ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ନେଇ ଚାଇନା ଚେତାବନୀର ଜବାବ ଦେଲା ଆମେରିକା…

ଓ୍ବାଶିଂଟନ/ବେଜିଂ,୪।୧ :ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ବଢୁଥିବା ମାମଲା ମଧ୍ୟରେ ବେଜିଂ ମଧ୍ୟ ସ୍ବୀକାର କରିଛି ଯେ କରୋନା ସଂକ୍ରମଣକୁ ଟ୍ରାକ କରିବା ଅସମ୍ଭବ ହୋଇପଡିଛି। ଜାତୀୟ ସ୍ବାସ୍ଥ୍ୟ ଆୟୋଗ ମଧ୍ୟ କରୋନାରୁ ମୃତ୍ୟୁ ସଂଖ୍ୟା ଦେବା ବନ୍ଦ କରି ଦେଇଛନ୍ତି। ଏହାର ଦାୟିତ୍ୱ ଚାଇନାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ (ସିଡିସି)କୁ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ଉପରେ କୋଭିଡ ପ୍ରତିବନ୍ଧକ ସମ୍ପର୍କରେ ଚାଇନା ଠାରୁ ଚେତାବନୀ ପାଇବା ପରେ ଆମେରିକା ମଧ୍ୟ ଏହାର ଜବାବ ଦେଇଛି। ଆମେରିକା ସ୍ପଷ୍ଟ କରିଛି ଯେ ଦେଶଗୁଡିକ ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଉଛନ୍ତି। ଚାଇନାରେ, କୋଭିଡ କଟକଣା କୋହଳ ପରେ ସଂକ୍ରମଣ ଗ୍ରାଫ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହା ପରେ ଅନେକ ଦେଶ ଚାଇନାର ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ।

ସେସବୁ ଦେଶ ମଧ୍ୟରେ ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଭାରତ, ଇସ୍ରାଏଲ, ମାଲେସିଆ, ମରୋକୋ, କତାର, ଦକ୍ଷିଣ କୋରିଆ, ତାଇୱାନ, ଜାପାନ ଏବଂ ୟୁରୋପୀୟ ୟୁନିଅନର ଅନେକ ଦେଶ ଅଛନ୍ତି। ଚାଇନ ଯାତ୍ରୀମାନଙ୍କୁ ବିମାନ ଯିବା ପୂର୍ବରୁ ସେମାନଙ୍କର କରୋନ ପରୀକ୍ଷା ରିପୋର୍ଟ ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବହୁ ସଂଖ୍ୟକ ଚାଇନା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ମୋରୋକୋ ମଧ୍ୟ ଚାଇନା ଯାତ୍ରୀଙ୍କୁ ଦେଶରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି।
ଏହି ପଦକ୍ଷେପକୁ ଚାଇନା ନିନ୍ଦା କରି ଏହାର ପ୍ରତିଶୋଧ ନେବାକୁ ମଧ୍ୟ ଧମକ ଦେଇଥିଲା। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଥିଲେ ଯେ କେତେକ ଦେଶ କେବଳ ଚାଇନା ଯାତ୍ରୀଙ୍କୁ ଟାର୍ଗେଟ କରି ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିରେ ବୈଜ୍ଞାନିକ ଆଧାରର ଅଭାବ ରହିଛି ଏବଂ ଏହିପରି ପଦକ୍ଷେପ ଗ୍ରହଣୀୟ ନୁହେଁ ବୋଲି ସେ କହଥିଲେ। ସେ କହିଥିଲେ ଚାଇନା ଏହି ଆଧାରରେ ମଧ୍ୟ ପ୍ରତିଶୋଧ ନେଇପାରେ। ଏହାର ଜବାବରେ ହ୍ବାଇଟ ହାଉସର ପ୍ରେସ ସଚିବ କେରିନ ଜାନ-ପିଆର କହିଛନ୍ତି ଯେ ନାଗରିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଥିବା ଦେଶମାନଙ୍କଠାରୁ ପ୍ରତିଶୋଧ ନେବାର କୌଣସି କାରଣ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରତିବନ୍ଧକ ଜନସ୍ବାସ୍ଥ୍ୟ ଏବଂ ବିଜ୍ଞାନ ଉପରେ ଆଧାରିତ। ସେ କହିଛନ୍ତି ଯେ ନାଗରିକମାନଙ୍କୁ ବଞ୍ଚାଇବା ପାଇଁ ଦେଶମାନେ ଏହା କରୁଛନ୍ତି।

ଚାଇନାକୁ ସାହାଯ୍ୟ କରିବା ପାଇଁ ୟୁରୋପୀୟ ୟୁନିଅନ କୋଭିଡ ଟିକା ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଚାଇନା ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ପୂର୍ବରୁ ମାଓ ନିଙ୍ଗ ଟିକା ସମେତ ୟୁଏଇର ସହାୟତା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହଥିଲେ ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଔଷଧ ପର୍ଯ୍ୟାପ୍ତ ପରିମାଣରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri