ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ନେଇ ଚାଇନା ଚେତାବନୀର ଜବାବ ଦେଲା ଆମେରିକା…

ଓ୍ବାଶିଂଟନ/ବେଜିଂ,୪।୧ :ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ବଢୁଥିବା ମାମଲା ମଧ୍ୟରେ ବେଜିଂ ମଧ୍ୟ ସ୍ବୀକାର କରିଛି ଯେ କରୋନା ସଂକ୍ରମଣକୁ ଟ୍ରାକ କରିବା ଅସମ୍ଭବ ହୋଇପଡିଛି। ଜାତୀୟ ସ୍ବାସ୍ଥ୍ୟ ଆୟୋଗ ମଧ୍ୟ କରୋନାରୁ ମୃତ୍ୟୁ ସଂଖ୍ୟା ଦେବା ବନ୍ଦ କରି ଦେଇଛନ୍ତି। ଏହାର ଦାୟିତ୍ୱ ଚାଇନାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ (ସିଡିସି)କୁ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ଉପରେ କୋଭିଡ ପ୍ରତିବନ୍ଧକ ସମ୍ପର୍କରେ ଚାଇନା ଠାରୁ ଚେତାବନୀ ପାଇବା ପରେ ଆମେରିକା ମଧ୍ୟ ଏହାର ଜବାବ ଦେଇଛି। ଆମେରିକା ସ୍ପଷ୍ଟ କରିଛି ଯେ ଦେଶଗୁଡିକ ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଉଛନ୍ତି। ଚାଇନାରେ, କୋଭିଡ କଟକଣା କୋହଳ ପରେ ସଂକ୍ରମଣ ଗ୍ରାଫ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହା ପରେ ଅନେକ ଦେଶ ଚାଇନାର ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ।

ସେସବୁ ଦେଶ ମଧ୍ୟରେ ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଭାରତ, ଇସ୍ରାଏଲ, ମାଲେସିଆ, ମରୋକୋ, କତାର, ଦକ୍ଷିଣ କୋରିଆ, ତାଇୱାନ, ଜାପାନ ଏବଂ ୟୁରୋପୀୟ ୟୁନିଅନର ଅନେକ ଦେଶ ଅଛନ୍ତି। ଚାଇନ ଯାତ୍ରୀମାନଙ୍କୁ ବିମାନ ଯିବା ପୂର୍ବରୁ ସେମାନଙ୍କର କରୋନ ପରୀକ୍ଷା ରିପୋର୍ଟ ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବହୁ ସଂଖ୍ୟକ ଚାଇନା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ମୋରୋକୋ ମଧ୍ୟ ଚାଇନା ଯାତ୍ରୀଙ୍କୁ ଦେଶରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି।
ଏହି ପଦକ୍ଷେପକୁ ଚାଇନା ନିନ୍ଦା କରି ଏହାର ପ୍ରତିଶୋଧ ନେବାକୁ ମଧ୍ୟ ଧମକ ଦେଇଥିଲା। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଥିଲେ ଯେ କେତେକ ଦେଶ କେବଳ ଚାଇନା ଯାତ୍ରୀଙ୍କୁ ଟାର୍ଗେଟ କରି ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିରେ ବୈଜ୍ଞାନିକ ଆଧାରର ଅଭାବ ରହିଛି ଏବଂ ଏହିପରି ପଦକ୍ଷେପ ଗ୍ରହଣୀୟ ନୁହେଁ ବୋଲି ସେ କହଥିଲେ। ସେ କହିଥିଲେ ଚାଇନା ଏହି ଆଧାରରେ ମଧ୍ୟ ପ୍ରତିଶୋଧ ନେଇପାରେ। ଏହାର ଜବାବରେ ହ୍ବାଇଟ ହାଉସର ପ୍ରେସ ସଚିବ କେରିନ ଜାନ-ପିଆର କହିଛନ୍ତି ଯେ ନାଗରିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଥିବା ଦେଶମାନଙ୍କଠାରୁ ପ୍ରତିଶୋଧ ନେବାର କୌଣସି କାରଣ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରତିବନ୍ଧକ ଜନସ୍ବାସ୍ଥ୍ୟ ଏବଂ ବିଜ୍ଞାନ ଉପରେ ଆଧାରିତ। ସେ କହିଛନ୍ତି ଯେ ନାଗରିକମାନଙ୍କୁ ବଞ୍ଚାଇବା ପାଇଁ ଦେଶମାନେ ଏହା କରୁଛନ୍ତି।

ଚାଇନାକୁ ସାହାଯ୍ୟ କରିବା ପାଇଁ ୟୁରୋପୀୟ ୟୁନିଅନ କୋଭିଡ ଟିକା ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଚାଇନା ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ପୂର୍ବରୁ ମାଓ ନିଙ୍ଗ ଟିକା ସମେତ ୟୁଏଇର ସହାୟତା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହଥିଲେ ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଔଷଧ ପର୍ଯ୍ୟାପ୍ତ ପରିମାଣରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ...

ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି

ଲଣ୍ଡନ,୨୮।୩: ବ୍ରିଟିଶ ରାଜ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ରାଜକୁମାରୀ କେଟ ମିଡଲେଟନ କ୍ୟାନସର ରୋଗ ସହ ସଂଗ୍ରାମ କରୁଛନ୍ତି। ଏହି...

୭୦ ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିବେ ସରକାର

ନୂଆଦିଲ୍ଲୀ,୨୭।୩: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଆଗାମୀ ସମୟରେ ୭୦ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ସରକାର। ମାର୍ଚ୍ଚ ୨୬ ରେ ଏକ କାର୍ୟ୍ୟକ୍ରମରେ ସମ୍ବୋଧନ...

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ବ୍ୟାଙ୍କକ୍‌,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍‌କୁ ମଞ୍ଜୁରୀ ଦେଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ...

ଆମେରିକାର ବ୍ରିଜ୍‌ ଭୁଶୁଡିବା ଘଟଣା: ଜାହାଜ କ୍ରୁ ମେମ୍ବରଙ୍କୁ ମିଳିଲା ହିରୋ ଆଖ୍ୟା

ଓ୍ବାଶିଂଟନ୍‌,୨୭।୩: ଆମେରିକାର ମେରିଲ୍ୟାଣ୍ଡସ୍ଥିତ ବାଲଟିମୋର ସହରରେ ଏକ ନଦୀ ଉପରେ ନିର୍ମିତ ବ୍ରିଜ୍‌ ଏକ ଜାହାଜ ସହିତ ଧକ୍କା ହେତୁ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri