୁ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ...

ପୃଥିବୀ ମୁହାଁ ଚାଇନା ରକେଟ ଭଗ୍ନାବଶେଷ, କେଉଁଠି ପଡ଼ିବ ସେନେଇ ଆତଙ୍କ…

ବେଜିଂ, ୨୬।୭ : ମହାକାଶରେ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଚାଇନା ନିକଟରେ ଲ୍ୟାବ ମଡ୍ୟୁଲ ଓ୍ବେଣ୍ଟିଆନ ଲଞ୍ଚ କରିଛି। ଲଙ୍ଗ...

ଗୁରୁଦ୍ୱାରାରେ ଗୁଳି ଚାଳନା, ୨ ଗୁରୁତର…

ଓ୍ବାଶିଂଟନ,୨୭।୩ : ଆମେରିକାର କାଲିଫର୍ନିଆର ସାକ୍ରାମେଣ୍ଟୋ କାଉଣ୍ଟିରେ ରବିବାର ବିଳମ୍ବିତ ରାତିରେ ଏକ ଗୁରୁଦ୍ୱାରାରେ ଗୁଳି ବିନିମୟ ହୋଇଥିବାର ଖବର ମିଳିଛି। ଖବର ଅନୁଯାୟୀ, ଏଠାରେ...

ଚାଇନା ସୋସିଆଲ ମିଡିଆରେ ଚନ୍ଦ୍ରୟାନ-୨ର ପ୍ରଶଂସା

ବେଜିଂ,୧୦।୯: ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ-୨ ଏବେ ତା’ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ସବୁ ଦେଶର...

Advertisement
Archives

Model This Week