ଢେଙ୍କାନାଳରେ ଆମେରିକା ପ୍ରତିନିଧି ଦଳ

ଢେଙ୍କାନାଳ ଅଫିସ, ୧୬।୬ – ଆମେରିକାର ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ (ବିଏମ୍‌ଜିଏଫ୍‌)ର ଏକ ପ୍ରତିନିଧି ଦଳ ବୁଧବାର ଢେଙ୍କାନାଳ ଜିଲା ପରିଦର୍ଶନରେ ଆସିଛନ୍ତି। ବିଏମ୍‌ଜିଏଫ୍‌ର ବ୍ରିଆନ୍‌ ଆର୍‌ବୋଗାଷ୍ଟଙ୍କ ନେତୃତ୍ୱରେ ରୋଶନ ଶ୍ରୋଷ୍ଠା, ଅର୍ଚ୍ଚନା ବ୍ୟାସ, ସଫି ଗୁଡୱାନୀ ପ୍ରମୁଖ ପୌରାଞ୍ଚଳର ୮ନଂ. ୱାର୍ଡ ବାଞ୍ଛକୁସୁମସ୍ଥିତ ମଳପଙ୍କ ପରିଚାଳନା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହ ସେଠାରେ ନିୟୋଜିତ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହିତ କେନ୍ଦ୍ରର ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।
ପୌରାଞ୍ଚଳ ସମେତ ୫ ପଞ୍ଚାୟତକୁ ନେଇ ଉକ୍ତ ମଳପଙ୍କ ପରିଚାଳନା କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ଉକ୍ତ ୫ ପଞ୍ଚାୟତର ସରପଞ୍ଚଙ୍କ ସହ ମଳପଙ୍କ ପରିଚାଳନା ସମ୍ପର୍କରେ ଭାବବିନିମୟ କରିଥିଲେ। ଜାଗା ମିଶନ କାର୍ଯ୍ୟ କରୁଥିବା ସ୍ଥାନରେ ଡ୍ରେନ୍‌ ପାଣିକୁ ଫିଲ୍ଟର କରାଯାଇ ଭୂତଳଗାମୀ କରାଯାଉଛି। ଉକ୍ତ ପ୍ରକଳ୍ପ ସ୍ଥଳ ବୁଲି ଜ୍ଞାନ ଆହରଣ କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରତିନିଧି ଦଳ ସମେତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ପିଡି ଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ବିଡିଓ ସୁଧୀର କୁମାର ନାୟକ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୨ବର୍ଷ ପରେ ବନ୍ଦ ହୋଇଯାଉଛି। ତେବେ ଢେଙ୍କାନାଳରେ ୪ବର୍ଷ ହେବ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠିକ୍‌ ପରିଚାଳନା ଯୋଗୁ ଏହା କାର୍ଯ୍ୟକ୍ଷମ ରହିଛି। ଏହାକୁ ନେଇ ପ୍ରତିନିଧି ଦଳ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରାରମ୍ଭରେ ପ୍ରତିନିଧି ଦଳକୁ ପାରମ୍ପରିକ ଆଦିବାସୀ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଇଥିଲା। ପୌରସଂସ୍ଥା ଓ ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରତିନିଧି ଦଳ ସହିତ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ ସଂସ୍ଥା, ଆର୍‌ନେଷ୍ଟ, ୟଙ୍ଗେଷ୍ଟ ସଂସ୍ଥାର କର୍ମକର୍ତ୍ତାମାନେ ମଧ୍ୟ ପ୍ରକଳ୍ପ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟ ବଞ୍ଚାଇବାକୁ ହେଲେ ଭାଷା ବଞ୍ଚିବା ଜରୁରୀ

ଫୁଲବାଣୀ ଅଫିସ,୧୦ା୨-ଆମ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ବଞ୍ଚାଇବାକୁ ହେଲେ ଆମ ମାଟି ମା’ର ଭାଷାକୁ ବଞ୍ଚାଇବାକୁ ପଡ଼ିବ। ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ପରିସରରେ...

ବଡ ନଦୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଆସିକା,୧୯।୫(ଡି.ଏନ୍‌.ଏ.)- ଆସିକା କଳିଙ୍ଗା ରୋଡ ଡାକବଙ୍ଗଳା ସଂଲଗ୍ନ ବଡନଦୀର ବାଲୁକାଶଯ୍ୟାରୁ ରବିବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି ।...

ଜୟପୁରରେ ଶୁଭାରମ୍ଭ ହେଲା କୋଭିଡ୍‌ ହସ୍ପିଟାଲ

ଜୟପୁର,୧୩ା୪(ଡି.ଏନ୍‌.ଏ.): କୋରାପୁଟ ଜିଲାର ଏକମାତ୍ର କୋଭିଡ୍‌ ହସ୍ପିଟାଲ ଜୟପୁରସ୍ଥିତ ପୁରାତନ ଚିକିତ୍ସାଳୟଠାରେ ସୋମବାର ଶୁଭାରମ୍ଭ ହୋଇଛି। ଜିଲାପାଳ ମଧୁସୂଦନ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ସରକାରଙ୍କ...

ବରଗଡ଼ ପଲିଟେକ୍ନିକ କଲେଜ ଛାତ୍ର ସର୍ବଭାରତୀୟ ଟପ୍ପର

ବରଗଡ଼ ଅଫିସ,୧୧।୯: ଭାରତୀୟସ୍ତରରେ ଅନୁଷ୍ଠିତ ହୋଇଥିବା ଏଆଇଟିଟି ପରୀକ୍ଷା ଆଇଟି ସେକ୍ଟରରେ ବରଗଡ଼ ସରକାରୀ ପଳିଟେକ୍ନିକ କଲେଜର ଛାତ୍ର ପିତେଶ୍ୱର ବାରିକ ସର୍ବଭାରତରେ ଟପ୍ପର ହୋଇଛନ୍ତି...

୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର ଘଟଣା: ଆମରଣ ଅନଶନ ପରେ ମିଳିଲା ନିଯୁକ୍ତି ପ୍ରତିଶ୍ରୁତି

ବ୍ରହ୍ମପୁର ଅଫିସ,୫ା୧-ବ୍ରହ୍ମପୁର ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ନେଇ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ମିଳିତ ବିଦ୍ୟାଳୟ...

ଅସହାୟଙ୍କୁ ନିଜ ଖାଦ୍ୟ ଦେଲେ କନେଷ୍ଟବଳ

ବାଲିଗୁଡା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ ପରେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଘରେ ରହିଥିବାବେଳେ ପୋଲିସ କର୍ମଚାରୀ ସେମାନଙ୍କ...

ଦୁର୍ଘଟଣାରେ ହୋମଗାର୍ଡ ମୃତ

ବାରିପଦା ଅଫିସ,୨୬ା୧୨- ଡ୍ୟୁଟି ପରେ ଘରକୁ ଫେରିବା ବାଟରେ ମଙ୍ଗଳବାର ରାତିରେ ଦୁର୍ଘଟଣା ଘଟି ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣକ ହେଲେ...

ସିସିଟିଭି ଭାଙ୍ଗି ବ୍ୟାଙ୍କରେ ପଶିଲେ ଦୁର୍ବୃତ୍ତ

ଠାକୁରମୁଣ୍ଡା,୧।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଭାରତୀୟ ଷ୍ଟେଟବ୍ୟାଙ୍କ ଯଶୀପୁର ଶାଖାରୁ ଶନିବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଛି। ଗେଟ ତାଲା ଭାଙ୍ଗିବା ସହ ସିସିଟିଭି ଭାଙ୍ଗି...

Advertisement
Archives

Model This Week