ଆମେରିକା-କାନାଡା ବାଟ ବନ୍ଦ: ସଂଯୋଗ କରୁଥିବା ବ୍ରିଜରେ ବିସ୍ଫୋରଣ, ଭିଡିଓ ଭାଇରାଲ…

ଓ୍ବାଶିଂଟନ,୨୩।୧୧: ଆମେରିକା ଏବଂ କାନାଡାକୁ ସଂଯୋଗ କରୁଥିବା ଏକ ବ୍ରିଜ ଉପରେ ଗାଡି ବିସ୍ଫୋରଣ ହେବାପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଯାତାୟାତ ସ୍ଥଗିତ ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କର ନିୟାଗ୍ରା ଜଳପ୍ରପାତ ନିକଟରେ ଏକ ଗାଡି ବିସ୍ଫୋରଣ ହେବା ପରେ ରେନବୋ ବ୍ରିଜକୁ ବନ୍ଦ କରିବାକୁ ପଡଛି। ଏହା ଆତଙ୍କବାଦୀ ଆକ୍ରମଣ କି ନାହିଁ ତାହା ଏଫବିଆଇ ତଦନ୍ତ କରୁଛି। ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ) ଏକ ବିବୃତ୍ତିରେ କହିଛି ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି। ଏହି ଅନୁସନ୍ଧାନରେ ଏଫବିଆଇ ସ୍ଥାନୀୟ, ରାଜ୍ୟ ଏବଂ ଫେଡେରାଲ ଏଜେନ୍ସି ସହିତ ସମନ୍ବୟ ରକ୍ଷା କରୁଛି ବୋଲି ବିବୃତ୍ତିରେ କୁହାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ପରେ ସୁରକ୍ଷା ଅଧିକାରୀମାନେ ଏହି ଅଞ୍ଚଳରେ ଥିବା ଚାରିଟି ଆମେରିକା-କାନାଡା ସୀମାକୁ ବନ୍ଦ କରିଛନ୍ତି। ଅଧିକାରୀ କହିଛନ୍ତି ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ଲୋକଙ୍କ ଜାତୀୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆମେରିକାର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି କାରଟି ଆମେରିକା ପଟରୁ ଆସୁଥିଲା। ସୀମାରେ କଷ୍ଟମ୍ସ ଷ୍ଟେଶନକୁ ଧକ୍କା ଦେବା ପରେ ଗାଡିରେ ବିସ୍ଫୋରଣ ହୋଇଥିଲା।

ଏହି ଘଟଣା ପରେ ପଶ୍ଚିମ ନ୍ୟୁୟର୍କ ଏବଂ ଅନଟାରିଓ ମଧ୍ୟରେ ଥିବା ଅନ୍ୟ ତିନୋଟି ସେତୁ ନେଇ ସତର୍କତା ଅବଲମ୍ବନ କରାଯାଇଥିଲା। ସୁରକ୍ଷା ଅଧିକାରୀମାନେ ବଫେଲୋ-ନିୟାଗ୍ରା ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ କାର ଯାଞ୍ଚ କରିବା ଆରମ୍ଭ କରିଛନ୍ତି ଏବଂ ଯାତ୍ରୀମାନଙ୍କୁ ଏହି ଘଟଣାରେ ସହଯୋଗ କରିବାକୁ କୁହାଯାଇଛି।

ନିୟାଗ୍ରା ସୀମାନ୍ତ ପରିବହନ ପ୍ରାଧିକରଣ ଟୱିଟରରେ ଏକ ପୋଷ୍ଟରେ କହିଛି ବଫେଲୋ ବିମାନବନ୍ଦରରେ ପହଞ୍ଚୁଥିବା ସମସ୍ତ କାର ସୁରକ୍ଷା ଯାଞ୍ଚ କରୁଛନ୍ତି। ଆମେ ଯାତ୍ରୀମାନଙ୍କର ଅତିରିକ୍ତ ସ୍କ୍ରିନିଂ ମଧ୍ୟ କରୁଛୁ। ବର୍ତ୍ତମାନ ଗାଡି ବିସ୍ଫୋରଣର କାରଣ ଜଣାପଡିନାହିଁ। ବଫେଲୋରେ ଥିବା ଏଫବିଆଇ ଫିଲ୍ଡ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ଏହା ବିସ୍ଫୋରଣର ତଦନ୍ତ କରୁଛି ଏବଂ ଅନ୍ୟ ଅନୁସନ୍ଧାନକାରୀ ସଂସ୍ଥାର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି।

ବିସ୍ଫୋରଣର ଫଟୋ ଏବଂ ଭିଡିଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଯେଉଁଥିରେ ଫୁଟପାଥରେ ଘନ ଧୂଆଁ ଏବଂ ନିଆଁ ଦୃଶ୍ୟମାନ ହେଉଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କାରରେ ବିସ୍ଫୋରଣ ପରେ ୩୦ ୪୦ ଫୁଟ ଉଚ୍ଚରେ ନିଆଁର ଏକ ବଳୟ ସୃଷ୍ଟି ହୋଇଥିଲା। ସେ ଏପରି ଦୃଶ୍ୟ କେବେ ଦେଖି ନ ଥିଲେ। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ସେ ଏବଂ ତାଙ୍କ ସାଙ୍ଗ ବ୍ରିଜ ନିକଟରେ ଥିଲେ ଏବଂ କିଛି ଭାଙ୍ଗିବାର ଶୁଣିଥିଲେ। ଏହି ନିଆଁ ଏବଂ କଳା ଧୂଆଁ ଦେଖାଯାଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?