Posted inଜାତୀୟ

ଏନ୍‌ଆଇଏ ହାତରେ ୟୁରାନିୟମ୍‌ ମାମଲା

ମୁମ୍ବାଇ/ଇସ୍‌ଲାମାବାଦ,୧୦ା୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋଶିମା ଉପରେ ଆମେରିକା ଆକାଶମାର୍ଗରୁ ଏକ ୧୦ ଫୁଟ୍‌ (୩ ମିଟର) ଲମ୍ବର ବୋମା ପକାଇଥିଲା। ବିସ୍ଫୋରଣରେ ୧ ମିନିଟରୁ କମ୍‌ ସମୟ ଭିତରେ ସବୁକିଛି ଶେଷ ହୋଇଯାଇଥିଲା। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଯୁଦ୍ଧରେ ପରମାଣୁ ବୋମାର ଏହା ଥିଲା ପ୍ରଥମ ପ୍ରୟୋଗ, ଯେଉଁଥିରେ ୟୁରାନିୟମ୍‌ ବ୍ୟବହାର କରାଯାଇଥିଲା। ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‌) ବୁଧବାର ମୁମ୍ବାଇରୁ ଏଭଳି ୭.୧ କେ.ଜି ଓଜନର ୟୁରାନିୟମ୍‌ ଜବତ କରିବା ପରେ ଆର୍ଥିକ ରାଜଧାନୀର ନିରାପତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହି ମାମଲାର ତଦନ୍ତ ଭାର ହାତକୁ ନେଇଛି। ଅନ୍ୟପକ୍ଷେ ଭାରତରେ ଏହି ରେଡିଓଧର୍ମୀ ଘାତକ ଧାତୁ ଜବତ ହେବା ପରେ ପାକିସ୍ତାନ ଉଦ୍‌ବେଗ ପ୍ରକାଶ ସହ ବେଆଇନ ୟୁରାନିୟମ୍‌ କାରବାରର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛି।
ମେ’ ୫ରେ ମୁମ୍ବାଇ ଏଟିଏସ୍‌ ଜିଗର ଜୟେଶ ପାଣ୍ଡ୍ୟା(୨୭) ଓ ଅବୁ ତାହିର ଅଫଜଲ ଚୌଧରୀ(୩୧)ଙ୍କଠାରୁ ୭.୧ କେ.ଜି. ପ୍ରାକୃତିକ ୟୁରାନିୟମ୍‌ ଜବତ କରି ଉଭୟଙ୍କୁ ଗିରଫ କରିଥିଲା। ଏହାର ମୂଲ୍ୟ ପ୍ରାୟ ୨୧.୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଟିଏସ୍‌ କାଲାଚୌକିରେ ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଦୁଇ ଅଭିଯୁକ୍ତ ଉକ୍ତ ୟୁରାନିୟମ୍‌କୁ ଅନ୍‌ଲାଇନ୍‌ରେ ୨୫ କୋଟି ଟଙ୍କାରେ ବିକ୍ରି କରିବାକୁ ଚାହୁଁଥିବାବେଳେ ମୁମ୍ବାଇ ଏଟିଏସ୍‌ର ନାଗପାଡ଼ା ୟୁନିଟ୍‌ ଜଣେ ଛଦ୍ମବେଶୀ ଗ୍ରାହକଙ୍କୁ ପଠାଇ ଏହାର ନମୁନା ହାତେଇଥିଲା। ଜବତ ପରେ ତାକୁ ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟର(ବିଏଆର୍‌ସି)କୁ ଯାଞ୍ଚ ପାଇଁ ପଠାଯାଇଥିଲା। ବିଏଆର୍‌ସି ଏହା ନାଚୁରାଲ ୟୁରାନିୟମ୍‌ ବୋଲି ସ୍ପଷ୍ଟ କରିଛି। ଭାରତରେ ବିନା ଲାଇସେନ୍ସରେ ୟୁରାନିୟମ୍‌ ରଖିବା ବେଆଇନ। ଏହାର ଉଲ୍ଲଂଘନ କଲେ ଆଟମିକ୍‌ ଏନର୍ଜି ଆଇନ,୧୯୬୫ ବଳରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ପୋଲିସ ଉକ୍ତ ଆଇନର ଧାରା ୨୪(୧)(କ) ବଳରେ ଏକ ମାମଲା (ନଂ.୧୪/୨୧) ରୁଜୁ କରିଛି। ଏହା ପୂର୍ବରୁ ୨୦୧୬ରେ ଠାଣେ ପୋଲିସ ବେଆଇନ ୟୁରାନିୟମ୍‌ କାରବାରର ପର୍ଦ୍ଦାଫାଶ କରି ୨ ଜଣଙ୍କୁ ଗିରଫ କରିଥିଲା। ସେତେବେଳେ ଜବତ ହୋଇଥିବା ୮ କେ.ଜି. ୟୁରାନିୟମ୍‌ର ଆନୁମାନିକ ମୂଲ୍ୟ ୨୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏଠାରେ ପ୍ରଶ୍ନ ଉଠେ ଆଣବିକ ପାଓ୍ବାର ପ୍ଲାଣ୍ଟରେ ବ୍ୟବହାର ହେଉଥିବା ରେଡିଓ ଆକ୍ଟିଭ୍‌ ମେଟାଲ ୟୁରାନିୟମ୍‌କୁ ବେଆଇନ ଭାବେ କିପରି ବିକ୍ରି କରାଯାଉଛି। ବିଶେଷଜ୍ଞଙ୍କ ମତରେ ଫିସିଲ୍‌ ଆଇସୋଟୋପ୍‌ ରହିତ ଡିପ୍ଲେଟେଡ୍‌ ୟୁରାନିୟମ୍‌ (ଡିୟୁ)କୁ କର୍କଟର ରେଡିଏଶନ ଥେରାପି ଏବଂ ରେଡିଓ ଆକ୍ଟିଭ୍‌ ସାମଗ୍ରୀ ପରିବହନରେ ମଧ୍ୟ ବ୍ୟବହାର କରାଯାଇଥାଏ। ସିଲ୍‌ଭର ଭଳି ଚକଚକିଆ ଧାତୁ ୟୁରାନିୟମ୍‌ର ଉଚ୍ଚ ସାନ୍ଧ୍ରତା ଯୋଗୁ ଏହାକୁ ବିମାନ ଓ ଅନ୍ୟ ଶିଳ୍ପ ଉପକରଣରେ ମଧ୍ୟ ବ୍ୟବହାର କରାଯାଏ।
ମନ୍‌ଖୁର୍ଦ୍ଦ ନିବାସୀ ଅବୁ ତାହିର ଚୌଧରୀଙ୍କ ବାପା ଜଣେ ସ୍କ୍ରାପ୍‌ ଡିଲର। ଦୁଇବର୍ଷ ତଳେ ସେ
ଏକ ଶିଳ୍ପ ଆବର୍ଜନା ଭର୍ତ୍ତି ଟ୍ରକ୍‌ କିଣିଥିଲେ। ସେଥିରୁ ସେ ଏହି ୟୁରାନିୟମ୍‌ ପାଇଥିଲେ ବୋଲି କୁହାଯାଉଛି। ସେତେବେଳେ ତାହିର ଏହାକୁ ଲୁଚାଇ ରଖିଥିଲେ ଏବଂ ଚଳିତ ଲକ୍‌ଡାଉନ୍‌ ବେଳେ ପାଣ୍ଡ୍ୟାଙ୍କ ସହ ଏହାକୁ ବିକିବା ପାଇଁ ଯୋଜନା କରିଥିଲେ। ଅନ୍‌ଲାଇନ୍‌ରେ ବିକ୍ରି ଉଦ୍ୟମ ବେଳେ ଉଭୟେ ଧରାପଡ଼ିଥିଲେ। ଦୁହଁିଙ୍କୁ ବୁଧବାର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ମେ’ ୧୨ ପର୍ଯ୍ୟନ୍ତ ଏଟିଏସ୍‌ ହାଜତକୁ ରିମାଣ୍ଡରେ ପଠାଇଥିବାବେଳେ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଥିବା ଏନ୍‌ଆଇଏ କେନ୍ଦ୍ର ସରକାରଙ୍କ ସୁପାରିସ କ୍ରମେ ଏହି ମାମଲା ହାତକୁ ନେଇଛି। ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ନାନା ସନ୍ଦେହ ବ୍ୟକ୍ତ କରାଯାଉଛି। ୧୯୯୩ ମୁମ୍ବାଇ ସିରିୟଲ ବ୍ଲାଷ୍ଟ ଭଳି ବିଧ୍ୱଂସକ କାର୍ଯ୍ୟରେ ଏହି ୟୁରାନିୟମ୍‌କୁ ବ୍ୟବହାର କରିବାକୁ ଯୋଜନା ଥିଲା କି ବୋଲି ଅନେକେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ଭାରତରୁ ୟୁରାନିୟମ୍‌ ଜବତ ହେବା ପରେ ଇସ୍‌ଲାମାବାଦ ଚିନ୍ତାବ୍ୟକ୍ତ କରିଛି। ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଜାହିଦ ହାଫିଜ୍‌ ଚୌଧରୀ ଶନିବାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ଆଣବିକ ସାମଗ୍ରୀଗୁଡ଼ିକର ନିରାପତ୍ତା ସମସ୍ତ ଦେଶର ସର୍ବୋଚ୍ଚ ପ୍ରାଥମିକତା ହେବା ଆବଶ୍ୟକ। ଏହାର ତଦନ୍ତ କରାଯାଉ ବୋଲି ସେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri