
ଓ୍ବାଶିଂଟନ୍,୧୯।୨: ଏଲନ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ (DOGE) ସମ୍ପ୍ରତି ଭାରତର ନିର୍ବାଚନ ସହ ଜଡିତ $୨୧ ନିୟୁତ ପାଣ୍ଠି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ପାଣ୍ଠିକୁ ବାଇଡେନ ପ୍ରଶାସନ ଦ୍ୱାରା ଅନୁମୋଦନ କରାଯାଇଥିଲା। ଏହାର ଲକ୍ଷ୍ୟ ଥିଲା ଭାରତରେ ଭୋଟଦାନ ବୃଦ୍ଧି କରିବା।
ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତରେ ଭୋଟ ଦେବା ପାଇଁ ରଖାଯାଇଥିବା ୨୧ ନିୟୁତ ଡଲାରର ପାଣ୍ଠିକୁ ବାତିଲ କରିବା ଉପରେ ସରକାରୀ ଦକ୍ଷତା ବିଭାଗ (DOGE)ର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଭାରତକୁ ଏପରି ଆର୍ଥିକ ସାହାଯ୍ୟର ଆବଶ୍ୟକତା ନାହିଁ।
ଟ୍ରମ୍ପ କହିଛନ୍ତି, ଆମେ ଭାରତକୁ କାହିଁକି ୨୧ ନିୟୁତ ଡଲାର କାହିିଁକି ଦେଉଛନ୍ତି? ସେମାନଙ୍କ ପାଖରେ ପ୍ରଚୁର ଟଙ୍କା ଅଛି। ସେମାନେ ବିଶ୍ୱର ସବୁଠାରୁ ଅଧିକ ଟିକସ ଲାଗୁଥିବା ଦେଶ ମଧ୍ୟରୁ ଗୋଟିଏ। ଆମେ ସେଠାରେ ପ୍ରବେଶ କରିପାରିବା ନାହିଁ କାରଣ ସେମାନଙ୍କର ଟିକସ ଏତେ ଅଧିକ। ମୋର ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ବହୁତ ସମ୍ମାନ ଅଛି, କିନ୍ତୁ ଆମେରିକା ଭୋଟ ଦେବା ପାଇଁ ୨୧ ନିୟୁତ ଡଲାର କାହିଁକି ଦେଉଛି?
ଫେବୃଆରୀ ୧୬ ତାରିଖରେ, ଏଲନ ମସ୍କଙ୍କ ନେତୃତ୍ୱାଧୀନ DOGE ଭାରତରେ ଭୋଟ ବିସ୍ତାର କରିବା ପାଇଁ ୨୧ ନିୟୁତ ଆମେରିକୀୟ ଡଲାରର ପାଣ୍ଠି ବାତିଲ କରିବାର ଘୋଷଣା କରିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ, DOGE ଭାରତରେ ଭୋଟ ଦେବା ପାଇଁ ୨୧ ନିୟୁତ ଆମେରିକୀୟ ଡଲାର ସମେତ ବାତିଲ କରିଥିବା ଆମେରିକୀୟ କରଦାତାଙ୍କ ଟଙ୍କାକୁ ତାଲିକାଭୁକ୍ତ କରିଛି।