ଓ୍ବାଶିଂଟନ୍‌ ଡିସିକୁ ପୁଣି ଫେରିଲା ମାସ୍କ

ଓ୍ବାଶିଂଟନ୍‌, ୩୦।୭: ଆମେରିକାରେ କରୋନା ପ୍ରକୋପ ପୁଣି ଥରେ ବଢ଼ିବାରେ ଲାଗିଛି। ଲଗାତର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୱାଶିଂଟନ ଡିସିରେ ଜୁଲାଇରେ ଦୈନିକ ମାମଲା ୫ଗୁଣା ଅଧିକ ରହିଛି ବୋଲି ଡିସିର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲାକ୍ୱାନ୍ଦ୍ରା ନେସ୍‌ବିଟ୍‌ ସୂଚନା ଦେଇଛନ୍ତି। ତେଣୁ ଡିସିରେ ପୁଣି ଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କୌଣସି ବ୍ୟକ୍ତି କରୋନା ଟିକା ନେଇଥାନ୍ତୁ ଅବା ନ ନେଇଥାନ୍ତୁ କିନ୍ତୁ ସମସ୍ତଙ୍କୁ ଘର ଭିତରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆମେରିକା ରାଜଧାନୀ ଓ୍ବାଶିଂଟନ୍‌ର ମେୟର ମ୍ୟୁରିିଏଲ ବୋଓସର ଘୋଷଣା କରିଛନ୍ତି। ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ନୂଆ ଆଦେଶ ଅନୁଯାୟୀ, ଶନିବାର ସକାଳ ୫ଟାରୁ ଦୁଇ ବର୍ଷରୁ ଅଧିକ ବୟସ୍କର ସମସ୍ତ ଡିସି ବାସିନ୍ଦାଙ୍କୁ, ଟିକାକରଣ ସ୍ଥିତିକୁ ଖାତିର ନ କରି ଘର ଭିତରେ ଅବା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି। ଏଥିସହ ଡିସି ସରକାରୀ କର୍ମଚାରୀଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ କରାଯାଇଛି। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ମ୍ୟୁରିଏଲ୍‌ କହିଛନ୍ତି, ମହାମାରୀ ଯୋଗୁ ବହୁ ଜିନିଷରେ ପରିବର୍ତ୍ତନ ଆସିଛି, ତା’ ସହ ସମସ୍ତଙ୍କୁ ଖାପ ଖୁଆଇ ଚଳିବାକୁ ପଡିବ। ଅନ୍ୟପଟେ ୫ରୁ ୧୪ ବର୍ଷ ବୟସ୍କ ପିଲା ଏବଂ ୨୦ ରୁ ୩୪ ବର୍ଷର ବୟସ୍କଙ୍କ ନିକଟରେ କରୋନା ମାମଲା ଅଧିକ ବୃଦ୍ଧି ପାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲାକ୍ୱାନ୍ଦ୍ରା କହିଛନ୍ତି। କାରଣ ଏହି ବୟସ୍କର ବ୍ୟକ୍ତିମାନେ ଅତ୍ୟଧିକ ବାହାରେ ବୁଲାବୁଲି କରିବା ସହ ବାହାରେ ଖାଦ୍ୟ ଖାଉଛନ୍ତି ଏବଂ ସେମାନଙ୍କର ସାମାଜିକ ଗିତିବିଧି ଅଧିକ ରହିଛି। ତେଣୁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୧୭୫କୁ ବୃଦ୍ଧି

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ମଙ୍କିପକ୍ସରେ ଚଳିତ ବର୍ଷର ପ୍ରଥମ ମୃତ୍ୟୁ

ଆବୁଜା, ୩୦ା୫: ନାଇଜେରିଆରେ ସଂକ୍ରାମକ ମଙ୍କିପକ୍ସ ରୋଗରେ ଚଳିତ ବର୍ଷର ପ୍ରଥମ ମୃତ୍ୟୁ ଘଟିଛି। ନାଇଜେରିଆ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ(ସିଡିସି) ପକ୍ଷରୁ...

ତାଲିବାନ ଶାସନରେ ମହିଳାଙ୍କ ଉପରେ ବଢ଼ିଲା ନିର୍ଯାତନା: ମହିଳା ଲୋକପ୍ରତିନିଧିଙ୍କୁ ଘରେ ପଶି ହତ୍ୟା…

କାବୁଲ,୧୬।୧ : ଆଫଗାନିସ୍ତାନରେ ତାଲିବାନ ଶାସନରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ରାଜଧାନୀ କାବୁଲରେ ଜଣେ ପୂର୍ବତନ ସାଂସଦ ଏବଂ ତାଙ୍କ ଅଙ୍ଗରକ୍ଷୀଙ୍କୁ ଗୁଳି...

ବାଂଲାଦେଶରେ ମାନବାଧିକାର ସ୍ଥିତି, ଆମେରିକାକୁ ହସିନା ସରକାରଙ୍କ ଜବାବ୍‌…

ଢାକା, ୧୬।୪ : ମାନବ ଅଧିକାର ପରିସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ରିପୋର୍ଟକୁ ବାଂଲାଦେଶ ସରକାର ସମାଲୋଚନା କରିଛନ୍ତି। ଏଥି ସହିତ ଏହି ପ୍ରସଙ୍ଗରେ...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୩୦ ବାଇକ୍‌ ଜବତ କଲା ପୋଲିସ

ଗୁଡଭେଲା,୧୩ା୪(ଡିଏନଏ): ସରକାରଙ୍କ କଡ଼ା ନିର୍ଦ୍ଦେଶାବଳୀ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ କେତେକ ବ୍ୟକ୍ତି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରୁଛନ୍ତି। ଏଭଳି ବ୍ୟକ୍ତିବିଶେଷଙ୍କ...

ଇରାନ୍‌ ବିରୋଧରେ କଟକଣା ଜାରି କରି ଆମେରିକା ଅପରାଧ କରିଛି: ରୁହାନି

ତେହରାନ,୧୬।୧୦: ଇରାନ୍‌ ବିରୋଧରେ କଟକଣା ଜାରି କରି ଆମେରିକା ଅପରାଧ କରିଛି। ଏନେଇ ଇରାନ୍‌ ରାଷ୍ଟ୍ରପତି ହସନ୍‌ ରୁହାନି କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ...

ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ-ପ୍ରଧାନମନ୍ତ୍ରୀଙ୍କ ଆବାସରୁ ହଜାରେରୁ ଅଧିକ ଐତିହାସିକ କଳାକୃତି ନିଖୋଜ…

କଲମ୍ବୋ, ୨୩।୭ : ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହାପୂର୍ବରୁ, ଦେଶରେ ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ନେଇ ବିକ୍ଷୋଭକାରୀମାନେ ସରକାରଙ୍କ...

୬ ଘଣ୍ଟା ଯୁଦ୍ଧ ବନ୍ଦ କରିବ ରୁଷିଆ

କ୍ୱିଭ୍‌,୩ା୩: ଗୁରୁବାର ହେଉଛି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦରେ ଫେରାଇ...

Advertisement
Archives

Model This Week