ଭାରତରେ କରୋନାଜନିତ ୫୦ଲକ୍ଷ ମୃତ୍ୟୁ: ରିପୋର୍ଟ

ଓ୍ବାଶିଂଟନ୍‌,୨୧।୭: କରୋନା ଦ୍ୱିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କରୋନା ଦୈନିକ ସଂକ୍ରମଣ ସ୍ଥିର ରହୁଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରର ବିପଦ ଏବେ ବଢ଼ିବାରେ ଲାଗିଛି। ପୂର୍ବରୁ କରୋନା ଦ୍ୱିତୀୟ ଲହର ଭାରତରେ ତାଣ୍ଡବ ରଚିଥିବା ବେଳେ ସରକାରୀ ତଥ୍ୟ ଅନୁସାରେ ଏଥିରେ ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଏହାରି ଭିତରେ ଆମେରିକା ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ ଭାରତ ସରକାରଙ୍କ ରିପୋର୍ଟ ତୁଳନାରେ ମୃତ୍ୟୁ ସଂଖ୍ୟା ୧୦ଲକ୍ଷ ଗୁଣା ଅଧିକ ରହିଛି। ଅର୍ଥାତ୍‌ ୨୦୨୦ରୁ ୨୦୨୧ ମଧ୍ୟରେ ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୫୦ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ମଙ୍ଗଳବାର ଓ୍ବାଶିଂଟନ୍‌ ସ୍ଥିତ ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲ୍ପମେଣ୍ଟ (ସିଜିଡି) ଏକ ରିପୋର୍ଟ ଜାରି କରି ଦାବି କରିଛି। ସେରୋଲୋଜିକାଲ ଷ୍ଟଡି, ଘରକୁ ଘର ସର୍ଭେ ଓ ରାଜ୍ୟ ସ୍ତରରେ ନଗର ନିଗମର ସରକାରୀ ତଥ୍ୟ ଓ ଅନ୍ତର୍ଜାତୀୟ ଆକଳନ ଉପରେ ଏହି ରିପୋର୍ଟ ଆଧାରିତ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟର ବିଶେଷତ୍ୱ ହେଉଛି ରିପୋର୍ଟର ଲେଖକଙ୍କ ମଧ୍ୟରେ ମୋଦି ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ମଧ୍ୟ ସାମିଲ ରହିଛନ୍ତି। ତେବେ ସ୍ବାଧୀନତା ପରଠାରୁ ଏହା ଭାରତର ସବୁଠାରୁ ବଡ ଦୁଃଖଦ ଘଟଣା ବୋଲି ସିଜିଡି ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଭାରତରେ କରୋନା ଯୋଗୁ ଏପର୍ଯ୍ୟନ୍ତ ୪,୧୮,୪୭୦ ଜଣଙ୍କର ମୃତ୍ୟୁ ଘଟିଛି। ଯାହା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ସେହିପରି ଆମେରିକାରେ କରୋନାଜନିତ ୬୦,୯୦୦୦ ଏବଂ ବ୍ରାଜିଲରେ ୫୪,୨୦୦୦ ମୃତ୍ୟୁ ଘଟିଛି। ସିଜିଡ଼ି ରିପୋର୍ଟ ଅନୁସାରେ କରୋନାରେ ସର୍ବାଧିକ ମୃତ୍ୟୁ ଆମେରିକାରେ ହୋଇଛି। ପୂର୍ବରୁ ଅନେକ ସଂସ୍ଥା ମଧ୍ୟ ଆମେରିକା କ୍ଷେତ୍ରରେ ସମାନ ଦାବି କରିଥିଲେ। ଅନ୍ୟପଟେ ଉକ୍ତ ଗବେଷଣା ସଂସ୍ଥାର ରିପୋର୍ଟ ପରେ ଏବେ କେନ୍ଦ୍ର ସରକାରଙ୍କ କୋଭିଡ ମୃତ୍ୟୁ ରିପୋର୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଓ ପୁରୁଷଙ୍କ ମଧ୍ୟରେ କିଏ ଅଧିକ ସୁସ୍ଥ ଓ ସୁଖୀ…

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସୁସ୍ଥ ଓ ଖୁସିରେ ରହିଥାଆନ୍ତିା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ଗବେଷଣାରେ...

ବନ୍ତ ପୋଲିସର ମାଡ଼ ଘଟଣା: ଟୁଇଟ ପରେ କନଷ୍ଟେବଳ ନିଲମ୍ବିତ

ଭଦ୍ରକ ଅଫିସ,୨୬।୫: ବନ୍ତ ଥାନାଧିକାରୀଣୀଙ୍କ ଉପସ୍ଥିତିରେ ରାସ୍ତା ଉପରେ ଜଣେ ଲୋକଙ୍କୁ ଗୋଡାଇ ଗୋଡ଼ାଇ ପିଟିବା ଘଟଣା। ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ ଏହି ଘଟଣାରେ...

ଡରିଗଲାଣି ପାକିସ୍ତାନ: ଅଧଘଣ୍ଟା ଭାଷଣରେ ୧୨ଥର ମୋଦିଙ୍କ ନାଁ ନେଲେ ଇମ୍ରାନ୍‌

ଇସଲାମାବାଦ,୧୫।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖଁା ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏମିତି ଡରି ଯାଇଛନ୍ତି ଯେ ସେ ତାଙ୍କର ଅଧ ଘଣ୍ଟାର ଭାଷଣରେ...

ଅଷ୍ଟ୍ରାଜେନିକା ଟିକା ବନ୍ଦ ନ କରିବାକୁ ଡବ୍ଲ୍ୟୁଏଚ୍‌ଓର ପରାମର୍ଶ

ନୂଆଦିଲ୍ଲୀ,୧୩।୩ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ବିକଶିତ କୋଭିଡ୍‌ ଟିକା ନେବା ପରେ କେତେଜଣଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ରିପୋର୍ଟ...

ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସଙ୍କଟ ଜନକ: ଟ୍ରମ୍ପ୍‌

ଓ୍ବାଶିଂଟନ,୨୦।୮: ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସଙ୍କଟ ଜନକ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରି ମଙ୍ଗଳବାର ଭୋର୍‌ ୫ଟା ୧୩ରେ ଜଣାଇଛନ୍ତି। ଏହା...

ଏସ୍‌ବିଆଇ ମେନ୍‌ ବ୍ରାଞ୍ଚ ସିଲ୍‌‌

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇଛି କରୋନା। କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ୟୁନିଟ୍‌-୧...

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୨୪ା୯: ଇଣ୍ଡୋନେସିଆରେ ଶନିବାର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ରୁ ଅଧିକ ଥିଲା। ହଠାତ୍‌ ସବୁକିଛି ଥରିବାରୁ ଲୋକେ ଭୟଭୀତ...

ଲକ୍‌ଡାଉନ୍‌ରେ କେତେକ ଘରେ ରାମାୟଣ ଦେଖୁଥିବାବେଳେ ଗରିବ ଭିଟାମାଟିକୁ ଫେରିବା ପାଇଁ କରୁଛନ୍ତି ପ୍ରୟାସ: କପିଲ୍‌ ସିବଲ୍‌

ନୂଆଦିଲ୍ଲୀ,୧।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ କେତେକ ଘରେ ବସି...

Advertisement
Archives

Model This Week