ଭିତିରିଆ ଖେଳ କରିଲେ ଟ୍ରମ୍ପ, କହିଲେ ଭାରତ ପାଖରେ ବହୁତ ଟଙ୍କା, ଆମେରିକା କାହିିଁ ଦେବ…

ଓ୍‌ବାଶିଂଟନ୍‌,୧୯।୨: ଏଲନ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ (DOGE) ସମ୍ପ୍ରତି ଭାରତର ନିର୍ବାଚନ ସହ ଜଡିତ $୨୧ ନିୟୁତ ପାଣ୍ଠି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ପାଣ୍ଠିକୁ ବାଇଡେନ ପ୍ରଶାସନ ଦ୍ୱାରା ଅନୁମୋଦନ କରାଯାଇଥିଲା। ଏହାର ଲକ୍ଷ୍ୟ ଥିଲା ଭାରତରେ ଭୋଟଦାନ ବୃଦ୍ଧି କରିବା।

ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତରେ ଭୋଟ ଦେବା ପାଇଁ ରଖାଯାଇଥିବା ୨୧ ନିୟୁତ ଡଲାରର ପାଣ୍ଠିକୁ ବାତିଲ କରିବା ଉପରେ ସରକାରୀ ଦକ୍ଷତା ବିଭାଗ (DOGE)ର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଭାରତକୁ ଏପରି ଆର୍ଥିକ ସାହାଯ୍ୟର ଆବଶ୍ୟକତା ନାହିଁ।

ଟ୍ରମ୍ପ କହିଛନ୍ତି, ଆମେ ଭାରତକୁ କାହିଁକି ୨୧ ନିୟୁତ ଡଲାର କାହିିଁକି ଦେଉଛନ୍ତି? ସେମାନଙ୍କ ପାଖରେ ପ୍ରଚୁର ଟଙ୍କା ଅଛି। ସେମାନେ ବିଶ୍ୱର ସବୁଠାରୁ ଅଧିକ ଟିକସ ଲାଗୁଥିବା ଦେଶ ମଧ୍ୟରୁ ଗୋଟିଏ। ଆମେ ସେଠାରେ ପ୍ରବେଶ କରିପାରିବା ନାହିଁ କାରଣ ସେମାନଙ୍କର ଟିକସ ଏତେ ଅଧିକ। ମୋର ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ବହୁତ ସମ୍ମାନ ଅଛି, କିନ୍ତୁ ଆମେରିକା ଭୋଟ ଦେବା ପାଇଁ ୨୧ ନିୟୁତ ଡଲାର କାହିଁକି ଦେଉଛି?

ଫେବୃଆରୀ ୧୬ ତାରିଖରେ, ଏଲନ ମସ୍କଙ୍କ ନେତୃତ୍ୱାଧୀନ DOGE ଭାରତରେ ଭୋଟ ବିସ୍ତାର କରିବା ପାଇଁ ୨୧ ନିୟୁତ ଆମେରିକୀୟ ଡଲାରର ପାଣ୍ଠି ବାତିଲ କରିବାର ଘୋଷଣା କରିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ, DOGE ଭାରତରେ ଭୋଟ ଦେବା ପାଇଁ ୨୧ ନିୟୁତ ଆମେରିକୀୟ ଡଲାର ସମେତ ବାତିଲ କରିଥିବା ଆମେରିକୀୟ କରଦାତାଙ୍କ ଟଙ୍କାକୁ ତାଲିକାଭୁକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

ବାଣପୁରରେ ଭିଡ଼ ହିଂସା: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ୨ ଗିରଫ, ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା, ୩୦।୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବାଲିଅନ୍ତା ଓ ରାୟଗଡ଼ାର ଇନ୍ଦିରାଗୁଡ଼ା ପରେ ଏବେ ବାଣପୁରରେ ଭିଡ଼ ହିଂସାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼…

‘ମୋଦିଙ୍କୁ ଫୋନ କର, ସେ ଉଠି ସାରିଥିବେ’,ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଶୁଣି ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ: ଉପେନ୍ଦ୍ରଙ୍କ ନେବେ ସ୍ଥାନ

ନୂଆଦିଲ୍ଲୀ,୩୦।୬: କଶ୍ମୀରରେ ଆତଙ୍କବାଦୀଙ୍କ ହୃଦୟରେ ଆତଙ୍କ ସୃଷ୍ଟି କରିଥିବା ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ଜେନେରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri