Posted inଖେଳ

ଆମେରିକା ପ୍ରତିନିଧି ଦଳର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ

ଭୁବନେଶ୍ୱର, ୧୪ା୯(କ୍ରୀଡ଼ା ପ୍ରତିନିଧି): ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଭାରତର ୩ଟି ଭେନ୍ୟୁରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ଭାଗ ନେବାକୁ ଯାଉଥିବା ୧୬ଟି ଦଳ ମଧ୍ୟରୁ ଅନ୍ୟତମ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ସମ୍ପ୍ରତି ଭାରତ ଗସ୍ତରେ ଅଛନ୍ତି। ଏହି ପ୍ରତିନିଧି ଦଳ ମଙ୍ଗଳବାର ଭୁବନେଶ୍ୱର ଆସି କଳିଙ୍ଗ ଷ୍ଟାଡିୟମ ଏବଂ ଟ୍ରେନିଂ ସେଣ୍ଟର ଗୁଡ଼ିକ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ସେମାନେ ଭିତ୍ତିଭୂମୀ ପରକ୍ଷିବା ସହ ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ ହୋଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର କର୍ମକର୍ତ୍ତା ଏବଂ ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି)ର କର୍ମକର୍ତ୍ତାମାନେ ସେମାନଙ୍କୁ ଏ ଦିଗରେ ସହଯୋଗ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ଗୋଆର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ ଏବଂ ନଭି ମୁମ୍ବାଇସ୍ଥିତ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ମ୍ୟାଚ ଗୁଡ଼ିକ ଖେଳାଯିବ। ଗ୍ରୁପ୍‌ ପର୍ଯାୟରେ ଭାରତର ସମସ୍ତ ୩ଟି ଯାକ ମ୍ୟାଚ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ ଅନ୍ୟ ୩ଟି ମ୍ୟାଚ ମଧ୍ୟ ଏଠାରେ ଖେଳାଯିବ। ଅକ୍ଟୋବର ୧୧ ଅପରାହ୍ନ ୪ଟା ୩୦ରେ ମରକ୍କୋ-ବ୍ରାଜିଲ ଏବଂ ରାତି ୮ଟାରେ ଭାରତ-ଆମେରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ସେହିପରି ୧୪ ତାରିଖ ଅପରାହ୍ନ ୪ଟା ୩୦ରେ ବ୍ରାଜିଲ-ଆମେରିକା ଓ ରାତି ୮ଟାରେ ଭାରତ-ମରକ୍କୋ ମ୍ୟାଚ ଖେଳାଯିବ। ଅକ୍ଟୋବର ୧୭ରେ ନାଇଜେରିଆ-ଚିଲି ଏବଂ ଭାରତ-ବ୍ରାଜିଲ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଗ୍ରୁପ୍‌ ‘ଏ’ରେ ଭାରତ, ଆମେରିକା, ମରକ୍କୋ, ବ୍ରାଜିଲ, ଗ୍ରୁପ୍‌ ‘ବି’ରେ ଜର୍ମାନୀ, ନାଇଜେରିଆ, ଚିଲି, ନ୍ୟୁଜିଲାଣ୍ଡ, ଗ୍ରୁପ୍‌ ‘ସି’ରେ ସ୍ପେନ, କଲମ୍ବୋ, ମେକ୍ସିକୋ, ଚାଇନା ଏବଂ ଗ୍ରୁପ୍‌ ‘ଡି’ରେ ଜାପାନ, ତାଞ୍ଜାନିଆ, କାନାଡ଼ା ଓ ଫ୍ରାନ୍ସ ସ୍ଥାନ ପାଇଛନ୍ତି। ଅକ୍ଟୋବର ୨୧ ଓ ୨୨ ତାରିଖରେ ୪ଟି କ୍ୱାର୍ଟର ଫାଇନାଲ, ୨୬ରେ ୨ଟି ସେମିଫାଇନାଲ ଏବଂ ୩୦ରେ ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ ଏବଂ ଫାଇନାଲ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?