ଚାଇନାର ୨୫ ଶତ୍ରୁଙ୍କ ସହିତ ସର୍ବବୃହତ୍‌ ଯୁଦ୍ଧାଭ୍ୟାସ କରିବେ ଆମେରିକା-ଭାରତ…

ନୂଆଦିଲ୍ଲୀ/ଓ୍ବାଶିଂଟନ/ବେଜିଂ/ଟୋକିଓ, ୨।୬ : ତାଇୱାନରୁ ଲଦାଖ ପର୍ଯ୍ୟନ୍ତ ବିସ୍ତାରବାଦୀ ନୀତି ଆପେଣଉଥିବା ଚାଇନାକୁ ଘେରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ୱାଡ୍‌ ସଦସ୍ୟ ଦେଶମାନଙ୍କ ସହିତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦକ୍ଷିଣ ଚାଇନା ସାଗର ନିକଟରେ ଆମେରିକା ବିଶ୍ୱର ସର୍ବ ବୃହତ ନୌସେନା ଅଭ୍ୟାସ କରିବାକୁ ଯାଉଛି।

ରିମପ୍ୟାକ୍‌ ନାମକ ଏହି ନୌଭାସରେ ବିଶ୍ୱର ୨୬ ଟି ଦେଶ ଅଂଶଗ୍ରହଣ କରିବେ। ଏସବୁ ଦେଶ ମଧ୍ୟରେ ୨୫ ଦେଶ ଚାଇନାର ଶତ୍ରୁ ରହିଛନ୍ତି। ଏହି ନୌଭ୍ୟାସ ଚଳିତ ମାସ ଶେଷରେ ଅନୁଷ୍ଠିତ ହେବ ଏବଂ ଭାରତୀୟ ନୌସେନା ମଧ୍ୟ ଏଥିରେ ନିଜର ଶକ୍ତିଶାଳୀ ଶକ୍ତି ପ୍ରଦର୍ଶନ କରିବ। ନୌଭ୍ୟାସ ୩୮ ଟି ଯୁଦ୍ଧ ଜାହାଜ, ୪ ଟି ବୁଡ଼ାଜାହାଜ ଏବଂ୧୭୦ ରୁ ଅଧିକ ବିମାନ ଅଂଶ ଗ୍ରହଣ କରିବେ।

ଆମେରିକାର ନୌସେନା ଏକ ବିବୃତ୍ତି ଜାରି କରି କହିଛି ଯେ ରିମ ଅଫ ପାସିଫିକ ଅର୍ଥାତ୍‌ ରିମପ୍ୟାକ ନୌଭ୍ୟାସ ଜୁନ ୨୯ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅଭ୍ୟାସରେ ୯ ଟି ଦେଶର ଗ୍ରାଉଣ୍ଡ ଫୋର୍ସ ସମେତ ମୋଟ ୨୫ ହଜାର ସୈନିକ ଅଂଶଗ୍ରହଣ କରିବେ। ଏହି ନୌଭ୍ୟାସ ପ୍ରଥମେ ୧୯୭୧ ମସିହାରେ କରାଯାଇଥିଲା। ସାଉଥ କାଲିଫର୍ନିଆ ଏବଂ ହାୱାଇ ଦ୍ୱୀପପୁଞ୍ଜର ସମୁଦ୍ରରେ ଏହା କରାଯିବ। ଆମେରିକାର ନୌସେନାର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କମାଣ୍ଡରଙ୍କ ଦ୍ୱାରା ଏହି ନୌଭ୍ୟାସ ଆୟୋଜିତ ହେଉଛି।

ଏହି ନୌଭ୍ୟାସରେ ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଅଂଶଗ୍ରହଣ କରିବେ। ଏସବୁ ଦେଶ କ୍ୱାଡର ସଦସ୍ୟ ଏବଂ ଚାଇନା କ୍ୱାଡ୍‌କୁ ଏସୀୟ ନାଟୋ ବୋଲି କହିଛି।

ଦକ୍ଷିଣ ଚାଇନା ସାଗର ନିକଟରେଥିବା ୫ଟି ଦେଶ ସିଙ୍ଗାପୁର, ଥାଇଲାଣ୍ଡ, ବ୍ରୁନେଇ ଏବଂ ଫିଲିପାଇନ୍ସ ମଧ୍ୟ ଏହି ନୌଭ୍ୟାସରେ ଅଂଶଗ୍ରହଣ କରିବେ। ଏଥିରେ ପ୍ରଶାନ୍ତ ଦ୍ୱୀପ ଦେଶ ଟୋଙ୍ଗା ମଧ୍ୟ ଅଂଶଗ୍ରହଣ କରିବ।

ଏହି ନୌଭ୍ୟାସରେ ବିପର୍ଯ୍ୟୟ ପ୍ରଶମନ ଏବଂ ସାମୁଦ୍ରିକ ସୁରକ୍ଷା କାର୍ଯ୍ୟ ଠାରୁ ଆରମ୍ଭ କରି ଜଟିଳ ଯୁଦ୍ଧ କୌଶଳ ଆଦି ସମ୍ପନ୍ନ ହେବ।

ଏହା ସହିତ ସମୁଦ୍ରରୁ ସ୍ଥଳଭାଗ ଉପରେ ଆକ୍ରମଣ, ଆର୍ଟିଲିରି ପ୍ରୟୋଗ, କ୍ଷେପଣାସ୍ତ୍ର ପରିଚାଳନା, ଆଣ୍ଟି-ସବମେରାଇନ୍‌ ଅପରେଶନ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀର ମଧ୍ୟ ଅଭ୍ୟାସ କରାଯିବ। ଇଣ୍ଡୋ-ପାସିଫିକ ଅଞ୍ଚଳକୁ ମୁକ୍ତ ଏବଂ ଖୋଲା କରିବା ଏହି ନୌଭ୍ୟାସର ଉଦ୍ଦେଶ୍ୟ ବୋଲି ଆମେରିକା ନୌସେନା କହିଛି।
୨୦୧୪ରେ ଏହି ନୌଭ୍ୟାସରେ ଚାଇନାର ନୌସେନା ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲା। କିନ୍ତୁ ୨୦୧୮ରେ, ଆମେରିକା ଚାଇନାର ନୌସେନାକୁ ଆମନ୍ତ୍ରଣ କରି ନ ଥିଲା। ଆମେରିକା କହିଛି ଯେ ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ଦ୍ୱୀପପୁଞ୍ଜରେ ଚାଇନା ସାମରିକ ପ୍ରସ୍ତୁତି କରୁଛି। ଏହାର ମୁକାବିଲା ଲାଗି ଏହି ନୌଭ୍ୟାସ ଅପରିହାର୍ଯ୍ୟ।

ବିଶେଷଜ୍ଞଙ୍କ ମତରେ, ଏହି ନୌଭ୍ୟାସ ଏପରି ଏକ ସମୟରେ ଘଟିବାକୁ ଯାଉଛି ଯେତେବେଳେ ଆମେରିକା ଚାଇନା ବିରୋଧରେ ନିଜର ସହଯୋଗୀଙ୍କୁ ମଜବୁତ କରିବାରେ ବ୍ୟସ୍ତ ରହିଛି। ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଏକ ନୂତନ ସାମରିକ ଚୁକ୍ତି ଉପରେ ଧ୍ୟାନ ଦେଇଛନ୍ତି ଯାହାଦ୍ୱାରା ଚାଇନାର ପ୍ରଭାବ ହ୍ରାସ ପାଇବ। ଅପରପକ୍ଷରେ, ଉପଗ୍ରହ ସହିତ ଚାଇନାର ଜାହାଜ ଉପରେ ନଜର ରଖିବ ବୋଲି କ୍ୱାଡ ମଧ୍ୟ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଦୁଇ ବର୍ଷ ମଧ୍ୟରେ ପ୍ରଥମଥର ଭାରତ ପାଇଁ ଆସିଲା ବଡ଼ ଖବର: ଶୁଣିଲେ ଆମେରିକା ସହ ଚାଇନା, ପାକିସ୍ତାନର ନିଜ ହଜିବ…

ନୂଆଦିଲ୍ଲୀ,୨୯।୧୨: ଏହି ଖବର ଶିଳ୍ପ କ୍ଷେତ୍ରରେ ଏକ ସ୍ବାଗତଯୋଗ୍ୟ ଆଶ୍ୱସ୍ତି। ଆମେରିକାର ଉଚ୍ଚ ଟାରିଫ୍‌ ସତ୍ତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଶିଳ୍ପ କ୍ଷେତ୍ର...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ୍‌: ପିରୋଜପୁରରେ ପରିବାରକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ

ଢାକା,୨୯ା୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ରବିବାର ପିରୋଜପୁର ଜିଲା ଦୁମରିତାଲା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି।...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri