କୋଟିଆରେ ନାଲକୋ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନକୁ ବିରୋଧ: ନିରାଶ ହୋଇ ଫେରିଲେ ଅଧିକାରୀ-ରାଜନେତା

ପଟ୍ଟାଙ୍ଗି, ୨୩।୧୧ (ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଟାଉପଦର ତଥା ଥୁରିଆ ଛକରେ ନାଲକୋ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଉଦ୍ୟମକୁ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ। ବିରୋଧ ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘଟନୀ କାର୍ଯ୍ୟକ୍ରମ ହୋଇପାରି ନ ଥିବା ବେଳେ ନାଲକୋ ଅଧିକାରୀ ଓ ଦୁଇ ରାଜନେତା ନିରାଶ ହୋଇ ଫେରିଛନ୍ତି।

ସୂଚନା ଅନୁସାରେ, ସୋମବାର ନାଲକୋ ଫାଉଣ୍ଡେସନର ପ୍ରସ୍ତାବ କ୍ରମେ ଏକ ଭଡ଼ା ଘରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରହିଥିଲା। ଏହି ସମୟରେ ସେରୁ ବନ୍ଧ ସୁରକ୍ଷା ସମିତିର ଅନେକ କ୍ଷତିଗ୍ରସ୍ତ ପରିବାର ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏଠାରେ ନାଲକୋର କୌଣସି କାର୍ଯ୍ୟ ହେବା ଉଚିତ ନୁହେଁ ବୋଲି କହିବା ସହ ‘ନାଲକୋ ଗୋ ବ୍ୟାକ’ ନାରା ଦେଇଥିଲେ। ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ଆସିଥିବା କର୍ମଚାରୀଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା।ସ୍‌

ପରିସ୍ଥିତିକୁ ନେଇ ଆଲୋଚନା କରିବା ପାଇଁ ବିକ୍ଷୋଭକାରୀଙ୍କ ପରାମର୍ଶ କ୍ରମେ ଉପସ୍ଥିତ କର୍ମଚାରୀ ନାଲକୋ ଅଧିକାରୀଙ୍କୁ ଡକାଇଥିଲେ। ଖବର ପାଇ ନାଲକୋର ଇଡି ଅମ୍ରେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଆଲୋଚନା ପାଇଁ କେହି ଆଗକୁ ଆସି ନ ଥିବାରୁ ସ୍ଥିତିରେ ସୁଧାର ଆସିପାରିନଥିଲା।

ଏହି ସମୟରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଓ ରଞ୍ଜିତ ପାଙ୍ଗି କୌଣସି କାର୍ଯ୍ୟରେ ସେହି ରାସ୍ତା ଦେଇ ଯାଉଥିଲେ। ନାଲକୋ କର୍ମଚାରୀ ସେମାନଙ୍କୁ ଅଟକାଇ ବିକ୍ଷୋଭକାରୀଙ୍କୁ ବୁଝାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ବୁଝାଇବାକୁ ଚେଷ୍ଟା କରିବା ପରିବର୍ତ୍ତେ ବିକ୍ଷୋଭକାରୀମାନେ ଉଭୟଙ୍କୁ ମଧ୍ୟ ବିରୋଧ କରି ବିଭିନ୍ନ ନାରାବାଜି କରିଥିଲେ। ଫଳରେ ନାଲକୋ ଅଧିକାରୀଙ୍କ ସହ ଉଭୟ ରାଜନେତା ମଧ୍ୟ ଘଟଣାସ୍ଥଳରୁ ଫେରିଯାଇଥିଲେ।

ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ଚିଠି ମାଧ୍ୟମରେ ନାଲକୋକୁ ଅନୁମତି ମିଳିଥିବା କୁହାଯାଇଛି। ଏହି ଅନୁମତି ଆଧାରରେ ନାଲକୋ ଉକ୍ତ ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏହି ପଦକ୍ଷେପ ନେଇଥିଲା। ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହି ଯୋଜନା ଆରମ୍ଭ ହୋଇପାରିନାହିଁ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ସେବାଶ୍ରମରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଖଇରପୁଟ/ମାଲକାନଗିରି,୨୩।୧୧ (ଜଗନ୍ନାଥ ମାଝୀ/ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା (ସୁନା ନଗର) ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।…

ବିଶ୍ରାମଗାରରେ କୁଢକୁଢ ଅଳିଆ ଆବର୍ଜନା: ହନ୍ତସନ୍ତ ଯାତ୍ରୀ

ମୋହନା, ୨୩।୧୧(ମନ୍ମଥ ମିଶ୍ର):ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ବିଶ୍ରାମଗାର ଏବେ ଅଳିଆ ଆବର୍ଜନା ଓ ଖାଲି ମଦ ବୋତଲରେ ଭର୍ତ୍ତି। ଗଜପତି ଜିଲା ମୋହନା ସହରର ହିଲଟପ…

ବଦଳିଲା ଇଣ୍ଡିଆ-ଏ ମ୍ୟାଚ ସମୟ! କେବେ, କେଉଁଠି ଦେଖିବେ ଲାଇଭ ମୁକାବିଲା, ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଇଣ୍ଡିଆ-ଏ ଦଳ ନିଜର ତୃତୀୟ ତଥା ଶେଷ ଲିଗ ମ୍ୟାଚରେ ୟୁନାଇଟେଡ ଆରବ ଏମିରେଟ୍ସ (UAE)କୁ ଭେଟିବ। ତିଳକ…

ସେମିଫାଇନାଲରେ ପ୍ରବେଶ ପାଇଁ ଭାରତର କରମର ସ୍ଥିତି

ଦୋହା, ୨୩ା୧୧: ଚଳିତ ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୫୦-ଓଭର କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ସେମିଫାଇନାଲରେ ପ୍ରବେଶ କରିବାକୁ…

ଆନ୍ଦୋଳନ ଚେତାବନୀ ଦେଲେ ପ୍ରାଥମିକ ଶିକ୍ଷକ ସଂଘ: ସମସ୍ୟା ସମାଧାନ ଦାବି

ଭଞ୍ଜନଗର,୨୩/୧୧(ବାବୁଲା ପ୍ରଧାନ):ସୋମବାର ପ୍ରାଥମିକ ଶିକ୍ଷକ ସଂଘ (NPS) ଭଞ୍ଜନଗର ବ୍ଳକର ସଭାପତି ଜଗଦୀଶ ନାୟକଙ୍କ ନେତୃତ୍ୱରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷା ବିଭାଗର ସଚିବଙ୍କ…

ସହାୟତାର ହାତ ବଢ଼ାଇଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା: ବନ୍ୟା-ଭୂସ୍ଖଳନ ପୀଡ଼ିତଙ୍କୁ ଭେଟି…

ଭଞ୍ଜନଗର,୨୩।୧୧(ବାବୁଲା ପ୍ରଧାନ):ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଗଞ୍ଜାମ ଜିଲାର ଗିଡ଼ିପାବାଲି ଓ ତଡ଼ମା ଏବଂ କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ଼ ଗ୍ରାମର ବନ୍ୟା ଓ ଭୂସ୍ଖଳନ ପୀଡ଼ିତ…

ଅଦିନିଆ ବର୍ଷା ସାଜିଲା କାଳ, କ୍ଷତିପୂରଣ ଦାବି ତେଜିଲା

ପାଇକମାଳ,୨୩।୧୧(ବଡ ଶତପଥୀ): ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଚାଷୀଙ୍କ ବର୍ଷକର ଆହାର ଉଜୁଡି ଯାଇଛି। ଅମଳ ସମୟରେ ପ୍ରକୃତିର ଦାଉ ଯୋଗୁ ବିଲ ଓ ଖଳାରେ…

ଜନଜାତିଙ୍କୁ ମିଳୁନି ଆବାସ, ଭତ୍ତା ଓ ରୋଜଗାର: ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ

ମହାକାଳପଡ଼ା, ୨୩/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଜନଜାତି ବହୁଳ ଶବରପଡ଼ାବାସୀଙ୍କ ପାଇଁ ଆବାସ ଗୃହ, ଭତ୍ତା, ସର୍ବଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?