ଆମେରିକାର ଭେନେଜୁଏଲା ଆକ୍ରମଣ

ଆମେରିକା ୩ ଜାନୁଆରୀ ୨୦୨୬ରେ ଭେନେଜୁଏଲା ଉପରେ ସଂଘଟିତ ଆକ୍ରମଣ କରିଛି। ସ୍ଥାନୀୟ ସମୟ ଅନୁସାରେ ମଧ୍ୟରାତ୍ରି ପ୍ରାୟ ୨ଘଟିକା ସମୟରେ ଭେନେଜୁଏଲାର ରାଜଧାନୀ କାରାକାସ୍‌ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେନା ଅଧିକୃତ, ବନ୍ଦର, ସଞ୍ଚାର ଓ ଯୋଗାଯୋଗ ଆଦି ଅନୁଷ୍ଠାନ ଉପରେ ଆମେରିକା ସେନାର ଡ୍ରୋନ୍‌ ଦ୍ୱାରା ଆକ୍ରମଣ ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦାର ବିଷୟ। ତା’ ସହ ଅନ୍ୟାନ୍ୟ ସ୍ଥାନରେ ଆମେରିକାର ଏକାଧିକ ବିସ୍ଫୋରଣ ଦ୍ୱାରା ଭେନେଜୁଏଲାର ବ୍ୟାପକ କ୍ଷତି ଘଟିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଓ ଘୋଷଣା ଅନୁସାରେ ତାଙ୍କ ସେନା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍‌ ମାଦୁରୋ ଓ ତାଙ୍କ ସ୍ତ୍ରୀ ସିଲିଆ ଫ୍ଲୋରେସ୍‌ଙ୍କୁ ଧରି ନେଇଛନ୍ତି ଓ ତାଙ୍କୁ ଭେନେଜୁଏଲାରୁ ବାହାର ଦେଶକୁ ନେଇଯାଇ ଏକ ଅଜ୍ଞାତ ସ୍ଥାନରେ ବନ୍ଦୀ କରିଛନ୍ତି ଯାହା କୌଣସି ରାଷ୍ଟ୍ର ଉପରେ ଅନ୍ୟାୟ ଆକ୍ରମଣ ରୂପେ ଧରାଯାଏ। ଏହି ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ଆଇନ ଓ ସାର୍ବଭୌମ ଭଳି ବିଷୟରେ ବିବାଦ ସୃଷ୍ଟି ହୋଇଛି। ପୃଥିବୀର ଅନେକ ଦେଶ ଏହି ଘଟଣାକୁ ଗମ୍ଭୀର ଭାବେ ଦେଖୁଛନ୍ତି। କିଛି ଆମେରିକା ଗୋଡ଼ାଣିଆ ଦେଶ ଏହି ଆକ୍ରମଣକୁ ଅନୁମୋଦନ କରୁଥିବା ସ୍ଥଳେ ବହୁ ଦେଶ ଏହାକୁ ଆଇନ ଓ ସୁରକ୍ଷା ଉଲ୍ଲଂଘନ ବୋଲି ବିବେଚନାକରି ତୀବ୍ର ନିନ୍ଦା କରିଛନ୍ତି। ରୁଷିଆ ଏବଂ ଚାଇନା ଏହାକୁ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ ଏବଂ ଆକ୍ରମଣ ବୋଲି ବିବେଚନା କରିଛନ୍ତି। ମେକ୍ସିକୋ ଓ ବ୍ରାଜିଲ ଏହାକୁ ଗମ୍ଭୀରତାର ସହ ନେଇ ମଧ୍ୟସ୍ଥ ପ୍ରସ୍ତାବ ଦେଇଛନ୍ତି।
ଭେନେଜୁଏଲା ସରକାର ଏହି ଆକ୍ରମଣକୁ ଦେଶର ସାର୍ବଭୌମତ୍ୱ ଉପରେ ଆମେରିକାର ଆକ୍ରମଣ ବୋଲି ବର୍ଣ୍ଣନା କରବା ସହ ଏହାକୁ ଜାତୀୟ ସଙ୍କଟ ଭାବରେ ଘୋଷଣା କରିଛନ୍ତି। ଦେଖିବାକୁ ଗଲେ ଆମେରିକାର ଏହି ଆକ୍ରମଣ ପଛରେ ଅନେକ କାରଣ ରହିଛି। ଆମେରିକା ନିଜର ଆର୍ଥିକ ଲକ୍ଷ୍ୟରେ ଭେନେଜୁଏଲା ଉପରେ ଆକ୍ରମଣ କରିଥିବା କୁହାଯାଉଛି। କାରଣ ଭେନେଜୁଏଲା ଏକ ଲମ୍ବା ସମୟ ଧରି ରୁଷିଆ,ଚାଇନା,ଇରାନ ଆଦି ଦେଶ ସହ ସୁସମ୍ପର୍କ ରଖିବା ସହିତ କ୍ୟୁବା ଭଳି ସୋସିଆଲିଜମ୍‌ ନୀତି ଅନୁସରଣ କରିଆସିଛି, ଯାହା ଆମେରିକାର ରାଜନୈତିକ ନୀତି ସହ ମେଳଖାଇ ନ ଥାଏ। ଆମେରିକାର ଦାବି ଅନୁସାରେ, ମାଦୁରୋ ଏବଂ ତାଙ୍କ ସ୍ତ୍ରୀ ଉଭୟଙ୍କୁ ‘ନାର୍କୋ ଟେରୋରିଜମ୍‌’ଓ ଅନ୍ୟାନ୍ୟ ଅଭିଯୋଗ ଆଧାରରେ ବନ୍ଦୀ ରଖାଯାଇଛି ଏବଂ ଭେନେଜୁଏଲାରେ ସେହି ଦୃଷ୍ଟିରୁ ଆକ୍ରମଣ କରାଯାଇ ସେମାନଙ୍କୁ ଦେଶରୁ ବାହାରକୁ ନିଆଯାଇଛି, ଯାହା ଅତ୍ୟନ୍ତ ଭିତ୍ତିହୀନ। ମାତ୍ର ଲୁକ୍କାୟିତ ଏହାର ଅନ୍ୟତମ ମୁଖ୍ୟ କାରଣ ଭେନେଜୁଏଲା ବିଶ୍ୱର ସବୁଠାରୁ ଅଧିକ ତେଲ ଗଚ୍ଛିତ ଥିବା ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ଦେଶ ଭାବରେ ଗଣାଯାଏ। ଆରବ ଓ ଆମେରିକାର ତୈଳ ରିଜର୍ଭଠାରୁ ମଧ୍ୟ ଅଧିକ। ମାତ୍ର ନିଜର ଅଧିକ ଗାଢ଼ ଅଶୋଧିତ ପ୍ରାକୃତିକ ତୈଳକୁ ଶୋଧନ କରିବା ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନର ଅଭାବ ଯୋଗୁ ଆଜି ଭେନେଜୁଏଲା ଗରିବୀ ସହ ସଂଗ୍ରାମ କରୁଛି।
ଏହି ଅଶୋଧିତ ତୈଳକୁ ଆୟତ୍ତ କରିବା ପାଇଁ ଆମେରିକାର ଲୋଭ ରହିଛି। ଏହାସହ ନିଜର ଆର୍ଥିକ ବିକାଶ ଓ ଶକ୍ତି ସୁରକ୍ଷା ଏ ଆକ୍ରମଣ ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନକରେ। ପ୍ରକାଶ ଥାଉ କି ଅତୀତରେ ଇରାକ ,ଲେବାନନ୍‌ ,ତୁର୍କୀ,ଆଫଗାନିସ୍ତାନ ଆଦି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପକରି ଆମେରିକା କେବଳ ତୈଳ ପାଇଁ ସେ ଦେଶଗୁଡ଼ିକୁ ନଷ୍ଟ କରିଛି। ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧିକରାଇ ଅସ୍ଥିରତା ସୃଷ୍ଟି କରିଚାଲିଛି। ନିକଟରେ ବାଂଲାଦେଶରେ ସେଖ୍‌ ହାସିନା ସରକାରର ପତନ ଓ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଆମେରିକାର ପ୍ରଚ୍ଛନ୍ନ ହାତ ରହିଥିବା କୁହାଯାଉଛି। ନିଜର ଆର୍ଥିକ ବଳ ଓ ପ୍ରତିରକ୍ଷା ସାମଗ୍ରୀ,ତୈଳ ଆଦି ଅନ୍ୟାନ୍ୟ ଦ୍ରବ୍ୟ ବିକ୍ରୟ ସହ ସାରା ବିଶ୍ୱକୁ ନିଜ ଆଜ୍ଞାଧୀନ କରିବାକୁ ଆମେରିକାର ପ୍ରୟାସ ଜାରି ରହିଛି ଯାହା ଟ୍ରମ୍ପ୍‌ଙ୍କ ଶାସନ କାଳରେ ଅଧିକ ସ୍ପଷ୍ଟ ହୋଇଛି। ପ୍ରକାଶ ଥାଉକି ଦକ୍ଷିଣ ଆମେରିକା ମହାଦେଶର ଉତ୍ତର ଅଞ୍ଚଳରେ କାରିବିଆନ ସାଗର କୂଳରେ ଅବସ୍ଥିତ ଏହି ସ୍ବାଧୀନ ରାଷ୍ଟ୍ର ଭେନେଜୁଏଲା। ଏହାର ପୂର୍ବରେ ଗୁଏନା, ପଶ୍ଚିମରେ କଲମ୍ବିଆ,ଦକ୍ଷିଣରେ ବ୍ରାଜିଲ ଓ ଉତ୍ତରରେ କାରିବିଆନ ସାଗର ରହିଛି। ନିଜର ବିପୁଳ ତୈଳ ଭଣ୍ଡାର, ଆଣ୍ଡିଜ୍‌ ପର୍ବତମାଳାର ଅଂଶ ଓ ଓରିନୋକୋ ନଦୀ ପାଇଁ ଏହା ସୁପ୍ରସିଦ୍ଧ। ମୁଖ୍ୟତଃ ୟୁରୋପୀୟ, ସ୍ପାନିଶ୍‌, ଇଟାଲିଆନ,ଆଫ୍ରିକୀୟଙ୍କ ସହିତ କିଛି ମୂଳ ଅଧିବାସୀ ଭେନେଜୁଏଲାରେ ବସବାସ କରନ୍ତି, ଯେଉଁ ବିଭିନ୍ନତା ଭେନେଜୁଏଲାକୁ ସାଂସ୍କୃତିକ ଭାବେ ଋଦ୍ଧିମନ୍ତ କରିଛି। ଭେନେଜୁଏଲାର ଲୋକମାନେ ଅତିଥି ପ୍ରିୟ। ସମସ୍ୟା ସତ୍ତ୍ୱେ ସେମାନେ ସଙ୍ଗୀତ, ନୃତ୍ୟ ଓ ଉତ୍ସବକୁ ଛାଡ଼ି ଦେଇନାହାନ୍ତି। ଭେନେଜୁଏଲାର ଲୋକମାନେ ନୃତ୍ୟ, ଫୁଟ୍‌ବଲ ଓ ବେସ୍‌ବଲକୁ ଆଦର କରନ୍ତି। ସଂସ୍କୃତି ସେମାନଙ୍କ ଜୀବନରେ ମନୋବଳ ରକ୍ଷାର ଉପାୟ। ଗତ ୨ ଦଶକ ଧରି ମୁଦ୍ରାସ୍ଫୀତି, ଚାକିରି ଅଭାବ,ଖାଦ୍ୟ ଓ ଔଷଧ ସଙ୍କଟ ସତ୍ତ୍ୱେ ଭେନେଜୁଏଲାର ଲୋକମାନେ ପରସ୍ପରକୁ ସହାୟତା କରୁଛନ୍ତି। ଅନେକେ ଦେଶ ଛାଡ଼ି ଯାଇଥିଲେ ମଧ୍ୟ ଦେଶକୁ ଭୁଲିନାହାନ୍ତି, ଯାହା ସେମାନଙ୍କ ମାନବୀୟ ଶକ୍ତିର ପ୍ରମାଣ।
ଗୁରୁତ୍ୱପୂର୍ଣ୍ଣ କଥା ଭେନେଜୁଏଲାର ସାଧାରଣ ଲୋକ ଯୁଦ୍ଧ ଚାହାନ୍ତି ନାହିଁ। ସେମାନେ ଶାନ୍ତି, ସ୍ଥିରତା ଓ ସାଧାରଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି। ମାତ୍ର ଆମେରିକା ଦ୍ୱାରା ଆକ୍ରମଣ, ଅବରୋଧ ଓ ହସ୍ତକ୍ଷେପରେ ସର୍ବାଧିକ କଷ୍ଟ ସେମାନେ ଭୋଗୁଛନ୍ତି। ସମସ୍ତ କଷ୍ଟ ସତ୍ତ୍ୱେ ଭେନେଜୁଏଲାର ଲୋକମାନେ ଏକ ନୂତନ ଭବିଷ୍ୟତର ଆଶା ଛାଡ଼ିନାହାନ୍ତି। ଶିକ୍ଷା, କାର୍ଯ୍ୟ ଓ ଶାନ୍ତିର ସ୍ବପ୍ନ ଦେଖୁଛନ୍ତି, ସେମାନେ ସଂଘର୍ଷରେ ବଞ୍ଚି ରହିଥିବା ସାଧାରଣ ମଣିଷ। ସମସ୍ୟା ସତ୍ତ୍ୱେ ମଧ୍ୟ ସେମାନେ ମାନବୀୟତା, ସଂସ୍କୃତି ଓ ଆଶାକୁ ଜୀବନ୍ତ ରଖିଛନ୍ତି। ଆମେରିକା ଦ୍ୱାରା ଏପରି ଏକ ସଂସ୍କୃତି ଓ ସଭ୍ୟତାକୁ ନଷ୍ଟ କରିବାର ମସୁଧା ଅତ୍ୟନ୍ତ ନିନ୍ଦନୀୟ ଓ କ୍ଷୋଭର ବିଷୟ।
ମୋ: ୯୪୩୭୧୨୩୮୯୨

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri