ପିଆଜ କାଟି ନ ପାରିବାରୁ ହତ୍ୟା, ପ୍ରେମିକାଙ୍କୁ ଛୁରି ଭୁଷିଦେଲେ ବୃଦ୍ଧ ପ୍ରେମିକ

ଓ୍ବାଶିଂଟନ୍‌,୧୦।୨: ପିଆଜ ନ କାଟିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ବୃଦ୍ଧ। ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କୌଣସି ଫିଲ୍ମର ସ୍କ୍ରିପ୍ଟ ନୁହେଁ। ଆମେରିକାର ଇଣ୍ଡିଆନ ରାଜ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ବୃଦ୍ଧଙ୍କୁ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ପୋଲିସ ଏବେ ବୃଦ୍ଧଙ୍କ ଘରେ ପହଞ୍ଚି ତଦନ୍ତ ଜାରି ରଖିଛି।

ବୃଦ୍ଧ ଚାଲର୍‌ସ ବୟାନରେ କହିଛନ୍ତି, ପିଆଜକୁ ସେ ଭୂଲ ଉପାୟରେ କାଟୁଥିଲେ। ଯାହାକୁ ଦେଖି ତାଙ୍କ ପ୍ରେମିକା ରାଗି ଯାଇଥିଲେ। ନିଜ ହିତାହିତ ଜ୍ଞାନ ଭୁଲି ପ୍ରେମିକାଜଣକ ଛୁରି ଉଠାଇ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ। ବୃଦ୍ଧ ଦାବି କରିଛନ୍ତି କି, ଝଗଡା ସମୟରେ ନିଜ ଆତ୍ମରକ୍ଷା ପାଇଁ ସେ ପ୍ରେମିକାଙ୍କୁ ମାଡି ବସିଥିଲେ। ଏହି ସମୟରେ ଅସାବଧାନତା ହେତୁ ତାଙ୍କୁ ବେକରେ ଛୁରି ଲାଗିଯାଇଥିଲା। ଯେଉଁଥିରେ ମହିଳାଙ୍କ ଜୀବନ ଚାଲିଯାଇଥିଲା। କିନ୍ତୁ ପୋଲିସ ମୁତାବକ ଚାଲର୍‌ସ ମିଛ କାହାଣୀ ବର୍ଣ୍ଣନା କରୁଛନ୍ତି।

ମୃତକ ମହିଳା ହେଲେ ମାର୍ସିଆ ଲିଙ୍କସ୍‌। ପୋଲିସ ଅନୁଯାୟୀ, ହତ୍ୟା ପରେ ଚାଲର୍‌ସ ପୋଲିସ ଷ୍ଟେଶନକୁ ଯୋଗାଯୋଗ କରିଥିଲେ। ଚାଲର୍‌ସଙ୍କ ଫୋନ ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପୋଲିସ ମାର୍ସିଆଙ୍କ ମୃତଦେହ ରୋଷେଇ ଘରେ ପଛମାଡି ପଡିଥିବାର ଦେଖିବାକୁ ପାଇଥିଲା। ଯେତେବେଳେ ପୋଲିସ ରୋଷେଇ ଘରର ତଦନ୍ତରେ ପିଆଜର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ମିଳି ନ ଥିଲା। ମୃତଦେହ ପାଖରେ ସ୍ବରଚିତ ଭାବେ ରକ୍ତଲଗା ଛୁରୀ ରଖାଯାଇଥିଲା। ପୋଲିସ ମହିଳାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଦେଖିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri